ଆଇଆର୍‌ସିଟିସି ସ୍କାମ: ଲାଲୁ ଓ ପରିବାରକୁ ସମନ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, July 30, 2018

ଆଇଆର୍‌ସିଟିସି ସ୍କାମ: ଲାଲୁ ଓ ପରିବାରକୁ ସମନ୍‌

ନୂଆଦିଲ୍ଲୀ: ଭାରତୀୟ ରେଲୱେ କ୍ୟାଟରିଂ ଓ ଟ୍ୟୁରିଜିମ୍‌ କର୍ପୋରେସନ୍‌ (ଆଇଆର୍‌ସିଟିସି) ଦୁର୍ନୀତି ମାମଲାରେ ଆଜି ଆର୍‌ଜେଡି ସୁପ୍ରିମୋ ତଥା ପୂର୍ବତନ ବିହାର ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କୁ ଜବରଦସ୍ତ ଝଟ୍‌କା ଲାଗିଛି।

ଏହି ଦୁର୍ନୀତି ଘଟଣାରେ ଦିଲ୍ଲୀର ସ୍ୱତନ୍ତ୍ର କୋର୍ଟ ଲାଲୁ ପ୍ରସାଦ ଯାଦବ, ତାଙ୍କ ପୁଅ ତେଜସ୍ୱୀ, ପତ୍ନୀ ରାବ୍ରୀ ଦେବୀ ଓ ଅନ୍ୟ ସମସ୍ତ ଅଭିଯୁକ୍ତଙ୍କୁ ସମନ୍‌ ଜାରି କରିଛନ୍ତି। ସ୍ୱତନ୍ତ୍ର ବିଚାରପତି ଅରବିନ୍ଦ କୁମାର ଅଗଷ୍ଟ ୩୧ ସୁଦ୍ଧା ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଲାଲୁ ପ୍ରସାଦ ରେଳମନ୍ତ୍ରୀ ଥିବା ବେଳେ ବେଆଇନ୍‌ ଭାବେ ଆଇଆରସିଟିସ୍‌ର ୨ଟି ହୋଟେଲର ଦାୟିତ୍ୱ ଘରୋଇ କମ୍ପାନୀକୁ ଦେଇଥିଲେ। ଏଥିରେ ବ୍ୟାପକ ଲାଞ୍ଚ କାରବାର ହୋଇଥିବା ଅଭିଯୋଗ ହୋଇଥିଲା।

ସିବିଆଇ ଏହି ଘଟଣାରେ ଜୁଲାଇ ୧୬ରେ ଚାର୍ଜଶିଟ୍‌ ଦାଖଲ କରିଥିଲା। ଏଥିରେ ଅଭିଯୁକ୍ତମାନଙ୍କ ବିରୋଧରେ ଯଥେଷ୍ଟ ପ୍ରମାଣ ରହିଛି ବୋଲି କହିଥିଲା।

ଲାଲୁ ଓ ତାଙ୍କ ପରିବାର ସଦସ୍ୟଙ୍କ ବ୍ୟତୀତ ଏହି ଦୁର୍ନୀତିର ଅନ୍ୟ ଅଭିଯୁକ୍ତମାନେ ହେଲେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ପ୍ରେମ ଚାନ୍ଦ ଗୁପ୍ତା ଓ ତାଙ୍କ ପତ୍ନୀ ସାରଳା ଗୁପ୍ତା, ତତ୍କାଳୀନ ଆଇଆରସିଟିସି ଏମ୍‌ଡି ବିକେ ଅଗ୍ରୱାଲ, ତତ୍କାଳୀନ ଆଇଆରସିଟିସି ନିର୍ଦ୍ଦେଶକ ରାକେଶ ସକ୍ସେନା, ତତ୍କାଳୀନ ଆଇଆରସିସଟିସିର ଗ୍ରୁପ୍‌ ଜେନେରାଲ୍‌ ମ୍ୟାନେଜର ଭିକେ ଆସ୍ଥାନା ଏବଂ ସୁଜାତା ହୋଟେଲର ନିର୍ଦ୍ଦେଶକ ଓ ଚାଣକ୍ୟ ହୋଟେଲର ମାଲିକ।



from OdishaReporter https://ift.tt/2NSOxj6

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages