
ଉତ୍ତରପ୍ରଦେଶର ଜନପଦର ହୈରିୟା ବିକାଶ ବ୍ଳକର ମାବିକରପୁର ପୂର୍ବ ପ୍ରାଇମେରୀ ସ୍କୁଲ୍ରେ ୨୬ଜଣ ପିଲା ଆଡ୍ମିସନ୍ ନେଇଛନ୍ତି। ହେଲେ ଆଜିଯାଏ ଜଣଙ୍କୁ ବି ସ୍କୁଲ ଆସିବାର ଦେଖିବାକୁ ମିଳିନି। ପିଲାମାନେ ସ୍କୁଲରେ ଅନୁପସ୍ଥିତ ରହିବା ପଛରେ ମଧ୍ୟ ଏକ ବଡ଼ କାରଣ ରହିଛି। ତାହା ହେଉଛି, ସ୍କୁଲ୍ଟି ଏକ ମଶାଣିରେ ନିର୍ମାଣ କରାଯାଇଛି।
ଯାହାକୁ ନେଇ ଏବେ ସ୍ଥାନୀୟ ଲୋକେ ତାତିଥିବା ବେଳେ ବିବାଦରେ ଫସିଛି ଶିକ୍ଷା ବିଭାଗ। ଏମିତି ଏକ ସ୍ଥାନ ଯେଉଁଠି ଲୋକମାନ ଯିବାକୁ ଭୟ କରୁଛନ୍ତି ସେଠାକୁ ପିଲାମାନେ କେମିତି ଯିବେ ସେ ନେଇ ଲୋକମାନେ ଶିକ୍ଷା ବିଭାଗକୁ ପ୍ରଶ୍ନ କରିଛନ୍ତି।
ସେପଟେ ସ୍କୁଲର ପରିବେଶ ଶୁନ୍ଶାନ୍। ଦୂର ଦୂରାନ୍ତ ପର୍ଯ୍ୟନ୍ତ କୌଣସି ଜନବସତି ନାହିଁ। ସରକାର ସମସ୍ତ ଗାଁରେ ଏକ ସ୍କୁଲ୍ ନିର୍ମାଣ କରୁଛନ୍ତି। କିନ୍ତୁ ଶିକ୍ଷା ବ୍ୟବସ୍ଥାର ଏମିତି ଖାମ୍ଖିଆଲି ମନୋଭାବ ପାଇଁ ସେଠାକାର ପିଲାମାନେ ଆଜି ପାଠପଢ଼ାରୁ ବଞ୍ଚିତ ହେଉଛନ୍ତି ବୋଲି କହିଛନ୍ତି ସ୍ଥାନୀୟ ଲୋକେ।
କାରଣ ପିଲାମାନେ ଭୟ ଯୋଗୁ ଡରିକି ମଶାଣିରେ ନିର୍ମିତ ସେହି ସ୍କୁଲ୍କୁ ଯାଉନାହାନ୍ତି। କେବଳ ପିଲାମାନେ ନୁହନ୍ତି, ସ୍କୁଲ୍ର ଶିକ୍ଷକ ଶିକ୍ଷୟିତ୍ରୀମାନେ ମଧ୍ୟ ଏହି ସ୍କୁଲ୍କୁ ଯିବାକୁ ନାରାଜ। ଯଦି ସେହି ସ୍କୁଲ୍କୁ କେହି ଯାଉଛନ୍ତି ତେବେ ସେମାନେ ହେଉଛନ୍ତି ଖାସ୍ ଚରିବା ପାଇଁ ଯାଇଥିବା ଛେଳି।

ଗାଁରେ ସ୍କୁଲ୍ ନିର୍ମାଣ ପାଇଁ ଅଧିକାରୀମାନେ ଗାଁର ସରପଞ୍ଚଙ୍କ ସହ କଥା ହୋଇଥିଲେ। କିନ୍ତୁ କିଛି ଖାଲି ସ୍ଥାନ ନମିଳିବାରୁ ସେମାନେ ବାଧ୍ୟ ହୋଇ ସ୍କୁଲ୍କୁ ମଶାଣି ଭୂଇଁରେ ତିଆରି କରିଦେଲେ।
from OdishaReporter https://ift.tt/2mQWee5


No comments:
Post a Comment