ସମ୍‌ ହସ୍ପିଟାଲ୍‌ରେ ପ୍ରଫେସର ମହାପାତ୍ରଙ୍କ ଦ୍ୱାରା ବିରଳ ସ୍କଲ୍‌ ସର୍ଜରୀ ସଫଳ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, July 13, 2018

ସମ୍‌ ହସ୍ପିଟାଲ୍‌ରେ ପ୍ରଫେସର ମହାପାତ୍ରଙ୍କ ଦ୍ୱାରା ବିରଳ ସ୍କଲ୍‌ ସର୍ଜରୀ ସଫଳ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) : ଶିଶୁର ମୁଣ୍ଡର ଅସ୍ୱାଭାବିକତାକୁ ଏକ୍ସପାନ୍‌ସିଆଲ୍‌ କ୍ରାନିଓପ୍ଲାଷ୍ଟି ଅସ୍ତ୍ରୋପଚାର ଜରିଆରେ ସ୍ୱାଭାବିକ କରିବାରେ ଓଡ଼ିଶାରେ ପ୍ରଥମ ଥର ପାଇଁ ସଫଳ ହୋଇଛି ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମେଡିକାଲ୍‌ ସାଇନ୍ସ ଆଣ୍ଡ ସମ୍‌ ହସ୍ପିଟାଲ୍‌। ପ୍ରଖ୍ୟାତ ନ୍ୟୁରୋସର୍ଜନ୍‌ ପ୍ରଫେସର ଅଶୋକ ମହାପାତ୍ର, ଫ୍ରୋଂଟୋ-ଅର୍ବିଟାଲ୍‌ ଆଡଭାନ୍ସମେଣ୍ଟ ପ୍ରକିୟାରେ ସମ୍‌ ହସ୍ପିଟାଲ୍‌ରେ ଏହି ସଫଳ ଅସ୍ତ୍ରୋପଚାର କରିଛନ୍ତି। ୭ ମାସର ଶିଶୁଟି କ୍ରାନିଓଷ୍ଟେନୋସିସ୍ ସମସ୍ୟାରେ ଆକ୍ରାନ୍ତ ହୋଇଥିଲା।

କ୍ରାନିଓଷ୍ଟେନୋସିସ୍‌ ଏଭଳି ଏକ ସମସ୍ୟା ଯାହା ଦ୍ୱାରା ଶିଶୁର ଖପୁରୀରେ ଅସ୍ୱାଭାବିକତା ଦେଖାଦିଏ। ଫଳରେ ଏହା ମସ୍ତିଷ୍କ ବିକାଶରେ ବାଧା ସୃଷ୍ଟି କରିଥାଏ ବୋଲି ପ୍ରଫେସର ମହାପାତ୍ର କହିଛନ୍ତି। ଦିଲ୍ଲୀ ଏମ୍ସରେ ଓଡ଼ିଶାର ଯୋଡ଼ା ମୁଣ୍ଡ ଥିବା ଶିଶୁ ଜଗା-ବଳିଆଙ୍କର ସଫଳ ଅସ୍ତ୍ରୋପଚାର କରି ଦୁଇଜଣକୁ ଅଲଗା କରିବାରେ ଯେଉଁ ଡାକ୍ତରୀ ଟିମ୍‌ ନିୟୋଜିତ ହୋଇଥିଲେ ତାହାର ନେତୃତ୍ୱ ପ୍ରଫେସର ମହାପାତ୍ର ନେଇଥିଲେ।

ପ୍ରଫେସର ମହାପାତ୍ର ବର୍ତମାନ ଶିକ୍ଷା ଓ ଅନୁସନ୍ଧାନ (ଡିମ୍‌ଡ୍‌ ଟୁ ବି ୟୁନିଭର୍ସିଟି)ର ନିଦ୍ଦେର୍ଶକ ଭାବେ କାର୍ଯ୍ୟରତ ଅଛନ୍ତି। ମୟୂରଭଞ୍ଜ ଜିଲ୍ଲାରୁ ଆସିଥିବା ଏବଂ କ୍ରାନିଓଷ୍ଟେନୋସିସସ୍‌ରେ ପୀଡ଼ିତ ଥିବା ଶିଶୁଟିର ଦୁଇ ସପ୍ତାହ ତଳେ ଅସ୍ତ୍ରୋପଚାର କରାଯାଇଥିଲା। ବର୍ତ୍ତମାନ ଶିଶୁଟି ସମ୍ପୂର୍ଣ୍ଣ ସୁସ୍ଥ ହେବା ପରେ ତାକୁ ହସ୍ପିଟାଲ‌ରୁ ଡିସ୍‌ଚାର୍ଜ କରାଯାଇଛି।

ଫ୍ରୋଂଟୋ-ଅର୍ବିଟାଲ୍‌ ଆଡଭାନ୍ସମେଣ୍ଟ ପ୍ରକ୍ରିୟାର ପ୍ରଥମ ଲକ୍ଷଣ ହେଉଛି ଖପୁରୀକୁ ଏକ୍ସପାଣ୍ଡ କରାଇବା, ଯାହା ଦ୍ୱାରା ମସ୍ତିଷ୍କ ବଢ଼ିବା ନିମନ୍ତେ ଅଧିକ ସ୍ଥାନ ମିଳିପାରିବ। ଶିଶୁଟିଏ ୫ ବର୍ଷ ହେବା ବେଳକୁ ମୁଣ୍ଡ ୩୫ ସେମିରୁ ବୃଦ୍ଧି ପାଇ ୬୦ ସେମି ହୋଇଥାଏ।

ଏଭଳି ଅସ୍ତ୍ରୋପଚାର୍‌ ଖୁବ‌ କମ୍‌ ଦେଖିବାକୁ ମିଳେ। ପ୍ରତ୍ୟେକ ବର୍ଷ ନୂଆ ଦିଲ୍ଲୀ ଏମ୍ସରେ ମାତ୍ର ୬ରୁ ୮ଟି ଏଭଳି ଅସ୍ତ୍ରୋପଚାର କରାଯାଇଥାଏ ବୋଲି ପ୍ରଫେସର ମହାପାତ୍ର କହିଛନ୍ତି। ବିଶ୍ୱରେ ୨୦ରୁ ୨୫ ଜଣ ସର୍ଜନ୍‌ ଏହି ଅସ୍ତ୍ରୋପଚାର କରିଥାନ୍ତି। ପ୍ରଫେସର ମହାପାତ୍ର ଏପର୍ଯ୍ୟନ୍ତ ୩୦୦ରୁ ୩୫୦ଟି ଏଭଳି ଅସ୍ତ୍ରୋପଚାର କରିଥିବା ସୂଚନା ଦେଇଛନ୍ତି।

ଶିଶୁଟିକୁ ଯେତେବେଳେ ୬ରୁ ୯ ମାସ ହୋଇଥାଏ। ସେହି ସମୟରେ ହିଁ ଏକ୍ସପାନ୍‌ସିଆଲ୍‌ କ୍ରାନିଓପ୍ଲାଷ୍ଟି ଅସ୍ତ୍ରୋପଚାରର ପ୍ରକୃଷ୍ଟ ସମୟ ବୋଲି ସେ କହିଛନ୍ତି। ଏହି ଅପରେସନ୍‌ରେ ବିଶେଷତଃ ଟାଇଟାନିୟମ‌, ଷ୍ଟେନ୍‌ଲେସ‌ ଷ୍ଟିଲ‌ କିମ୍ୱା ଆଲୟ ପ୍ଲେଟ୍‌ ବ୍ୟବହାର କରାଯିବା ସହ ସ୍କୃ ଜରିଆରେ ଫିକ୍ସ କରାଯାଇଥାଏ ବୋଲି ସେ ସୂଚନା ଦେଇଛନ୍ତି। ୭୦ ଦଶକରେ ଏଭଳି ଅପରେସନ୍‌ରେ ୧୨ ରୁ ୧୫ ଘଣ୍ଟା ସମୟ ଲାଗୁଥିବା ବେଳେ ବର୍ତ୍ତମାନ ମାତ୍ର ୩ ଘଣ୍ଟାରେ ଏହା ସମ୍ପୂର୍ଣ୍ଣ ହୋଇପାରୁଛି ବୋଲି ଏହି ବିଶିଷ୍ଟ ସ୍ନାୟୁ ବିଶେଷଜ୍ଞ ସୂଚନା ଦେଇଛନ୍ତି।

 



from OdishaReporter https://ift.tt/2mcsgB8

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages