ଅଲାରନାଥ ମନ୍ଦିର ହୁଣ୍ଡିରୁ ଚୋରିକୁ ନେଇ ହାତାହାତି, ଦେଖନ୍ତୁ ଭିଡିଓ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, July 13, 2018

ଅଲାରନାଥ ମନ୍ଦିର ହୁଣ୍ଡିରୁ ଚୋରିକୁ ନେଇ ହାତାହାତି, ଦେଖନ୍ତୁ ଭିଡିଓ

alarnath

ବ୍ରହ୍ମଗିରି (ରବି ନାରାୟଣ ପୂଜାରୀ): ପ୍ରସିଦ୍ଧ ଅଲାରନାଥ ମନ୍ଦିର ହୁଣ୍ଡିରୁ ଚୋରି ଅଭିଯୋଗକୁ ନେଇ ମନ୍ଦିର ଉନ୍ନୟନ କମିଟି ସଭାପତି ଓ ସେବାୟତଙ୍କ ମଧ୍ୟରେ ହାତାହାତି ପରିସ୍ଥିତି ସୃଷ୍ଟି ହୋଇଛି। ବଚସାରୁ କଥା ଗଣ୍ଡଗୋଳ ଓ ହାତାହାତି ପର୍ଯ୍ୟନ୍ତ ଯାଇଛି।

ଅଲାରନାଥ ମନ୍ଦିର ହୁଣ୍ଡିରୁ ଗତ ୧୦ ତାରିଖ ରାତିରେ ଚୋରି ହୋଇଥିବା ସଂପର୍କରେ ଜଣାପଡ଼ିଥିଲା। ଏ ସଂପର୍କରେ ମନ୍ଦିରରେ ଲାଗିଥିବା ସିସିଟିଭି ଚିତ୍ରରୁ ସ୍ପଷ୍ଟ ହୋଇଥିଲା। ଏ ସଂପର୍କରେ ସରକାରୀ ଅଧିକାରୀମାନଙ୍କୁ ଜଣାଇ ଦିଆଯାଇଥିଲା। କିନ୍ତୁ ଘଟଣାର ଦୁଇଦିନ ପରେ ମଧ୍ୟ କୌଣସି ପଦକ୍ଷେପ ନିଆନଯିବାରୁ ଗତକାଲି ସେବାୟତ ମାନଙ୍କର ଏକ ଗୋଷ୍ଠୀ ତହସିଲଦାରଙ୍କୁ ଲିଖିତ ଅଭିଯୋଗ କରିଥିଲେ। ଅନ୍ୟପକ୍ଷରେ ସିସିଟିଭି ଫୁଟେଜ୍‌ ପ୍ରସାରିତ ହୋଇଯିବା ପରେ ଓ ବିଭିନ୍ନ ଟେଲିଭିଜନରେ ପ୍ରସାରିତ ହେବାପରେ ଭକ୍ତଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଏହି ଘଟଣାକୁ ନେଇ ଆଜି ମନ୍ଦିର କମିଟି ଓ ସେବାୟତ ହାତାହାତି ହୋଇଥିବା ଅଭିଯୋଗ ହୋଇଛି।



from OdishaReporter https://ift.tt/2zz3u7D

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages