ଡନ୍‌ଙ୍କ ପତ୍ନୀକୁ ଜେରା: ଅମାପ ସମ୍ପିତ୍ତିର ଚାଲିଛି ଖୋଳତାଡ଼ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, July 13, 2018

ଡନ୍‌ଙ୍କ ପତ୍ନୀକୁ ଜେରା: ଅମାପ ସମ୍ପିତ୍ତିର ଚାଲିଛି ଖୋଳତାଡ଼

tito

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଧୀରେ ଧୀରେ ଖୋଲିବାରେ ଲାଗିଛି ଟିଟୋ ସାମ୍ରାଜ୍ୟର ଗୁମର। ଆଜି ଗ୍ୟାଙ୍ଗଷ୍ଟର୍‌ ଟିଟୋର ସ୍ତ୍ରୀ ବେନଜିର୍‌ ବିବିକୁ କ୍ରାଇମ୍‌ବ୍ରାଞ୍ଚର ଏସ୍‌ଟିଏଫ୍‌ ଜେରା କରିଛି। ଜେରା ବେଳେ ବେନଜିର୍‌ ପାଖରୁ କ୍ରାଇମ୍‌ବ୍ରାଞ୍ଚ ଟିମ୍‌ ବିଭିନ୍ନ ତଥ୍ୟ ହାସଲ କରିଥିବା କୁହାଯାଉଛି। ସେପଟେ ପେଟ୍ରୋଲ ପମ୍ପ୍‌ ଲିଙ୍କ୍‌ ନେଇ ଆଜି କ୍ରାଇମ୍‌ବ୍ରାଞ୍ଚ ଏସ୍‌ଟିଏଫ୍ କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ ଅଫିସ୍‌ ଓ ସିଏସ୍ଓ ଅଫିସ୍‌ରେ ତନାଘନା କରୁଛି।

titoକୋଟି କୋଟି ଟଙ୍କାର ମାଲିକାଣି କେମିତି ହେଲ ?

ଡନର ପତ୍ନୀ ବେନଜିର୍‌ ବିବିକୁ ଏସ୍‌ଟିଏଫ୍‌ ଆଜି ଜେରା କରିଛି। କେନ୍ଦ୍ରାପଡ଼ା ଦିଲାରପୁର ସ୍ଥିତ ଘରେ ବେନଜିର୍‌ଙ୍କୁ ଜଣେ ଡିଏସ୍‌ପି ଓ ଦୁଇ ଜଣ ମହିଳା ଇନ୍ସପେକ୍ଟର ପଚରାଉଚରା କରିଛନ୍ତି।

titoକୋଟି କୋଟି ଟଙ୍କାର ଅଧିକାରୀ କିପର ହେଲେ ବେନଜିର୍‌ ? ଗୃହିଣୀ ହୋଇ ବେନଜିର୍‌ ଏଭଳି ଅମାପ ସମ୍ପତ୍ତି କେଉଁଠୁ ଆଣିଲେ ? ଏକାଧିକ ପେଟ୍ରୋଲ ପମ୍ପ୍‌, କୋଟି କୋଟି ଟଙ୍କାର ଅର୍ଥ କାରବାର କରୁଥିଲେ କିପରି ? ନିଜ ନାଁରେ ଥିବା ବେନଜିର୍‌ ଇନଫ୍ରା ପ୍ରାଇଭେଟ ଲିମିଟେଡର ଅର୍ଥ ଆସୁଥିଲା କେଉଁଠୁ ? ଏହିଭଳି ବିଭିନ୍ନ ଦିଗକୁ ନେଇ ଏସ୍‌ଟିଏଫ୍‌ ଟିମ୍‌ ଜେରା କରିଛି। ଏହାସହ ୧ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ଲ୍ୟାଣ୍ଡ୍‌ ଡିଲ୍‌, ଅଡି ଗାଡ଼ି ନେଇ ମଧ୍ୟ ତଦନ୍ତକାରୀ ଟିମ୍‌ ଜେରା କରିଛି।

titoପଲିଟିକାଲ ଲିଙ୍କ୍‌ ଅଛି କି ?

ଡନ୍‌ ଟିଟୋର ପଲିଟିକାଲ ଲିଙ୍କ୍‌ କାଢ଼ିବାକୁ ଯୋଜନା କରିଛି ଏସ୍‌ଟିଏଫ୍‌। ସଙ୍ଗୀନ ଅପରାଧର ଲମ୍ବା ତାଲିକା ଥିବା ଟିଟୋ କେମିତି ପେଟ୍ରୋଲ ପମ୍ପ୍‌ ହାସଲ କଲା ? ବେନାମୀ ଭାବେ ଦୁଇରୁ ଅଧିକ ପେଟ୍ରୋଲ ପମ୍ପ୍‌ ହାତେଇବାରେ କିଏ ସହାୟତା କରିଛି ? ଏହା ପଛରେ ପଲିଟିକାଲ୍‌ ଲିଙ୍କ୍‌ ଥିବା ସନ୍ଦେହ କରୁଛି କ୍ରାଇମବ୍ରାଞ୍ଚ ଏସଟିଏଫ୍।

titoଅନ୍ୟପକ୍ଷରେ ଟିଟୋ ଲିଙ୍କ୍‌ରେ କେନ୍ଦ୍ରାପଡ଼ାର ଜଣେ ପୂର୍ବତନ କାଉନସିଲର ହିପଜୁଲ ରେହମାନଙ୍କୁ ଏସଟିଏଫ୍‌ ଜେରା କରିଛି। ଏହାସହ ଟିଟୋ ନାଁରେ ଆଉ ତିନୋଟି ନୂଆ ମାମଲା ରୁଜୁ କରିଛି ଏସ୍‌ଟିଏଫ୍। ଅପରାଧକ କାର୍ଯ୍ୟକଳାପ ଜରିଆରେ ବେଆଇନ ଅର୍ଥ ଅର୍ଜନ କରିବା, ଟେଣ୍ଡର ପାଇଁ ଦାଦାବଟି ଆଦାୟ କରିବା ଓ ଜୋର ଜବରଦସ୍ତ ଜମି ଅକ୍ତିଆର କରିବା ଭଳି ମାମଲା ରୁଜୁ ହୋଇଛି।



from OdishaReporter https://ift.tt/2upRgse

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages