ନାବାଳିକାକୁ ଦୁଷ୍କର୍ମ କରିଥିଲା, ଏବେ ମେଡିକାଲରେ ୬ ମାସ ଖଟିବ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, July 26, 2018

ନାବାଳିକାକୁ ଦୁଷ୍କର୍ମ କରିଥିଲା, ଏବେ ମେଡିକାଲରେ ୬ ମାସ ଖଟିବ

ଫୁଲବାଣୀ (ତ୍ରିନାଥ ସାହୁ): ମେଡ଼ିକାଲରେ ସେବା ଯୋଗାଇବ ଦୁଷ୍କର୍ମ ଅଭିଯୁକ୍ତ ନାବାଳକ। ସ୍କୁଲ ଛୁଟି ଦିନରେ ଅଭିଯୁକ୍ତ ନାବାଳକ ୬ ମାସ କାଳ ସକାଳ ୮ଟାରୁ ମଧ୍ୟାହ୍ନ ୧୨ ଭିତରେ ମେଡିକାଲରେ ଖଟିବ। ନାବାଳିକା ଦୁଷ୍କର୍ମ ମାମଲାରେ ବିଚାର କରି ଫୁଲବାଣୀ ଜୁଭେନାଇଲ୍‌ ଜଷ୍ଟିସ୍‌ ବୋର୍ଡ ଆଜି ଏପରି ନିଷ୍ପତ୍ତି ଶୁଣାଇଛନ୍ତି।

ସୂଚନାରୁ ପ୍ରକାଶ, ୨୦୧୭ ଏପ୍ରିଲ ମାସରେ ଜଣେ ୭ ବର୍ଷର ନାବାଳିକା ଜଣକ ଶୌଚ ପାଇଁ ଯାଇଥିଲା। ଏହି ସମୟରେ ଅଷ୍ଟମ ଶ୍ରେଣୀରେ ପଢ଼ୁଥିବା ଜଣେ ନାବାଳକ ତାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା। ଏନେଇ ଅଭିଯୋଗ ହେବା ପରେ ପୁଲିସ ମାମଲା ରୁଜୁ କରି ନାବାଳକକୁ ଅଟକ ରଖିଥିଲା। ତେବେ ନାବାଳକ ଜଣକ ଅଷ୍ଟମ ଶ୍ରେଣୀରେ ପାଠ ପଢ଼ୁଥିବାରୁ ପୁଲିସ ତାକୁ ଛାଡ଼ି ଦେଇଥିଲା। ଆଜି ଏହି ମାମଲାରେ ଶୁଣାଣି ପରେ ଫୁଲବାଣୀ ଜୁଭେନାଇଲ୍‌ ଜଷ୍ଟିସ୍‌ ବୋର୍ଡ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି।

ନିଷ୍ପତ୍ତି ଅନୁସାରେ, ଅଭିଯୁକ୍ତ ନାବାଳକ ଦଣ୍ଡ ସ୍ୱରୂପ ସ୍କୁଲ ଛୁଟି ଦିନରେ ରାଇକିଆ ମେଡିକାଲରେ ଗୋଷ୍ଠୀ ସେବା କାର୍ଯ୍ୟରେ ନିୟୋଜିତ ହେବ। ଦୀର୍ଘ ୬ ମାସ ଧରି ଅଭିଯୁକ୍ତ ନାବାଳକ ସକାଳ ୮ଟାରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ଏହି ଗୋଷ୍ଠୀ ସେବା ଯୋଗାଇବ ବୋଲି ଜୁଭେନାଇଲ୍‌ ଜଷ୍ଟିସ୍‌ ବୋର୍ଡ ଆଦେଶ ଦେଇଛନ୍ତି।



from OdishaReporter https://ift.tt/2mJYHaf

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages