ଅତିବଡ଼ୀ ଜଗନ୍ନାଥ ଦାସ ପୁରସ୍କାର ଗ୍ରହଣ କଲେ କବି ରମାକାନ୍ତ ରଥ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, July 26, 2018

ଅତିବଡ଼ୀ ଜଗନ୍ନାଥ ଦାସ ପୁରସ୍କାର ଗ୍ରହଣ କଲେ କବି ରମାକାନ୍ତ ରଥ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆଜି ଭୁବନେଶ୍ୱରରେ ‘ଅତିବଡ଼ୀ ଜଗନ୍ନାଥ ଦାସ’ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏଥିରେ ରାଜ୍ୟ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଅଶୋକ ପଣ୍ଡା ଯୋଗଦେଇ ବିଶିଷ୍ଟ ସାରସ୍ୱତ ସାଧକ କବି ରମାକାନ୍ତ ରଥଙ୍କୁ ‘ଅତିବଡ଼ୀ ଜଗନ୍ନାଥ ଦାସ’ ସମ୍ମାନ ପ୍ରଦାନ କରିଛନ୍ତି। ଏହାଛଡ଼ା ୧୫ ସାରସ୍ୱତ ସାଧକଙ୍କୁ ମଧ୍ୟ ସମ୍ମାନିତ କରାଯାଇଛି।

ଏହି ଅବସରରେ ମନ୍ତ୍ରୀ ଶ୍ରୀ ପଣ୍ଡା କହିଛନ୍ତି-“ରାଜ୍ୟରେ ଭାଗବତ ଟୁଙ୍ଗିର ପୁନରୁଦ୍ଧାର କରାଯିବ। ଏଥିପାଇଁ ଥିବା ଅନୁଦାନ ରାଶିକୁ ୨୫ରୁ ୫୦ ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି। ବଜେଟ୍‌ରେ ୯ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। ଅତିବଡ଼ୀ ଜଗନ୍ନାଥ ଦାସଙ୍କ ସ୍ମୃତିପୀଠ ପୁରୀ ଜିଲ୍ଲା କପିଳେଶ୍ୱରପୁର ଶାସନରେ ୧ କୋଟି ଟଙ୍କା ଖର୍ଚ୍ଚ ହେବ।”

ପୁରସ୍କାର ଗ୍ରହଣ କରିବା ପରେ ଯୁବ ଲେଖକଙ୍କୁ ପରାମର୍ଶ ଦେଇ କବି ରମାକାନ୍ତ ରଥ କହିଛନ୍ତି-“ଲେଖିଛି ବୋଲି ଗର୍ବ କରିବେ ନାହିଁ। ଭାବିବେ, ଯାହା ଲେଖିବାକୁ ଚାହିଁଥିଲି, ତାହା ଲେଖି ପାରିଲିନି। ତାହାହେଲେ ସେମାନଙ୍କୁ ଆଗକୁ ଯିବା ପାଇଁ ପ୍ରେରଣା ମିଳିବ।”

କବି ଡାକ୍ତର ସରୋଜିନୀ ଷଡଙ୍ଗୀ କହିଛନ୍ତି-“ଡାକ୍ତରୀ ପାଠ ପେସା ହେଲେ, କବିତା ଲେଖା ହେଲା ନିଶା। ସେଥିପାଇଁ ସାହିତ୍ୟ ଏକାଡେମୀ ଦ୍ୱାରା ସମ୍ୱର୍ଦ୍ଧିତ ହୋଇଥିବାରୁ ବହୁ ଖୁସି ଲାଗୁଛି। ଏହାର ଶ୍ରେୟ ଦେବି ପ୍ରଭୁ ଜଗନ୍ନାଥଙ୍କୁ। ଯିଏ ମୋତେ ଦେଖିବା, ଲେଖିବା, ସହିବା ଓ କହିବା ଶିଖାଇଛନ୍ତି।”



from OdishaReporter https://ift.tt/2AcHUX7

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages