
ବଲାଙ୍ଗିର (ସସ୍ମିତା ସାହୁ): କଟକ ଜିଲ୍ଲା ଓଲଟପୁରରେ ରହିଛି ସ୍ୱାମୀ ବିବେକାନନ୍ଦ ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ରିହାବିଲେଟେସନ୍ ଆଣ୍ଡ୍ ରିସର୍ଚ୍ଚ ସେଣ୍ଟର (ନିରତାର)। ଏହାର ଏକ ଲାଇଟ୍ ସେଣ୍ଟର ବଲାଙ୍ଗିର ସହର ଉପକଣ୍ଠ ଶାସ୍ତ୍ରୀନଗରରେ ଖୋଲାଯାଇଥିଲା। ଏହାକୁ ଏବେ ସଂଯୁକ୍ତ ଆଞ୍ଚଳିକ କେନ୍ଦ୍ର (ସିଆର୍ସି)ରେ ପରିଣତ କରିବେ କେନ୍ଦ୍ର ସରକାର। ଏଥିପାଇଁ ଆବଶ୍ୟକ ହେଉଥିବା ଜମି ଯୋଗାଇ ଦେବାକୁ କେନ୍ଦ୍ର ସରକାରଙ୍କ ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରଣାଳୟ ତରଫରୁ ଜିଲ୍ଲାପ୍ରଶାସନକୁ ଚିଠି କରାଯାଇଛି।
ସୂଚନାରୁ ପ୍ରକାଶ, ଗତ ମେ’ ୨୧ ତାରିଖରେ ବଲାଙ୍ଗିରରେ ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ରିହାବିଲେଟେସନ୍ ଆଣ୍ଡ୍ ରିସର୍ଚ୍ଚ ସେଣ୍ଟର ସାଟେଲାଇଟ୍ ସେଣ୍ଟର ଲୋକାର୍ପଣ ହୋଇଥିଲା। ଦୁଇ କେନ୍ଦ୍ରମନ୍ତ୍ରୀ ଏହାକୁ ରାଜ୍ୟ ଉଦ୍ଦେଶ୍ୟରେ ସମର୍ପିତ କରିଥିଲେ। ସେହି ସମୟରେ ଏହାକୁ ପୂର୍ଣ୍ଣ କାର୍ଯ୍ୟକ୍ରମ କରିବାକୁ ବଲାଙ୍ଗିରର କେତେକ ଅନୁଷ୍ଠାନ ଦାବି କରିଥିଲେ। କାରଣ ଏହି କେନ୍ଦ୍ରଟି ପୂର୍ଣ୍ଣକାର୍ଯ୍ୟକ୍ଷମ ହେଲେ, ଏଇଠି ଉଭୟ ଆଉଟ୍ଡୋର ଓ ଇନ୍ଡୋର ସେବା ଆରମ୍ଭ ହୋଇପାରିବ। ଏହାଛଡ଼ା କୃତ୍ତିମ ଅଙ୍ଗପ୍ରତ୍ୟଙ୍ଗ ମଧ୍ୟ ତିଆରି ହେବ। ଏପରିକି ଅଧିକ ଗବେଷଣା ମଧ୍ୟ ହୋଇପାରିବ।

from OdishaReporter https://ift.tt/2NOxbEa
No comments:
Post a Comment