ବ୍ରହ୍ମପୁର ବାହ୍ୟ ମଳତ୍ୟାଗ ମୁକ୍ତ ହେବ କେମିତି? - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, July 28, 2018

ବ୍ରହ୍ମପୁର ବାହ୍ୟ ମଳତ୍ୟାଗ ମୁକ୍ତ ହେବ କେମିତି?

ବ୍ରହ୍ମପୁର(ଜଗନ୍ନାଥ ସାହୁ): ବ୍ରହ୍ମପୁର ମହାନଗରକୁ ବାହ୍ୟ ମଳତ୍ୟାଗ ମୁକ୍ତଅଞ୍ଚଳ କରିବା ନେଇ ବିଏମ୍‌ସି ପକ୍ଷରୁ ଜୋରଦାର କ୍ୟାମ୍ପେନିଂ ଚାଲିଛି। ଏଭଳିକି ବଲିଉଡ୍‌ ଷ୍ଟାର୍‌ମାନେ ମଧ୍ୟ ନିଜର ଭିଡିଓ ବାର୍ତ୍ତା ଦ୍ୱାରା ବ୍ରହ୍ମପୁରକୁ ବାହ୍ୟ ମଳତ୍ୟାଗ ମୁକ୍ତ ରଖିବାକୁ କ୍ୟାମ୍ପେନିଂ କରୁଛନ୍ତି। ଅକ୍ଟୋବର ୨ ଗାନ୍ଧି ଜୟନ୍ତୀ ସୁଦ୍ଧା ବ୍ରହ୍ମପୁରକୁ ବାହ୍ୟ ମଳତ୍ୟାଗ ମୁକ୍ତ ଅଞ୍ଚଳ କରିବାକୁ ବିଏମସି ସ୍ୱପ୍ନ ଦେଖିଛି।

ହେଲେ ଗ୍ରାଉଣ୍ଡ୍ ଜିରୋରେ ସ୍ଥିତି ଅଲଗା। ଖୋଦ୍ ବିଏମସି ହିଁ ଏଭଳି ସ୍ଥିତି ପାଇଁ ଦାୟୀ ବୋଲି ଅଭିଯୋଗ ହେଉଛି। ବିଏମ୍‌ସି ପକ୍ଷରୁ ସହରର ବିଭିନ୍ନ ସ୍ଥାନରେ ତିଆରି ହୋଇଥିବା ୨୦ରୁ ଉର୍ଦ୍ଧ୍ୱ ଶୌଚାଳୟର ସ୍ଥିତି ସଙ୍ଗିନ ହୋଇପଡ଼ିଛି। ବିଏମସିର ରକ୍ଷଣାବେକ୍ଷଣ ଅଭାବରୁ ଏଭଳି  ସ୍ଥିତି ଉପୁଜିଥିବା ଅଭିଯୋଗ ହେଉଥିବା ବେଳେ ବାହ୍ୟ ମଳମୁକ୍ତ ଅଞ୍ଚଳର ସ୍ୱପ୍ନ ଅଧୁରା ରହିଯିବାର ଆଶଙ୍କା ସୃଷ୍ଟି ହୋଇଛି।କାରଣ ରାସ୍ତାକଡ଼ରେ ଶୌଚକୁ ରୋକିବା ନିମନ୍ତେ ବିଏମ୍‌ସି ପକ୍ଷରୁ ପବ୍ଲିକ୍‌ ଟଏଲେଟ୍‌ ତି‌ଆରି କରାଯାଇଥିଲା। କିନ୍ତୁ ଏବେ ଏହି ପବ୍ଲିକ୍‌ ଟଏଲେଟ୍‌ ବ୍ୟବହାର ହେବା ଅବସ୍ଥାରେ ନାହିଁ। ଫଳରେ ଲୋକେ ବାଧ୍ୟ ହୋଇ ରାସ୍ତାକଡ଼ରେ ଶୌଚ କିମ୍ବା ପରିସ୍ରା କରିବାକୁ ବାଧ୍ୟ ହେଉଛନ୍ତି।

୨୦୧୭ରେ ‘ଶ୍ରେଷ୍ଠ ବ୍ରହ୍ମପୁର ଯୋଜନା’ରେ ପ୍ରାୟ ୭୦ ଲକ୍ଷ ଟଙ୍କା ବ୍ୟୟରେ ମହାନଗରର ୨୦ରୁ ଉର୍ଦ୍ଧ୍ୱ ସ୍ଥାନରେ ପବ୍ଲିକ୍‌ ଟଏଲେଟ୍‌ ତିଆରି ହୋଇଥିଲା। ହେଲେ ଏବେ ଏଗୁଡ଼ିକର ଭଙ୍ଗାରୁଜା ଅବସ୍ଥାରେ ପଡ଼ି ରହିଛି। ଏହାକୁ ଶୌଚ ପାଇଁ ବ୍ୟବହାର କରିବା ଦୂର କଥା, ଏହା ଭିତରକୁ ଯିବା ବି ଅସମ୍ଭବ ହୋଇପଡ଼ିଛି। ଶୌଚାଳୟ ଗୁଡ଼ିକ ମାଟି ସହ ପଲିଥିନ, ମଦ ବୋତଲ ଓ ମଇଳାରେ ଭର୍ତ୍ତି ହୋଇଯାଇଛି। ବିଏମ୍‌ସି ପକ୍ଷରୁ ବସା ଯାଇଥିବା ପାଣି ଟାଙ୍କିରେ ପାଣି ମଧ୍ୟ ଭର୍ତ୍ତି କରାଯାଉନି। ଟଏଲେଟ୍‌ ଓ ଲ୍ୟାଟିନ୍‌ ପାଇପ୍‌ରେ ପାଣି ଆସୁନି। ଫଳରେ ଶୌଚାଳୟ ଭିତରେ ମଇଳାଗୁଡ଼ିକ ସଫା ହୋଇପାରୁନାହିଁ।  ଶୌଚାଳୟରେ ଥିବା ବାଲଟି ଓ ମଗ୍‌କୁ ମଧ୍ୟ କେହି ନେଇଯାଇଛି।

ରକ୍ଷଣାବେକ୍ଷଣ ଅଭାବରୁ ଶୌଚାଳୟଗୁଡ଼ିକ ନଷ୍ଟ ହୋଇଯାଇଛି। ଖାଲି ସେତିକି ନୁହେଁ, ଏଭଳି ଅବସ୍ଥା ହେବାର ମୁଖ୍ୟ କାରଣ ନିଜେ ବିଏମ୍‌ସି ବୋଲି ଅଭିଯୋଗ ହୋଇଛି। ବିଏମସି କେବଳ ପବ୍ଲିକ ଟଏଲେଟ୍‌ କରି  ଚୁପ୍‌ଚାପ ବସିଯାଇଛି।

ଏନେଇ ବିଏମ୍‌ସି କମିଶନର ଚକ୍ରବର୍ତ୍ତୀ ସିଂ ରାଠୋର କହିଛନ୍ତି,“ ଦୁଇ ମାସ ଭିତରେ ଏହା ଠିକ୍‌ଠାକ୍‌ ହୋଇଯିବ। ବ୍ରହ୍ମପୁର ମହାନଗରକୁ ବାହ୍ୟ ମଳତ୍ୟାଗ ମୁକ୍ତ କରାଯିବ।”

 

 



from OdishaReporter https://ift.tt/2K4eHNo

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages