ଏଚ୍‌ଆଇଭି ଭଳି ହେପାଟାଇଟିସ୍‌-ବି ମଧ୍ୟ ଭୟଙ୍କର, ଜାଣନ୍ତୁ ଏହା ବିଷୟରେ ଅଧିକ କିଛି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, July 28, 2018

ଏଚ୍‌ଆଇଭି ଭଳି ହେପାଟାଇଟିସ୍‌-ବି ମଧ୍ୟ ଭୟଙ୍କର, ଜାଣନ୍ତୁ ଏହା ବିଷୟରେ ଅଧିକ କିଛି

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଏଚ୍‌ଆଇଭି ଭଳି ହେପାଟାଇଟିସ୍‌-ବି ମଧ୍ୟ ଏକ ମାରାତ୍ମକ ରୋଗ। ଏହା ଯକୃତକୁ ଆକ୍ରାନ୍ତ କରିଥାଏ। ଫଳରେ ରୋଗୀର ମୃତ୍ୟୁ ଘଟିଥାଏ। ଏହାର ନିରାକରଣ ନେଇ ଟୀକା ମଧ୍ୟ ଉପଲବ୍ଧ। ତେବେ ଲୋକଙ୍କ ମଧ୍ୟରେ ଏନେଇ ରହିଥିବା ଅଜ୍ଞତା ହିଁ ସବୁଠାରୁ ବଡ଼ ଚିନ୍ତାର କାରଣ। ‘ବିଶ୍ୱ ହେପାଟାଇଟିସ୍‌ ଦିବସ’ ଅବସରରେ ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟ ଏବଂ ଭାରତ ସ୍କାଉଟ୍ସ ଆଣ୍ଡ୍‌ ଗାଇଡ୍ସର ରାଜ୍ୟ ଶାଖା ପକ୍ଷରୁ ମିଳିତ ଭାବେ ଆୟୋଜିତ କାର୍ଯ୍ୟକ୍ରମରେ ଏହା କହିଛନ୍ତି ଡାକ୍ତର ମନୋଜ କୁମାର ସାହୁ।

ସେ କହିଛନ୍ତି-“ଏଚ୍‌ଆଇଭି ଯୋଗୁ ବର୍ଷକୁ ଯେତିକି ଲୋକଙ୍କର ମୃତ୍ୟୁ ହୋଇଥାଏ, ହେପାଟାଇଟିସ୍‌-ବି ବ୍ୟାଧି ସେହି ଅନୁପାତରେ ଜୀବନ ନେଉଛି। ବର୍ତ୍ତମାନ ସାରା ବିଶ୍ୱରେ ୩୦ କୋଟି ଲୋକ ହେପାଟାଇଟିସ୍‌-ବି’ରେ ଆକ୍ରାନ୍ତ ହୋଇଛନ୍ତି। ତେବେ ଉଦ୍‌ବେଗର ବିଷୟ ହେଉଛି, ୯୫ ପ୍ରତିଶତ ଲୋକ ଏଥିରେ ଆକ୍ରାନ୍ତ ହୋଇଥିଲେ ମଧ୍ୟ ରୋଗ ସମ୍ପର୍କରେ ଅବଗତ ନଥାନ୍ତି। ଏପରିକି ସେମାନେ ଜାଣନ୍ତି ନାହିଁ ଯେ, ତାଙ୍କ ଶରୀରରେ ଏଭଳି ଏକ ମାରାତ୍ମକ ରୋଗ ରହିଛି ବୋଲି। ଯାହାକି ତାଙ୍କ ଯକୃତକୁ ସଂପୂର୍ଣ୍ଣ ଭାବେ ନଷ୍ଟ କରିଦେବ। ହେପାଟାଇଟିସ୍‌- ବି ଓ ସି ଯୋଗୁ ଲିଭର୍‌ ସଂପୂର୍ଣ୍ଣ ଭାବେ ନଷ୍ଟ ହୋଇଯାଏ। ଫଳରେ ରୋଗୀ ଲିଭର୍ ସିରୋସିସ୍‌, ଲିଭର ଅକାମୀ ଓ ଲିଭର କ୍ୟାନ୍‌ସରରେ ଆକ୍ରାନ୍ତ ହୋଇଥାନ୍ତି।”

ସେ ଆହୁରି କହିଛନ୍ତି- “ହେପାଟାଇଟିସ୍‌ ରୋଗର ୫ଟି ଭାଇରସ୍‌ ରହିଛି। ସେଗୁଡ଼ିକ ହେଲା ଏ, ବି, ସି, ଡି, ଇ। ହେପାଟାଇଟିସ୍‌ ଏ ଓ ଇ ଖାଦ୍ୟ ଏବଂ ପାଣି ଦ୍ୱାରା ଶରୀରରେ ସଂକ୍ରମିତ ହେଉଥିବା ବେଳେ ବି, ସି ଏବଂ ଡି ଏଚ୍‌ଆଇଭି ପରି ରକ୍ତ ଦ୍ୱାରା ଶରୀରରେ ସଂକ୍ରମିତ ହୋଇଥାଏ। ତେବେ ହେପାଟାଇଟିସ୍‌-ବି ଏଚ୍‌ଆଇଭି ଅପେକ୍ଷା ୧୦୦ ଗୁଣ ଅଧିକ ସଂକ୍ରାମକ ରୋଗ। ହେପାଟାଇଟିସ୍‌- ବି ପ୍ରତିଷେଧକ ଟୀକା ଦ୍ୱାରା ପ୍ରତ୍ୟେକ ବର୍ଷ ୩ ଲକ୍ଷ କ୍ୟାନ୍‌ସର ପୀଡ଼ିତଙ୍କୁ ମୃତ୍ୟୁ ମୁଖରୁ ରକ୍ଷା କରାଯାଇପାରିବ। ଆଗୁଆ ରୋଗର ଲକ୍ଷଣ ଜଣାପଡ଼ିବା ପରେ, ଉତ୍ତମ ଚିକିତ୍ସା ଦ୍ୱାରା ମଧ୍ୟ ରୋଗୀଙ୍କ ଜୀବନକୁ ବଞ୍ଚାଇ ହେବ।”

ହେପାଟାଇଟିସ୍‌-ବି ମାରାତ୍ମକ ରୋଗ ହେଲେ ମଧ୍ୟ ଏଥିରୁ ମୁକ୍ତି ମିଳି ପାରିବ। ୧୯୮୨ ମସିହାରୁ ହେପାଟାଇଟିସ୍‌- ବି’ର ଟୀକା ଉପଲବ୍ଧ ହେଉଛି। ଏହା ମଣିଷର ଜୀବନ ରକ୍ଷାକାରୀ ଟୀକା ବୋଲି ଡାକ୍ତର ମନୋଜ କୁମାର ସାହୁ କହିଛନ୍ତି।



from OdishaReporter https://ift.tt/2mQfdWs

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages