ମୌସୁମୀ ନେଲାଣି ୫ ରାଜ୍ୟରେ ୪୬୫ ଜୀବନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, July 28, 2018

ମୌସୁମୀ ନେଲାଣି ୫ ରାଜ୍ୟରେ ୪୬୫ ଜୀବନ

ନୂଆଦିଲ୍ଲୀ: ମେ ୨୯ରେ କେରଳ ଛୁଇଁ  ପରବର୍ତ୍ତୀ ସମୟରେ ଦେଶର ବିଭିନ୍ନ ପ୍ରାନ୍ତରେ ସକ୍ରିୟ ହୋଇଥିବା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ପ୍ରଭାବରେ ଚଳିତବର୍ଷ ବ୍ୟାପକ କ୍ଷୟକ୍ଷତି ଘଟିଛି। ବିଶେଷ କରି ଦେଶର ୫ଟି ରାଜ୍ୟରେ ମୌସୁମୀ ତାଣ୍ଡବ ରଚିଛି। ମୌସୁମୀ ଛୁଇଁବା ପରେ ହୋଇଥିବା ଲଗାଣ ବର୍ଷା ଓ ବନ୍ୟା ଯୋଗୁ ମହାରାଷ୍ଟ୍ର,କେରଳ,ପଶ୍ଚିମବଙ୍ଗ,ଗୁଜରାଟ ଓ ଆସାମରେ ୪୬୫ ଜଣଙ୍କ ମୃତ୍ୟୁ ଘଟିଥିବା ସରକାରୀ ଭାବେ କୁହାଯାଇଛି। ଆଉ କିଛି ରାଜ୍ୟର ରିପୋର୍ଟ କେନ୍ଦ୍ର ସରକାରଙ୍କ ପାଖରେ ପହଞ୍ଚି ନଥିବା ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ଏନ୍‌ଇଆର୍‌ସି ରିପୋର୍ଟରେ ସୂଚନା ଦିଆଯାଇଛି।

ଏନ୍‌ଇଆର୍‌ସି ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ମହାରାଷ୍ଟ୍ରରେ ୧୩୮ ଜଣ, କେରଳରେ ୧୨୫ ଜଣ, ପଶ୍ଚିମବଙ୍ଗରେ ୧୧୬ ଜଣ, ଗୁଜରାଟରେ ୫୨ ଜଣ ଓ ଆସାମରେ ୩୪ ଜଣଙ୍କ ମୃତ୍ୟୁ ବନ୍ୟା ଓ ବର୍ଷା ଜନିତ ଅଘଟଣ ଯୋଗୁ ଘଟିଛି। ସେହିପରି ମହାରାଷ୍ଟ୍ରର ୨୬ଟି, ପଶ୍ଚିମବଙ୍ଗର ୨୨ଟି, ଆସାମରେ ୨୧, କେରଳରେ ୧୪ ଓ ଗୁଜରାଟ୍‌ରେ ୧୦ଟି ଜିଲ୍ଲା ବର୍ଷା ଓ ବନ୍ୟା ଯୋଗୁ କ୍ଷତିଗ୍ରସ୍ତ ହୋଇଛି। ଆସାମରେ ବନ୍ୟା ଯୋଗୁ ୧୦.୧୭ ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି। ଏମାନଙ୍କୁ ମଧ୍ୟରୁ ୨.୧୭ ଲକ୍ଷ ଲୋକଙ୍କୁ ରିଲିଫ୍‌ କ୍ୟାମ୍ପରେ ରଖାଯାଇଛି। ଆସାମରେ ଲୋକଙ୍କୁ ଉଦ୍ଧାର କରିବା ପାଇଁ ୧୨ଟି ଏନ୍‌ଡିଆର୍‌ଏଫ୍‌ ଟିମ୍‌କୁ ନିୟୋଜିତ କରାଯାଇଛି। ଗୋଟିଏ ଟିମ୍‌ରେ ୪୫ ଜଣ ସଦସ୍ୟ ରହିଛନ୍ତି। ପଶ୍ଚିମବଙ୍ଗରେ ୧.୬୧ ଲକ୍ଷ ଲୋକ ବନ୍ୟା ଯୋଗୁ ପ୍ରଭାବିତ ହୋଇଥିବା ବେଳେ ୮ଟି ଏନ୍‌ଡିଆର୍‌ଏଫ୍‌ ଟିମ୍‌ ନିୟୋଜିତ ହୋଇଛନ୍ତି। ଗୁଜରାଟରେ ଲଗାଣ ବର୍ଷା ଓ ବନ୍ୟା ଯୋଗୁ ୧୫,୯୧୨ ଜଣ ଲୋକଙ୍କୁ ସୁରକ୍ଷିତ ସ୍ଥାନାକୁ ସ୍ଥାନାନ୍ତର କରାଯାଇଛି। ରାଜ୍ୟରେ ୧୧ଟି ଏନ୍‌ଡିଆର୍‌ଏଫ୍‌ ଟିମ୍‌ ନିୟୋଜିତ ହୋଇଛନ୍ତି। କେରଳରେ ୧.୪୩ ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି। ବନ୍ୟାଜଳରେ ଭାସି ଯାଇ ୯ ଜଣ ନିଖୋଜ ଅଛନ୍ତି। ଏମାନଙ୍କୁ ଖୋଜିବାକୁ ୯ଟି ଏନ୍‌ଡିଆର୍‌ଏଫ୍‌ ଟିମ୍‌ ନିୟୋଜିତ ହୋଇଛନ୍ତି।



from OdishaReporter https://ift.tt/2mQfbhi

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages