ଏହି କୁକୁରକୁ ଧରିବାକୁ ଲାଗିଲା ୫୦ ଲକ୍ଷ ଟଙ୍କାର ପୁରସ୍କାର: ଜୀବିତ କି ମୃତ ହେଉ ଧରାଇଦେଲେ ମିଳିବ ୫୦ ଲକ୍ଷ ଟଙ୍କା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, July 29, 2018

ଏହି କୁକୁରକୁ ଧରିବାକୁ ଲାଗିଲା ୫୦ ଲକ୍ଷ ଟଙ୍କାର ପୁରସ୍କାର: ଜୀବିତ କି ମୃତ ହେଉ ଧରାଇଦେଲେ ମିଳିବ ୫୦ ଲକ୍ଷ ଟଙ୍କା

ନୂଆଦିଲ୍ଲୀ: ଡନ୍‌, ମାଫିଆ କିମ୍ବା ମୋଷ୍ଟ ୱାଣ୍ଟେଡ୍‌ ଅପରାଧୀଙ୍କ ପାଇଁ ପୁରସ୍କାର ଘୋଷଣା ହୁଏ। ସମ୍ପୃକ୍ତ ଅପରାଧୀଙ୍କୁ ଧରାଇଦେଲେ ମୋଟା ଅଙ୍କର ଅର୍ଥ ମିଳିଥାଏ। ହେଲେ ଆପଣ କେବେ ଶୁଣିଛନ୍ତି କି କୁକୁର ଉପରେ ପୁରସ୍କାର ଘୋଷଣା ହେବା କଥା ?

ସେ ପୁଣି ଏମିତି ସେମିତି ପରିମାଣର ଅର୍ଥ ନୁହେଁ । କୁକୁରଟିକୁ ଜୀବିତ କିମ୍ବା ମୃତ ଅବସ୍ଥାରେ ଧରାଇ ଦେଲେ ମିଳିବ ୫୦ ଲକ୍ଷ ଟଙ୍କା। ବିଶ୍ୱାସ ହେଉ ନ ଥିଲେ ବି କଥାଟା ସତ। ତେବେ ଖରାପ୍‌ କାମ ପାଇଁ ନୁହଁ ବରଂ କୁକୁରଟିର ଭଲ କାମ ଏହି ପୁରସ୍କାର ଘୋଷଣା ହୋଇଛି।

ଏହି କୁକୁରଟି ନିଶା ବେପାରୀଙ୍କ ପାଇଁ କାଳ ସାଜି ଥିବାରୁ ସେମାନେ ଏହାକୁ ଟାର୍ଗେଟ କରିଛନ୍ତି।  ଆଉ ତାକୁ ଧରିବାକୁ ପୁରସ୍କାର ଘୋଷଣା କରିଛନ୍ତି। କଲମ୍ବିଆରେ ଏହି ଘଟଣା ଘଟିଛି।

ନିଶା କାରବାର ପାଇଁ ସାରା ବିଶ୍ୱରେ କଲମ୍ବିଆର କୁଖ୍ୟାତି ରହିଛି।  ବର୍ଷ ବର୍ଷ ଧରି ଡ୍ରଗ୍‌ ସ୍ମଗଲର୍‌ମାନେ ଏଠି ଅନାୟସରେ ବେଆଇନ୍‌ ନିଶା କାରବାର କରି ଆସୁଛନ୍ତି। ହେଲେ କଲମ୍ବିଆର ଗୋଟିଏ କୁକୁର ଏହି ନିଶାବେପାରୀଙ୍କ ନିଦ ହଜାଇଛି।

ଏହି କୁକୁରର ନାଁ ହେଉଛି ସୋମ୍ବ୍ରା। ଗତ ୨ ବର୍ଷ ମଧ୍ୟରେ ଏହି କୁକୁରଟି ୬୮ କୋଟି ଟଙ୍କାର ନିଶା କାରବାର ଧରାପକାଇ ଚର୍ଚ୍ଚାକୁ ଆସିଛି।

ଫଳରେ ନିଶାବେପାରୀମାନେ ଏହି କୁକୁର ଉପରେ ଏବେ ୫୦ ଲକ୍ଷ ଟଙ୍କାର ବାଜି ମାରିଛନ୍ତି। କୁକୁରଟି ଜୀବନ୍ତ ହେଉ କି ମୃତ ଯିଏ ଏହାକୁ ଆଣିଦେବ ତାକୁ ୫୦ ଲକ୍ଷ ଟଙ୍କା ମିଳିବ।

ଏନେଇ କଲମ୍ବିଆ ପୁଲିସ ଉକ୍ତ କୁକୁର ସମ୍ପର୍କରେ  ଟ୍ୱିଟ୍‌ କରି ଉପରୋକ୍ତ ତଥ୍ୟ ଜାରି କରିଛି। ଜର୍ମାନ ଶେଫାର୍ଡ଼ ପ୍ରଜାତିର ‘ସୋମ୍ବ୍ରା’ କଲମ୍ବିଆ ପୋଲିସ ବିଭାଗ ପାଇଁ ଗତ ୨ ବର୍ଷ ହେବ କାମ କରୁଛି।

ମିଳିଥିବା ସୂଚନା ଅନୁଯାୟୀ, ଏହି ଦୁର୍ଦ୍ଧର୍ଷ କୁକୁର ସହାୟତାରେ ପୋଲିସ ୨୪୫ ଜଣ ଅପରାଧୀଙ୍କୁ ଗିରଫ କରିସାରିଲାଣି। । ସୋମ୍ବ୍ରା କଲମ୍ବିଆର ଦୁଇଟି ଏୟାରପୋର୍ଟର ସୁରକ୍ଷାଭାର ସମ୍ଭାଳୁଛି। ମାର୍ଚ୍ଚ ୨୦୧୬ରେ ପ୍ରଥମ ଥର ପାଇଁ ସୋମ୍ବ୍ରା ଏକ ବଡ଼ଧରଣର ନିଶା କାରବାରକୁ ଠାବ କରିପାରିଥିଲା।  କଦଳୀ ଥିବା ଏକ ବାକ୍ସରୁ ୨୯୫୮ କେଜିର ଡ୍ରଗ୍‌ସ୍‌କୁ ଧରିବାରେ ଏହି କୁକୁର ସଫଳ ହୋଇଥିଲା। ବେଲଜିୟମକୁ ଏହି ନିଶା ଦ୍ରବ୍ୟ ଚାଲାଣ ହେଉଥିବା ବେଳେ ଧରାପଡ଼ିଥିଲା।  ପ୍ରଖର ଘ୍ରାଣ ଶକ୍ତି ଯୋଗୁ  ଯେକୌଣସି ବେଆଇନ୍‌ କାରବାରକୁ ଧରିବାରେ ଏହି କୁକୁର ବେଶ ପାରଙ୍ଗମ।

ସେହିପରି ୨୦୧୭ ମେ’ ମାସରେ ବେଲଜିୟମକୁ ୧.୧ ଟନ୍‌ର କୋକେନ୍‌ ପଠାଯାଉଥିବା ବେଳେ ଏହି କୁକୁର ହାବୁଡ଼ରେ ହିଁ ପଡ଼ିଥିଲା।

ଫଳରେ ସବୁ ଯୋଜନା ଫସର ଫାଟି ଯାଇଥିଲା।

ଜୁନ୍‌ରେ ସୋମ୍ବ୍ରା ସହାୟତାରେ ପୋଲିସ ଆଉ ଏକ ବଡ଼ ସଫଳତା ହାସଲ କରିଥିଲା। ପାଖାପାଖି ୫.୩ ଟନ୍‌ର  କୋକେନ୍‌ ଜବତ କରି ଚର୍ଚ୍ଚାକୁ ଆସିଥିଲା ଏହି କୁକୁର।

ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏହି କୁକୁରର ସୁରକ୍ଷା ବ୍ୟବସ୍ଥା । ସୋମ୍ବ୍ରାକୁ ବୁଲେଟ୍‌ ପ୍ରୁଫ୍‌ଜ୍ୟାକେଟ୍ ଦିଆଯାଇଛି। ସେହିପରି ସୋମ୍ବ୍ରା ପାଇଁ ଦୁଇ ଜଣ ବନ୍ଧୁକଧାରୀ ସବୁ ସମୟ ପାଇଁ ମୁତୟନ ରହିଛନ୍ତି।

ଏୟାରପୋର୍ଟରେ ୬ ଘଣ୍ଟା ଡ୍ୟୁଟି କରୁଛି କୁକୁର ସୋମ୍ବ୍ରା

ଅନ୍ୟ କକୁରଠାରୁ  ସୋମ୍ବ୍ରା ବେଶ ଦକ୍ଷ ବୋଲି କଲମ୍ବିଆ ପୋଲିସ କହିଛି। ଖାସ୍‌ ଏହି ଗୁଣ ପାଇଁ କଲମ୍ବିଆରେ ଖୁବ୍‌ ଲୋକପ୍ରିୟ ହୋଇପାରିଛି ଏହି କୁକୁର।



from OdishaReporter https://ift.tt/2LR0adf

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages