ଇସ୍ରାଏଲ ହେଲା ଇହୁଦୀ ରାଷ୍ଟ୍ର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, July 19, 2018

ଇସ୍ରାଏଲ ହେଲା ଇହୁଦୀ ରାଷ୍ଟ୍ର

ୱାଶିଂଟନ୍: ସ୍ୱାଧୀନତାର ଦୀର୍ଘ ବର୍ଷ ପରେ ଇସ୍ରାଏଲ୍‌ ଇହୁଦୀ ରାଷ୍ଟ୍ରର ମାନ୍ୟତା ପାଇଛି। ୯୦ ଲକ୍ଷ ଜନସଂଖ୍ୟା ବିଶିଷ୍ଟ ଏହି ଦେଶରେ ୧୮ ଲକ୍ଷ ମୁସଲିମ୍ ରହୁଥିଲେ ହେଁ ବିବାଦୀୟ ଢଙ୍ଗରେ ଆଜି ଦେଶର ସଂସଦରେ  ‘ଇହୁଦୀ ରାଷ୍ଟ୍ର ବିଲ୍‌’ ପାସ୍ ହୋଇଛି। ଏହି ବିଲ୍‌ ପାସ୍‌ ହୋଇଥିବାରୁ ଏବେ ଇସ୍ରାଏଲ୍‌ ଇହୁଦୀ ରାଷ୍ଟ୍ରରେ ପରିଣତ ହୋଇଛି। ପୂର୍ବରୁ ଏହି ଦେଶର ରାଷ୍ଟ୍ର ଭାଷା ଆରବିକ୍‌ ଥିବା ବେଳେ ଏବେ ଏହାକୁ ହଟାଇ ଦିଆଯାଇଛି। ଏଥିସହ ଏଥିରେ ଆହୁରି କୁହାଯାଇଛି ଯେ ଅବିଭାଜିତ ଜେରୁଜେଲମ ହେଉଛି ଇସ୍ରାଏଲର ରାଜଧାନୀ। ଏହା ଦେଶବାସୀଙ୍କ ନିଷ୍ପତ୍ତି ବୋଲି ବିଲ୍‌ରେ ଉଲ୍ଲେଖ କରାଯାଇଛି। ୧୯୪୮ରେ ଇସ୍ରାଏଲ ଗଠନ ହୋଇଥିଲା।  ଏହାପରେ ବିଶ୍ୱର ବିଭିନ୍ନ ଭାଗରେ ଥିବା ଇହୁଦୀମାନଙ୍କୁ ପାଲେଷ୍ଟାଇନ୍‌ ଫେରିଆସିବାକୁ କୁହାଯାଇଥିଲା। ଆଜି ବିଲ୍‌କୁ ଆରବୀୟ ସାଂସଦ ବିରୋଧ କରିଥିଲେ। କିନ୍ତୁ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍‌ ନେତ୍ୟାନ୍‌ହୁ ବିଲ୍‌କୁ ପାସ୍ କରିବା ପାଇଁ ଏବେ ଐତିହାସିକ ସୁଯୋଗ ରହିଛି ବୋଲି କହିଥିଲେ। ନେତ୍ୟାନ୍‌ହୁଙ୍କ ଦକ୍ଷିଣପନ୍ଥୀ ସରକାରଙ୍କ ମତରେ ଇସ୍ରାଏଲ ହେଉଛି ଇହୁଦୀ ସଂପ୍ରଦାୟର ଲୋକଙ୍କ ପାଇଁ ଏକ ଭଲ ସ୍ଥାନ।  ଏଠାରେ ସେମାନଙ୍କୁ ଉପଯୁକ୍ତ ଅଧିକାର ମିଳିପାରିବ।  ଦୀର୍ଘ ୮ ଘଣ୍ଟାର ବିତର୍କ ପରେ ସଂସଦରେ ବିଲ୍‌ଟି ପାସ୍‌ ହୋଇଥିଲା।  ବିଲ୍‌ ସପକ୍ଷରେ ୬୨ ଜଣ ସାଂସଦ ମତ ଦେଇଥିବା ବେଳେ ବିପକ୍ଷରେ ୫୫ ଜଣ ଭୋଟ୍‌ ଦେଇଥିଲେ।

୧୯୪୭ରେ ଜାତିସଂଘ ସ୍ୱତନ୍ତ୍ର ଆରବ ଓ ଇହୁଦୀ ଦେଶ ଗଠନ କରିବ ବୋଲି ଯୋଜନା ପ୍ରଣୟନ କରିଥିଲେ।  ଏହି ଯୋଜନାକୁ ଇହୁଦୀ ଏଜେନ୍ସି ସମର୍ଥନ କରିଥିଲା।  କିନ୍ତୁ ଆରବ ନେତା ଏହାକୁ ଗ୍ରହଣ କରି ନଥିଲେ। ୧୯୪୮ରେ ଇହୁଦୀ ଏଜେନ୍ସି ଏକ ଦେଶ ଗଠନ କରିଥିଲା ଏବଂ ଏହାର ନାମ ଇସ୍ରାଏଲ୍‌ ଦେଇଥିଲା। ଏହାପରେ ଇସ୍ରାଏଲ୍‌ ଓ ଆରବ ମଧ୍ୟରେ ଯୁଦ୍ଧ ଆରମ୍ଭ ହୋଇଥିଲା।  ଇସ୍ରାଏଲ୍‌ ସମଗ୍ର ଜେରୁଜେଲମ୍‌କୁ ନିଜର ବୋଲି କହିଥିଲା। କିନ୍ତୁ ପାଲେଷ୍ଟାଇନ୍‌ ପୂର୍ବ ଜେରୁଜେଲମକୁ ନିଜର ରାଜଧାନୀ ଘୋଷଣା କରିଥିଲା। ୧୯୬୭ରେ ଇସ୍ରାଏଲ ଏହାକୁ ନିଜ କବ୍‌ଜାକୁ ନେଇଥିଲା। ଏହି ଅଞ୍ଚଳରେ ରହୁଥିବା ମୁସଲିମ, ଇହୁଦୀ ଓ ଖ୍ରୀଷ୍ଟିୟାନ ସଂପ୍ରଦାୟର ଲୋକଙ୍କ ମନରେ ଭୟର ବାତାବରଣ ସୃଷ୍ଟି ହୋଇଥିଲା।  ସେବେଠାରୁ ଲାଗି ରହିଥିବା ବିବାଦ ଆଜି ଅନ୍ତ ଘଟିଛି।



from OdishaReporter https://ift.tt/2zTr5Ab

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages