ବର୍ବରତାର ସବୁ ସୀମା ଲଂଘିଲା ପୁଲିସ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, July 19, 2018

ବର୍ବରତାର ସବୁ ସୀମା ଲଂଘିଲା ପୁଲିସ

ଇମ୍ଫାଲ: ପୁଲିସ୍‌ର ଥାର୍ଡ ଡିଗ୍ରୀ। ବର୍ବରତାର ସୀମା ଲଂଘିଲା ପୁଲିସ। ଜଣେ ଛାତ୍ରଙ୍କୁ ରାସ୍ତାରେ ଗଡ଼େଇପଡ଼େଇ ପିଟିଲା । ଲାଠି ମାଡ଼ ଖାଇ ଲହୁଲୁହାଣ ହେଲେ ଛାତ୍ର। ଖାଲି ସେତିକି ନୁହଁ ପୁଲିସର କାର୍ଯ୍ୟାନୁଷ୍ଠାନ ଏତେ ଭୟଙ୍କର ଥିଲା ଯେ, ଲାଠି ମାଡ଼ରେ ଛାତ୍ର ଜଣକ ଛିଟିକି ପଡ଼ି ଏକ ତେଲ ଟ୍ୟାଙ୍କର ତଳେ ପଡ଼ିଯାଇଥିଲେ। ଏହାର ପୂରା ଦୃଶ୍ୟ କ୍ୟାମେରାରେ କଏଦ୍‌ ହୋଇ ଭିଡିଓଟି ଭାଇରାଲ ହେଉଛି। ସୋଶାଲ ମିଡିଆରେ ଏହି ଭିଡିଓ ଭାଇରାଲ ହେଉଛି। ଯେଉଁଥିରେ ଜଣେ ମଣିପୁରୀ ଛାତ୍ରଙ୍କୁ ପୁଲିସ ଲାଠି ପ୍ରହାର କରୁଛି।  ଛାତ୍ର ଜଣକ ଏଥିରେ ଗୁରୁତର ହୋଇଛନ୍ତି। ଛାତ୍ର ଜଣକ ବିରୋଧ ପ୍ରଦର୍ଶନ ପାଇଁ ଆସିଥିବା ବେଳେ ପୁଲିସ ତାଙ୍କ ପ୍ରତି ଏମିତି ବ୍ୟବହାର କରିଛନ୍ତି। ସୋମବାର ମଣିପୁରର ରାଜଧାନୀ ଇମ୍ଫାଲରେ ଏହି ଘଟଣା ଘଟିଥିବା ନଜରକୁ ଆସିଛି। ଏହି ଭିଡିଓଟିକୁ ଜୁଲାଇ ୧୬ରେ କେହି ଜଣେ ରେକର୍ଡ଼ କରିଥିବା ଜଣାପଡ଼ିଛି।

ସୂଚନା ଅନୁଯାୟୀ ମଣିପୁର ୟୁନିଭର୍ସିଟି ଷ୍ଟୁଡେଣ୍ଟ ୟୁନିଅନ ପକ୍ଷରୁ (MUSU) ଗତ ମାସେ ଧରି କୁଳପତିଙ୍କୁ ହଟାଇବା ଦାବିରେ ଛାତ୍ରମାନେ ଆନ୍ଦୋଳନ କରି ଆସୁଛନ୍ତି। ସେବେଠାରୁ ବିଶ୍ୱବିଦ୍ୟାଳୟ ବନ୍ଦ ରହିଛି।  ମଣିପୁରର ଷ୍ଟୁଡେଣ୍ଟ ଆଲାଏନ୍ସ ଅଫ୍‌ ମଣିପୁର(DESAM) ନେତୃତ୍ୱରେ ଏହି ଆନ୍ଦୋଳନ ଚାଲିଥିଲା।  ଇମ୍ଫାଲର ରାଜ୍ୟ ବିଜେପି କାର୍ଯ୍ୟାଳୟ ସାମ୍ନାରେ ଉକ୍ତ ସଙ୍ଗଠନର ସାଧାରଣ ସମ୍ପାଦକ ଓନିଆମ୍‌ ଶୀତଲଙ୍କ ନେତୃତ୍ୱରେ ଏହି ଆନ୍ଦୋଳନ ଚାଲିଥିଲା। ଏହି ସମୟରେ ଘଟଣାସ୍ଥଳରେ ପହଞ୍ଚି ପୁଲିସ ପରିସ୍ଥିତିକୁ ନିୟନ୍ତ୍ରଣ ପାଇଁ ଉଦ୍ୟମ କରିଥିଲା।  କିନ୍ତୁ ଛାତ୍ରମାନେ ଦାବି ପୂରଣ ପାଇଁ ଅଡ଼ିବସିବାରୁ ପୁଲିସ ଲାଠି ଚାଳନା କରିଥିଲା।

ଆଉ ଜଣେ ସବ୍‌ଇନ୍ସପେକ୍ଟରଙ୍କ ଲାଠିମାଡ଼ରେ ଓନିଆମ୍‌  ରାସ୍ତାକୁ ଛିଟିକି ପଡ଼ିବା ସହ ଏକ ଅଏଲ୍‌ ଟ୍ୟାଙ୍କର ଗାଡ଼ିର ଚକା ତଳେ ପଡ଼ିଯାଇଥିଲେ। ଏହା ପରେ ଛାତ୍ର ଜଣଙ୍କୁ ସ୍ଥାନୀୟ ହସ୍‌ପିଟାଲରେ ଭର୍ତ୍ତି କରାଯାଇଥିଲା।  ଆଉ ତାଙ୍କ ଶରୀରରେ ବିଭିନ୍ନ ସ୍ଥାନରେ ଖଣ୍ଡିଆ ଖାବରା ହୋଇଥିବାରୁ ତା’ର ଅସ୍ତ୍ରୋପଚାର କରାଯାଇଥିଲା।  ଏବେ ତାଙ୍କ ସ୍ୱାସ୍ଥ୍ୟରେ ସୁଧାର ଆସିଥିବା ଜଣାପଡ଼ିଛି। ଗୁରୁବାର ମଣିପୁର ମୁଖ୍ୟମନ୍ତ୍ରୀ ଉକ୍ତ ହସ୍‌ପିଟାଲରେ ପହଞ୍ଚି ଓନିଆମ୍‌ ଶୀତଲଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ପଚାରିବୁଝିଥିଲେ।

ସୌଜନ୍ୟ: ଆଜ୍‌ତକ



from OdishaReporter https://ift.tt/2uwLQg4

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages