ସମାଜର ମୁଖ୍ୟ ସ୍ରୋତରେ ସାମିଲ୍‌ ହେଲେ ୪ ମାଓବାଦୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, August 24, 2018

ସମାଜର ମୁଖ୍ୟ ସ୍ରୋତରେ ସାମିଲ୍‌ ହେଲେ ୪ ମାଓବାଦୀ

ରାଉରକେଲା (ସତ୍ୟାନନ୍ଦ ମହାନ୍ତି): ‘ମାଓ ସଙ୍ଗଠନ ପଥ ଭ୍ରଷ୍ଟ ହୋଇଛି। ସେଥିପାଇଁ ପୁଲିସ ନିକଟରେ ଆତ୍ମସମର୍ପଣ କରି ସମାଜର ମୁଖ୍ୟସ୍ରୋତରେ ସାମିଲ ହେଉଛନ୍ତି ମାଓବାଦୀ।’

ଆଜି ରାଉରକେଲା ଏସ୍‌ପିଙ୍କ ପାଖରେ ଆତ୍ମସମର୍ପଣ କରିଥିବା ୪ ଜଣ ମାଓବାଦୀ ଏହା କହିଛନ୍ତି। ଆତ୍ମସମର୍ପଣ କରିଥିବା ମାଓବାଦୀମାନେ ହେଲେ ପ୍ରେମଚାନ୍ଦ ମୁଣ୍ଡା, ମୋଟୁ ବଡିଙ୍ଗ, ସୁଶୀଲ ମୁଣ୍ଡା ଓ ଗାଉନିୟ ମାଓବାଦୀ।

ପ୍ରେମଚାନ୍ଦର ଘର ସୁନ୍ଦରଗଡ଼ ଜିଲ୍ଲାର ଚାନ୍ଦିପୋଷରେ। ସେ ୧୫ ବର୍ଷ ଧରି ମାଓବାଦୀ ସଙ୍ଗଠନରେ ରହିଥିଲେ। ସେ ବିଭିନ୍ନ ମାଓ ହିଂସାକାଣ୍ଡରେ ସମ୍ପୃକ୍ତ ଥିଲେ। ସମ୍ୱଲପୁର, ସୁନ୍ଦରଗଡ଼, ଦେବଗଡ଼, ଅନୁଗୋଳ ଓ କନ୍ଧମାନ ଜିଲ୍ଲାର ଘଞ୍ଚ ଜଙ୍ଗଲରେ ପ୍ରେମଚାନ୍ଦ ସକ୍ରିୟ ରହିଥିଲେ। ତାଙ୍କ ନାଁରେ ୪ ଲକ୍ଷ ଟଙ୍କର ପୁରସ୍କାର ଘୋଷଣା କରାଯାଇଥିଲା।

ସେହିପରି ମୋଟୁ ବାଡ଼ିଙ୍ଗଙ୍କ ଘର ଝାଡ଼ଖଣ୍ଡରେ। ସେ ଚାଇବସା ଜେଲ୍‌ ଭାଙ୍ଗି ଫେରାର ହୋଇଯାଇଥିଲା। ତାଙ୍କ ନାଁରେ ଲକ୍ଷେ ଟଙ୍କାର ପୁରସ୍କାର ଘୋଷଣା କରିଥିଲେ ରାଜ୍ୟ ସରକାର। ସେହିପରି ସୁଶୀଲ ମୁଣ୍ଡା ଓ ଗାଉନିୟଙ୍କ ନାଁରେ ମଧ୍ୟ ଲକ୍ଷେ ଟଙ୍କାର ପୁରସ୍କାର ରାଶି ଥିଲା।



from Odisha Reporter https://ift.tt/2PB8FYD

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages