ମହିଳାଙ୍କୁ ଚମତ୍କାର ଚୁମ୍ବନ ଦେଉଥିବା ବାବାଙ୍କର ଏ କି ଅବସ୍ଥା ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, August 24, 2018

ମହିଳାଙ୍କୁ ଚମତ୍କାର ଚୁମ୍ବନ ଦେଉଥିବା ବାବାଙ୍କର ଏ କି ଅବସ୍ଥା !

ମୋରିଗାଓଁ (ଆସାମ): ଚମତ୍କାର ଚୁମ୍ବନ ଦେଇ ଲୋକଙ୍କ ରୋଗ ଭଲ କରିଦେଉଛନ୍ତି ବୋଲି ଦାବି କରୁଥିବା ଆତ୍ମଘୋଷିତ ‘ଚୁମାବାବା’ ବା ‘କିସିଂବାବା’ଙ୍କୁ ଆଜି ପୁଲିସ୍‌ ଗିରଫ କରିଛି। ଏହି ଆତ୍ମଘୋଷିତ ବାବାଙ୍କ ନାଁ ‘ରାମ ପ୍ରକାଶ ଚୌହାନ’। କିନ୍ତୁ ସେ ଲୋକଙ୍କୁ ବିଶେଷ କରି ମହିଳାଙ୍କୁ ଚୁମ୍ବନ ଦେଇ ରୋଗ ଭଲ କରି ଦେଉଥିବାରୁ ତାଙ୍କୁ ସମସ୍ତେ ‘ଚୁମାବାବା’ ବୋଲି ଡାକୁଥିଲେ। କିନ୍ତୁ ପୁଲିସ୍‌ ତାଙ୍କୁ ଭୁର୍ଲାଟୁପ୍‌ ଗାଁରୁ ଗିରଫ କରିଛି।

ଏହି ଚୁମା ବାବା ନିଜ ପାଖରେ ଅନେକ ଦୈବଶକ୍ତି ରହିଛି ବୋଲି ଦାବି କରୁଥିଲେ। ଏଥିସହ ସେ ମହିଳାମାନଙ୍କୁ ଚୁମ୍ବନ ଓ ଆଲିଙ୍ଗନ କରି ସେମାନଙ୍କୁ ଉଭୟ ମାନସିକ ଓ ଶାରୀରିକ ରୋଗରୁ ଆରୋଗ୍ୟ କରୁଥିଲେ।

ଖାଲି ସେତିକି ନୁହେଁ, ଆସାମର ଦୁର୍ଗମ ଅଞ୍ଚଳରେ ରହୁଥିବା ଚୁମା ବାବା, ଭଗବାନ ବିଷ୍ଣୁଙ୍କ ବରଦାନ ପାଇଛନ୍ତି ଏବଂ ଶ୍ରଦ୍ଧାଳୁମାନେ ତାଙ୍କ ସହଯୋଗରେ ମୁକ୍ତି ପାଇପାରିବେ ବୋଲି ସେ ସମସ୍ତଙ୍କୁ କହୁଥିଲେ। ସ୍ଥାନୀୟ ଅଞ୍ଚଳର ଲୋକମାନେ ତାଙ୍କୁ ପୂଜା ମଧ୍ୟ କରୁଥିଲେ।

କିନ୍ତୁ ଚୁମାବାବା ଥେରାପୀ ନାଁରେ ମହିଳାମାନଙ୍କୁ ଚୁମ୍ବନ ଓ ଆଲିଙ୍ଗନ କରୁଥିବା ଅଭିଯୋଗ ହେବା ପରେ, ପୁଲିସ୍‌ ତାଙ୍କୁ ଗିରଫ କରିଛି। ସେ ଲୋକଙ୍କୁ ମିଛ କହି ସେମାନଙ୍କ ସରଳତାର ଫାଇଦା ଉଠାଉଥିଲେ ବୋଲି ପୁଲିସ୍‌ କହିଛି।

ଲୋକଙ୍କୁ ମିଛି କହି ଶୋଷଣା କରିଥିବା ଅଭିଯୋଗରେ ପୁଲିସ୍‌ ‘ଚୁମାବାବା’ଙ୍କ ମା’ଙ୍କୁ ମଧ୍ୟ ଗିରଫ କରିଛି।  ବାବାଙ୍କ ଚୁମ୍ବନ ଫଟୋ ଗଣମାଧ୍ୟମରେ ଭାଇରାଲ୍‌ ହେବା ପରେ ପୁଲିସ୍‌ ପଦକ୍ଷେପ ନେଇଛି।

 



from Odisha Reporter https://ift.tt/2BHsXNf

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages