ନିଜ ପ୍ରେମିକଙ୍କ ନାଁ ଘୋଷଣା କଲେ ସ୍ୱର୍ଣ୍ଣ ବିଜୟିନୀ ରେସ୍‌ଲର୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, August 24, 2018

ନିଜ ପ୍ରେମିକଙ୍କ ନାଁ ଘୋଷଣା କଲେ ସ୍ୱର୍ଣ୍ଣ ବିଜୟିନୀ ରେସ୍‌ଲର୍‌

ନୂଆଦିଲ୍ଲୀ (ଓଡ଼ିଶା ରିପୋର୍ଟର): “ଆଜି ପର୍ଯ୍ୟନ୍ତ ମୁଁ ନେଇଥିବା ବିଭିନ୍ନ ନିଷ୍ପତ୍ତି ମଧ୍ୟରୁ ଏହା ସବୁଠାରୁ ଶ୍ରେଷ୍ଠ। ମୁଁ ଏ କଥା ଭାବି ବହୁତ ଖୁସି ଯେ, ତୁମେ ମୋତେ ଜୀବନ ସାଥି ରୂପେ ବାଛିଛ।”

ଏମିତି କିଛି ଲେଖା ଥିବା କ୍ୟାପ୍‌ସନ୍‌ରେ ଫଟୋଟିଏ ନିଜ ଇନ୍‌ଷ୍ଟାଗ୍ରାମ୍‌ରେ ପୋଷ୍ଟ କରିଛନ୍ତି ଭାରତୀୟ ମହିଳା ରେସ୍‌ଲର୍‌ ବିନେଶ୍‌ ଫୋଗାଟ୍‌। ଇଣ୍ଡୋନେସିଆର ଜାକର୍ତ୍ତାଠାରେ ଚାଲିଥିବା ୧୮ତମ ଏସିଆନ୍‌ ଗେମ୍‌ସରେ ଦେଶ ପାଇଁ ସ୍ୱର୍ଣ୍ଣ ପଦକ ଜିତିବା ପରେ, ଏବେ ନିଜ ପାଇଁ ଠିକ୍‌ କରିଛନ୍ତି ଜୀବନ ସାଥି। ଆଉ ନିଜ ପ୍ରେମର ଖୋଲାଖୋଲି ଘୋଷଣା ବି କରିଛନ୍ତି ବିନେଶ୍।

ନିଜ ଇଣ୍ଟଗ୍ରାମ୍‌ ପୋଷ୍ଟରେ ପ୍ରେମିକ ତଥା ଭାବିପତି ‘ସୋମବୀର୍‌ ରାଠି’ଙ୍କୁ ବିବାହ କରିବାକୁ ଯାଉଛନ୍ତି ‍ବୋଲି ସେ ଲେଖିଛନ୍ତି।

ଇଣ୍ଡୋନେସିଆର ଜାକର୍ତ୍ତାରେ ଚାଲିଥିବା ୧୮ତମ ଏସିଆନ୍‌ ଗେମ୍‌ସରେ ରେସ୍‌ଲିଂରେ ସ୍ୱର୍ଣ୍ଣ ପଦକ ଜିତି ଭାରତକୁ ଗୌରବାନ୍ୱିତ କରିଥିବା ଏହି କ୍ରିଡାବିତ୍‌ ନିଜ ସାଥି କ୍ରିଡାବିତ୍‌ ସୋମବୀରଙ୍କ ସହ ପ୍ରେମ ସମ୍ପର୍କ ରହିଥିବା କଥା ଲୋକେ ଟୁପୁରୁ ଟାପର ହେଉଥିଲେ। ଶେଷରେ ସବୁ କଳ୍ପନାଜଳ୍ପନାର ଅନ୍ତଃ ଘଟାଇ ନିଜ ପ୍ରେମର ଖୁଲାସା କରିଛନ୍ତି ନିଜେ ବିନେଶ୍।

ଏବେ ସମସ୍ତଙ୍କ ମନରେ ପ୍ରଶ୍ନ- କିଏ ଏହି ସୋମବୀର? ସୋନିପତର ମୂଳ ବାସିନ୍ଦା ସୋମବୀର ମଧ୍ୟ ବିନେଶଙ୍କ ଭଳି ଜଣେ ରେସ୍‌ଲର୍‌। ସେ ଏବେ ରେଲ୍‌ୱେରେ ଟିଟିଇ ଭାବେ ରାଜସ୍ଥାନରେ କାର୍ଯ୍ୟରତ। ବିନେଶ୍‌ ମଧ୍ୟ ବୃତ୍ତିରେ ଜଣେ ରେଳବାଇ କର୍ମଚାରୀ।



from Odisha Reporter https://ift.tt/2wkcF7a

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages