ସୁରତ୍‌ରେ ହେବ ‘ଓଡ଼ିଆ ପର୍ବ’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, August 30, 2018

ସୁରତ୍‌ରେ ହେବ ‘ଓଡ଼ିଆ ପର୍ବ’

ସୁରତ୍‌(ଓଡ଼ିଶା ରିପୋର୍ଟର): ନୂଆଦିଲ୍ଲୀସ୍ଥିତ ଓଡ଼ିଆ ସମାଜ ପକ୍ଷରୁ ଗୁଜୁରାଟର ସୁରତଠାରେ ‘ଓଡ଼ିଶା ପର୍ବ’ର ଆୟୋଜନ କରାଯାଇଛି। ଆସନ୍ତା ୨ ଓ ୩ ତାରିଖ ଦୁଇ ଦିନ ଧରି ଏହି ଉତ୍ସବ ଅନୁଷ୍ଠିତ ହେବ ବୋଲି ଜଣାପଡିଛି।

ବ୍ୟବସାୟିକ ସହର ସୁରତର ସରସନାଠାରେ ଥିବା Surat International Exhibition and Convention Centre (SIECC)ରେ ଏହି ଉତ୍ସବର ଆୟୋଜନ କରାଯାଇଛି।

ଓଡିଶାର କଳା, ସଂସ୍କୃତି, ସ୍ଥାପତ୍ୟ, ପରମ୍ପରା, ନୃତ୍ୟ, ସଙ୍ଗୀତ ଭଳି କାର୍ଯ୍ୟକ୍ରମ ଏଠାରେ ଆୟୋଜିତ ହେବ। ଓଡ଼ିଶା ବାହାରେ ରହୁଥିବା ଓଡ଼ିଆ ତଥା ଓଡ଼ିଶାର କଳା ସଂସ୍କୃତି ପ୍ରତି ଆଗ୍ରହ ରଖୁଥିବା ସୁରତବାସୀ ଲୋକେ ଏହି ଅବସରରେ ଓଡ଼ିଶାକୁ ଦେଖିବାର ସୁଯୋଗ ପାଇବେ ବୋଲି ସଂସ୍ଥା ପକ୍ଷରୁ କୁହାଯାଇଛି।

ଏହି କାର୍ଯ୍ୟକ୍ରମକୁ ଗୁଜରାଟ ମୁଖ୍ୟମନ୍ତ୍ରୀ ଶ୍ରୀ ବିଜୟ ରୁପାଣି ଉଦ୍‌ଘାଟନ କରିବେ। ସମ୍ମାନିତ ଅତିଥି ଭାବେ କେନ୍ଦ୍ର ପେଟ୍ରୋଲିୟମ୍‌ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗ ଦେବେ ବୋଲି ଜଣାପଡିଛି।

କାର୍ଯ୍ୟକ୍ରମ ପୂର୍ବରୁ ନୂଆଦିଲ୍ଲୀରେ ଆଜି ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରାଯାଇଥିଲା। ଓଡ଼ିଆ ସମାଜ ସଭାପତି ଶ୍ରୀ ସିଦ୍ଧାର୍ଥ ପ୍ରଧାନ ଏହି ଅବସରରେ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ଏ ସମ୍ପର୍କରେ ଅବଗତ କରାଇଥିଲେ।



from Odisha Reporter https://ift.tt/2onw3fV

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages