ପାରାଦୀପ ସମେତ ସବୁ ବନ୍ଦର ଶ୍ରମିକଙ୍କ ପାଇଁ ନୂଆ ମଜୁରି ଚୁକ୍ତି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, August 30, 2018

ପାରାଦୀପ ସମେତ ସବୁ ବନ୍ଦର ଶ୍ରମିକଙ୍କ ପାଇଁ ନୂଆ ମଜୁରି ଚୁକ୍ତି

ମୁମ୍ବାଇ: କେନ୍ଦ୍ର ଜାହାଜ ଚଳାଚଳ, ସଡ଼କ ପରିବହନ ଏବଂ ରାଜପଥ ଏବଂ ଜଳ ସମ୍ପଦ ମନ୍ତ୍ରୀ ଶ୍ରୀ ନୀତୀନ ଗଡ଼କରୀଙ୍କ ଉପସ୍ଥିତିରେ ମୁମ୍ବାଇ ଠାରେ ବନ୍ଦର ଏବଂ ପୋତାଶ୍ରୟର ତୃତୀୟ ଏବଂ ଚତୁର୍ଥ ଶ୍ରେଣୀ ବର୍ଗର ଶ୍ରମିକମାନଙ୍କ ପାଇଁ ଏକ ନୂଆ ମଜୁରି ଚୁକ୍ତି ସ୍ୱାକ୍ଷରିତ ହୋଇଛି।

ଏହି ବୁଝାମଣାରେ ମୂଳ ଦରମା ସହିତ ୧୦.୬% ଫିଟମେଣ୍ଟ ଦିଆଯିବାର ବ୍ୟବସ୍ଥା ରହିଛି। ସର୍ବନିମ୍ନ ବର୍ଗର ଶ୍ରମିକମାନେ ୨୦,୯୦୦-୪୩,୬୦୦ଟଙ୍କାର ପେ-ସ୍କେଲ ପାଇବାକୁ ଥିବା ବେଳେ ସର୍ବୋଚ୍ଚ ବର୍ଗର ଶ୍ରମିକମାନେ ୩୬,୫୦୦-୮୮,୭୦୦ ଟଙ୍କାର ପେ-ସ୍କେଲ ହାରରେ ଦରମା ପାଇବେ।

ଏହି ଚୁକ୍ତି ଦ୍ୱାରା ପାରାଦୀପ ସମେତ ସମସ୍ତ ବୃହତ ବନ୍ଦରରେ କାର୍ଯ୍ୟରତ ୩୨,୦୦୦ରୁ ଊର୍ଦ୍ଧ୍ଵ ବନ୍ଦର ଏବଂ ପୋତାଶ୍ରୟ ଶ୍ରମିକଙ୍କ ସମେତ ୧,୦୫,୫୦୦ ତୃତୀୟ ଶ୍ରେଣୀ ଏବଂ ଚତୁର୍ଥ ଶ୍ରେଣୀ ପେନସନଭୋଗୀ ଉପକୃତ ହେବେ । ଏହି ଚୁକ୍ତି ଦ୍ୱାରା ସମସ୍ତ ବୃହତ ବନ୍ଦରଗୁଡ଼ିକର କର୍ମଚାରୀ ଏବଂ ପେନସନଭୋଗୀଙ୍କ ପାଇଁ ବାର୍ଷିକ ୫୬୦ କୋଟି ଟଙ୍କାର ବ୍ୟୟ ରାଜକୋଷ ଉପରେ ପଡ଼ିବ।

ଏହି ଅବସରରେ ଶ୍ରୀ ଗଡ଼କରୀ କହିଥିଲେ ଯେ ବୃହତ ବନ୍ଦରଗୁଡ଼ିକ ସାମାଜିକ-ଅର୍ଥନୈତିକ ପରିବର୍ତନର ବାହକ ସାଜିଥିବାରୁ ସେ ଆନନ୍ଦିତ। (ପିଆଇବି)

 



from Odisha Reporter https://ift.tt/2NBOloV

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages