
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର ମଞ୍ଚେଶ୍ୱରରେ ଲୋକାର୍ପିତ ହୋଇଛି ରାଷ୍ଟ୍ରୀୟ ଲଘୁ ଉଦ୍ୟୋଗ ନିଗମ ଲିମିଟେଡ୍। ୧ ଲକ୍ଷ ୧୦ ହଜାର ବର୍ଗଫୁଟ୍ ଅଞ୍ଚଳରେ ନିର୍ମିତ ଏହି ବହୁମୁଖୀ କୋଠାର ନାଁ ଦିଆଯାଇଛି ‘ଧର୍ମପଦ ଭବନ’। ରାଜ୍ୟର ଏସ୍ସି/ଏସ୍ଟି ଯୁବକଙ୍କୁ ଏଠାରେ ବିଭିନ୍ନ ଟ୍ରେନିଂ ଦିଆଯିବ।
ସେହିପରି ଜାତୀୟ ଏସ୍ସି/ଏସ୍ଟି ହବ୍ ପକ୍ଷରୁ ଆୟୋଜିତ ରାଜ୍ୟ ସମ୍ମିଳନୀ ଓ ପ୍ରଦର୍ଶନୀରେ କେନ୍ଦ୍ର ମନ୍ତ୍ରୀ ଗିରିରାଜ ସିଂ, ଧର୍ମେନ୍ଦ୍ର ପ୍ରଧାନ, ଜୁଏଲ୍ ଓରାମ ପ୍ରମୁଖ ଯୋଗ ଦେଇଥିଲେ।
ଏହି ଅବସରରେ ସଫଳ ଉଦ୍ୟୋଗୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଦଳିତ ବର୍ଗଙ୍କୁ କେନ୍ଦ୍ର ସରକାର ସବୁବେଳେ ଅଗ୍ରାଧିକାର ଦେଇଥିବା ବେଳେ ରାଜ୍ୟ ସରକାର କିନ୍ତୁ ନିଯୁକ୍ତି କ୍ଷେତ୍ରରେ ବହୁ ପଛରେ ପଡ଼ିଛନ୍ତି ଜୁଏଲ୍ ଓ ଗିରିରାଜ କହିଛନ୍ତି। ତେବେ ଏହାକୁ ଖଣ୍ଡନ କରିଛନ୍ତି ରାଜ୍ୟ MSME ସଚିବ ଏଲ୍ଏନ୍ ଗୁପ୍ତା।
ସେପଟେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦକ୍ଷତା ବିକାଶ ଓ ନିଯୁକ୍ତି ସୁଯୋଗକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି। ରାଜ୍ୟରେ ଟ୍ରେନିଂ ଦେଇ ସରକାର ବାହାବା ନେଉଥିବା ବେଳେ ନିଯୁକ୍ତି ଲାଗି ଅନ୍ୟରାଜ୍ୟକୁ ଯାଉଛନ୍ତି ଓଡ଼ିଆ। ରାଜନୀତିରୁ ଊର୍ଦ୍ଧ୍ୱକୁ ଯାଇ ଓଡ଼ିଆଙ୍କ ଲାଗି ଉଦ୍ୟୋଗ ଓ ନିଯୁକ୍ତିର ସୁଯୋଗ ସୃଷ୍ଟି କରିବା ଲାଗି ରାଜ୍ୟ ସରକାର ଦାୟିତ୍ୱ ନେବାର ଆବଶ୍ୟକତା ରହିଛି ବୋଲି ଧର୍ମେନ୍ଦ୍ର କହିଛନ୍ତି।
ଏହାର ଜବାବରେ ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା କହିଛନ୍ତି-“ନିଯୁକ୍ତି ସୁଯୋଗ ନେଇ ପୂର୍ବରୁ ବିଜେପି ଯେଉଁ ପ୍ରତିଶ୍ରୁତି ଦେଇଥିଲା, ତାହା କେତେଦୂର କାର୍ଯ୍ୟକାରୀ ହୋଇଛି? ତାହାକୁ ବିଜେପି ଆତ୍ମବିଶ୍ଲେଷଣ କରୁ। ପ୍ରତି ବର୍ଷ ୨ କୋଟି ନିଯୁକ୍ତି ଦେବ ବୋଲି କହି ପରବର୍ତ୍ତୀ ସମୟରେ ଭୁଲି ଅନ୍ୟକୁ ଆଙ୍ଗୁଠି ଦେଖାଇବା କେତେଦୂର ଯୁକ୍ତିଯୁକ୍ତ।”
from Odisha Reporter https://ift.tt/2wuhagf
No comments:
Post a Comment