
ଆଠଗଡ଼(ନୀଳକଣ୍ଠ ଦୋରା): ମହାନଦୀରେ ବନ୍ୟା ପାଣି ଆସିବା ଯୋଗୁ କଟକ ଜିଲ୍ଲା ଆଠଗଡ଼ର କିଛି ଅଞ୍ଚଳ ଜଳମଗ୍ନ ହୋଇପଡ଼ିଛି।
ଉତ୍ତର ବାଙ୍କୀ ବ୍ଲକ୍ର ସୁବର୍ଣ୍ଣପୁର-ରାତାଗଡ଼ ରାସ୍ତାର ହୁଳୁହୁଳା ପୋଲ ଉପରେ ୪ ଫୁଟ୍ ଉଚ୍ଚର ବନ୍ୟା ଜଳ ପ୍ରବାହିତ ହେଉଛି। ଫଳରେ ରତାଗଡ଼, ଗୋପାଳପୁର, ଲୋଚନପୁର ଓ ବନ୍ଦାଳ ଗାଁକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି।
ସେହିପରି ତିଗିରିଆ ବ୍ଲକ୍ର ଖଣ୍ଡହତା, ଗଦାଧରପୁର, ବାଉଁଶପୁଟ ଭଳି ଅନେକ ଗାଁକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ବନ୍ୟାଜଳ ପ୍ରବାହିତ ହେବା ଫଳରେ ଏହି ଦୁଇ ବ୍ଲକରର ଶହ ଶହ ଚାଷ ଜମିରେ ପାଣି ମାଡ଼ି ଯାଇଛି।
from Odisha Reporter https://ift.tt/2PQ4CHZ
No comments:
Post a Comment