
ନୂଆଦିଲ୍ଲୀ: ଦିଲ୍ଲୀର ଗୁର୍ଗାଓଁ ଜିଲ୍ଲାର ପଟୋଦି ଅଞ୍ଚଳର ବ୍ରଜପୁର ଗାଁରେ ଗୋଟିଏ ପରିବାରର ଚାରିଜଣଙ୍କୁ ହତ୍ୟା କରାଯାଇଛି। ଆଜି ସକାଳେ ପୁଲିସ୍ ଚାରିଜଣଙ୍କ ମୃତଦେହ ଉଦ୍ଧାର କରିଛି। ମୃତକଙ୍କ ମଧ୍ୟରେ ଅଛନ୍ତି ମନୀଷ ଓ ତାଙ୍କ ପତ୍ନୀ ପିଙ୍କି, ମନୀଷଙ୍କ ମାଆ ଫୁଲବତୀ ଓ ମନୀଷଙ୍କ ଝିଅ। ପୁଲିସ୍ ଘଟଣାର ତଦନ୍ତ କରୁଛି। ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ ରହିଛି।
ପୁଲିସ୍ ଘଟଣାସ୍ଥଳରୁ ଏକ ରକ୍ତଲଗା ଛୁରୀ ଜବତ କରିଛି। ଏହାପରେ ମନୀଷଙ୍କ ଘରକୁ ସିଲ୍ କରିଦିଆ ଯାଇଛି। ପୁଲିସ୍ ମନୀଷଙ୍କ ଭାଇ ପ୍ରବୀଣଙ୍କୁ ପଚରାଉଚରା କରୁଛି। ମନୀଷ କପଡ଼ା ବ୍ୟବସାୟ କରନ୍ତି ବୋଲି ଜଣାପଡ଼ିଛି।
ପୂରା ଘଟଣାଟି ଏହିପରି। ଆଜି ସକାଳେ କ୍ଷୀରବାଲା କ୍ଷୀର ଦେବା ପାଇଁ ମନୀଷଙ୍କ ଘରର କବାଟ ବାଡ଼େଇଥିଲା। ହେଲେ କେହି କବାଟ ଖୋଲି ନ ଥିଲେ। ଶେଷରେ କ୍ଷୀରବାଲା ପୋଡଶୀଙ୍କୁ ଏ ସମ୍ପର୍କରେ ଜଣାଇଥିଲା। ପୋଡ଼ଶୀ ଲୋକ ଆସି ଘରର କବାଟ ଭାଙ୍ଗି ଭିତରକୁ ପଶିଥିଲେ। ଘରେ ପଶି ଦେଖିଲା ବେଳକୁ ମନୀଷ ଓ ତାଙ୍କ ମା’ଙ୍କ ମୃତଦେହ ପଡ଼ିଥିଲା। ସେମାନଙ୍କ ଶରୀରର ବିଭିନ୍ନ ସ୍ଥାନରେ କଟାଦାଗ ରହିଥିଲା।
ସେହିପରି ମନୀଷଙ୍କ ପତ୍ନୀ ପିଙ୍କିଙ୍କର ମୃତଦେହ ମଧ୍ୟ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ଅନ୍ୟପକ୍ଷରେ ମନୀଷଙ୍କ ଛୋଟ ଝିଅ ବେହୋସ ଅବସ୍ଥାରେ ପଡ଼ି ରହିଥିଲା। ତୁରନ୍ତ ତାକୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା, ହେଲେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ। ତେବେ ଏହି ଭୟଙ୍କର ଅଘଟଣରୁ ଆଶ୍ଚର୍ଯ୍ୟଜନକ ଭାବେ ମନୀଷଙ୍କ ଅଢ଼େଇବର୍ଷର ପୁଅ ବର୍ତ୍ତି ଯାଇଛି।
from Odisha Reporter https://ift.tt/2MDj1ti
No comments:
Post a Comment