ସୋଶାଲ୍‌ ମିଡିଆରେ ଆପଣ ନିଜ ପିଲାଙ୍କ ଫଟୋ ପୋଷ୍ଟ୍‌ କରୁଛନ୍ତି କି ? - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, August 30, 2018

ସୋଶାଲ୍‌ ମିଡିଆରେ ଆପଣ ନିଜ ପିଲାଙ୍କ ଫଟୋ ପୋଷ୍ଟ୍‌ କରୁଛନ୍ତି କି ?

_child..

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର୍‌): ସାଧାରଣତଃ ବାପା ମା’ମାନେ ନିଜ ପିଲାଙ୍କ ଫଟୋ ସୋଶାଲ୍‌ ମିଡିଆରେ ପୋଷ୍ଟ୍‌ କରିବାକୁ ପସନ୍ଦ କରିଥା’ନ୍ତି। ଏହାଦ୍ୱାରା ସେମାନଙ୍କ ପିଲାର କ୍ରେଜ୍‌ ବଢ଼ିଥାଏ ବୋଲି କେତେକ ଭାବିଥା’ନ୍ତି। କିନ୍ତୁ ଏପରି ପୋଷ୍ଟିଂ ଭବିଷ୍ୟତରେ ପିଲାମାନଙ୍କୁ କିଛି ଜଟିଳ ସମସ୍ୟାରେ ପକାଇବାର ଆଶଙ୍କା ରହିଛି।

ଏକ ସର୍ଭେ ଅନୁସାରେ, ସୋଶାଲ୍‌ ମିଡିଆରେ ପିଲାଙ୍କ ଫଟୋ ଶେୟାର୍‌ କରିବା ଦ୍ୱାରା ଏହି ଫଟୋ, ବେଳେ ବେଳେ ଭୁଲ୍ ଲୋକ ଅର୍ଥାତ୍‌ ଅପରାଧିକ ମାନସିକତା ରଖିଥିବା ବ୍ୟକ୍ତିଙ୍କ ହାତରେ ପଡ଼ିଥାଏ। ଫଳରେ ଯୌନ ଶୋଷଣ, ଅପହରଣ ଓ ସାଇବର୍‌ ଧମକ ଚମକର ମଧ୍ୟ ଆଶଙ୍କା ରହିଛି।

_Mehta...

ସୋଶାଲ୍ ମିଡିଆରେ ବାପା ମା’ ନିଜ ପିଲାଙ୍କ ଫଟୋ ପୋଷ୍ଟ୍‌ କରିବା ଏବଂ ଏହାର ପ୍ରଭାବ ସମ୍ପର୍କରେ ଗ୍ଲୋବାଲ୍‌ ସାଇବର୍‌ ସକ୍ୟୁରିଟି କମ୍ପାନୀ, ‘ମେକେଫି’ ପକ୍ଷରୁ ଏକ ସର୍ଭେ ହୋଇଥିଲା। ସର୍ଭେରୁ ଜଣାପଡ଼ିଛି, ସୋଶାଲ୍‌ ମିଡିଆରେ ଫଟୋ ଶେୟାର୍‌ କରିବା ଦ୍ୱାରା ୧୬.୫ ପ୍ରତିଶତ ପିଲା ଯୌନ ଶୋଷଣ, ୪୩ ପ୍ରତିଶତ ଅପହରଣ, ୩୨ ପ୍ରତିଶତ ପିଲାଙ୍କୁ ଅଜଣା ବ୍ୟକ୍ତି ପିଛା କରିବା ଓ  ୨୩ ପ୍ରତିଶତ ପିଲା ବିଭିନ୍ନ ଧମକ ଚମକର ଶିକାର ହେଉଛନ୍ତି।

ସର୍ଭେରୁ ଏହା ମଧ୍ୟ ଜଣାପଡ଼ିଛି ଯେ ଭାରତରେ ପ୍ରାୟ ୪୦.୫ ପ୍ରତିଶତ ବାପା ମା’ ପ୍ରତିଦିନ ଅନ୍ତତଃପକ୍ଷେ ଗୋଟିଏ ଥର ନିଜ ପିଲାଙ୍କ ଫଟୋ ଓ ଭିଡିଓ ସୋଶାଲ୍‌ ମିଡିଆରେ ପୋଷ୍ଟ୍‌ କରିଥା’ନ୍ତି। ଆଉ ୩୬ ପ୍ରତିଶତ ଲୋକେ ସପ୍ତାହରେ ଥରେ ସୋଶାଲ୍‌ ମିଡିଆରେ ପିଲାଙ୍କ ଫଟୋ ଶେୟାର୍ କରନ୍ତି।  ଏପରି କରିବାରେ ଦେଶରେ ମୁମ୍ବାଇ ପ୍ରଥମ ସ୍ଥାନରେ ରହିଛି।

Happy...

କିନ୍ତୁ ଆଶ୍ଚର୍ଯ୍ୟ କଥା, ସର୍ଭେରୁ ଏହ ମଧ୍ୟ ଜଣାପଡ଼ିଛି ଯେ ସୋଶାଲ୍‌ ମିଡିଆରେ ନିଜ ପିଲାଙ୍କ ଫଟୋ ପୋଷ୍ଟ୍‌ କରିବା ଦ୍ୱାରା ଏହି ଫଟୋ ଭୁଲ୍‌ ଲୋକଙ୍କ ହାତରେ ପଡ଼ିବାର ଆଶଙ୍କା ରହିଥାଏ ବୋଲି ପ୍ରାୟ ୭୬ ପ୍ରତିଶତ ବାପା ମା’ ଅବଗତ ଅଛନ୍ତି। ତଥାପି ସେମାନେ ନିଜ ପିଲାଙ୍କ ଫଟୋ ସୋଶାଲ୍‌ ମିଡିଆରେ ଶେୟାର୍ କରିଥା’ନ୍ତି।



from Odisha Reporter https://ift.tt/2C00Dpt

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages