ଆଜି ପ୍ରିୟଙ୍କା ଓ ନିକ୍‌ଙ୍କ ନିର୍ବନ୍ଧ   - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, August 18, 2018

ଆଜି ପ୍ରିୟଙ୍କା ଓ ନିକ୍‌ଙ୍କ ନିର୍ବନ୍ଧ  

priyanka

ମୁମ୍ବାଇ: ‘ଦେଶୀ ଗାର୍ଲ୍‌’ ପ୍ରିୟଙ୍କା ଚୋପ୍ରାଙ୍କ ସହ ତାଙ୍କ ବୟଫ୍ରେଣ୍ଡ୍‌ ନିକ୍‌ ଜୋନ୍‌ସଙ୍କ ନିର୍ବନ୍ଧ ଆଜି ହେଉଛି। ଖବର ଅନୁୟାୟୀ, ଏହି ନିର୍ବନ୍ଧ ମୁମ୍ବାଇରେ ହିଁ ହେଉଛି। ଏଥିପାଇଁ ସକାଳୁ ପ୍ରିୟଙ୍କାଙ୍କ ଘରେ ଗହଳ ଚହଳ ଦେଖିବାକୁ ମିଳିଛି।

ନିକ୍‌ ନିଜ ବାପା ମା’ଙ୍କ ସହ ଗତକାଲି ମୁମ୍ବାଇ ପହଞ୍ଚିଥିଲେ। ବିମାନବନ୍ଦରରେ ସେମାନଙ୍କ ଦେଖା ମିଳିବା ପରେ ପୂର୍ବାନୁମାନ କରା ଯାଉଥିଲଆ ଯେ ନିର୍ବନ୍ଧ ପାଇଁ ହିଁ ନିକ୍‌ଙ୍କ ମାତାପିତା ମୁମ୍ବାଇ ଆସିଛନ୍ତି। ତେଣୁ ଶନିବାର ସକାଳୁ ପ୍ରିୟଙ୍କାଙ୍କ ଘର ତଳେ ମିଡିଆର ଭିଡ଼ି ଜମି ଯାଇଛି।

priyanka2

ନିର୍ବନ୍ଧ ପାଇଁ ପ୍ରିୟଙ୍କାଙ୍କ ଘରକୁ ରଙ୍ଗବେରଙ୍ଗର ଲାଇଟ୍‌ ଓ ଦାମୀ ଫୁଲରେ ସଜା ହେଉଛି। ଏହି ସାଜସଜାର ଏକ ଭିଡିଓ ଇନ୍‌ଷ୍ଟାଗ୍ରାମରେ ମଧ୍ୟ ପୋଷ୍ଟ୍‌ ହୋଇଛି। ଶୁଣିବାକୁ ମିଳୁଛି, ଏହି ନିର୍ବନ୍ଧ ଉତ୍ସବରେ କେବଳ ପ୍ରୟଙ୍କାଙ୍କ କିଛି ଖାସ୍‌ ବନ୍ଧୁ ଓ ସମ୍ପର୍କୀୟ ସାମିଲ ହେବେ।

ଏହାକୁ ମିଶାଇ ନିକ୍‌ ଦ୍ୱିତୀୟ ଥର ପାଇଁ ଭାରତ ଆସିଛନ୍ତି। ପୂର୍ବରୁ ପ୍ରିୟଙ୍କାଙ୍କ ମା’ ମଧୁ ଚୋପ୍ରାଙ୍କୁ ଭେଟିବାକୁ ନିକ୍ ପ୍ରଥମ ଥର ପାଇଁ  ଭାରତ ଆସିଥିଲେ।



from Odisha Reporter https://ift.tt/2PjOw9y

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages