
କାମାକ୍ଷାନଗର (ରାକେଶ ଦେହୁରି): ଦୁଇ ଭଉଣୀ ମାଉଷୀ ଘରକୁ ବୁଲିବାକୁ ଯାଇଥିଲେ। ଆଉ ଘରକୁ ଫେରିଲେ ନାହିଁ। ଶୌଚ ପାଇଁ ଯାଇଥିବା ବେଳେ ପାଣି ଭିତରେ ଛପି ରହିଥିବା ଜମ। ସେମାନଙ୍କୁ ବାନ୍ଧି ନେଇଗଲା। ଆଜି ସନ୍ଧ୍ୟା ବେଳେ ଏମିତି ଏକ ହୃଦୟବିଦାରକ ଘଟଣା ଢେଙ୍କାନାଳ ଜିଲ୍ଲାରେ ଘଟିଛି।
ପୂରା ଘଟଣା ଏମିତି। ଅନୁଗୋଳ ଜିଲ୍ଲା ବାଘୁଆବିରି ଗାଁର ଗୋପୀ ବିରୁଆଙ୍କ ଦୁଇ ଝିଅ ଲକ୍ଷ୍ମୀ(୧୦) ଓ ରାଧା(୫) ମଠକରଡ଼ା ପଞ୍ଚାୟତ କରଡ଼ାପାଳ ଗାଁର ମାଉଷୀ ଘରକୁ ଯାଇଥିଲେ। ଅପରାହ୍ନରେ ୪ରୁ ୫ଟା ବେଳେ ଦୁଇ ଭଉଣୀ ଶୌଚ ପାଇଁ ପାଖ ପୋଖରୀକୁ ଯାଇଥିଲେ। ଫେରିବାରେ ବିଳମ୍ୱ ହେବାରୁ ମାଉଷୀ ଘର ଲୋକେ ସେମାନଙ୍କୁ ଚାରିଆଡ଼େ ଖୋଜିଥିଲେ। ହେଲେ ସେମାନଙ୍କ ପର୍ତ୍ତା ମିଳିନଥିଲା। ପରେ ଏନେଇ ଭୁବନ ଅଗ୍ନିଶମ କର୍ମଚାରୀଙ୍କୁ ଖବର ଦେଇଥିଲେ।
ଅଗ୍ନଶମ କର୍ମଚାରୀମାନେ ଗାଁ ପୋଖରୀରୁ ଦୁଇ ଭଉଣୀଙ୍କ ମୃତଦେହ ଉଦ୍ଧାର କରିଛନ୍ତି।
from Odisha Reporter https://ift.tt/2wrLE1t
No comments:
Post a Comment