କରୁଣାନିଧିଙ୍କ ପରେ ଗୃହ କଳି: ଡିଏମ୍‌କେ ସଭାପତି ପଦକୁ ନେଇ ଭାଇ ଭାଇ ମୁହାଁମୁହିଁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, August 26, 2018

କରୁଣାନିଧିଙ୍କ ପରେ ଗୃହ କଳି: ଡିଏମ୍‌କେ ସଭାପତି ପଦକୁ ନେଇ ଭାଇ ଭାଇ ମୁହାଁମୁହିଁ

ବାଙ୍ଗାଲୁରୁ(ଓଡ଼ିଶା ରିପୋର୍ଟର): ଘନଉଛି ଡିଏମକେର ଗୃହକଳି। ପିତା କରୁଣାନିଧିଙ୍କ ଅନ୍ତେ ଡିଏମ୍‌କେ ସୁପ୍ରିମୋ ପଦକୁ ନେଇ ରାଜ୍ୟ ରାଜନୀତିରେ ଲାଗି ରହିଛି ଚର୍ଚ୍ଚା ।

ଆଜି ଡିଏମ୍‌କେ ସଭାପତି ପଦ ପାଇଁ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି ଏମ୍‌. କରୁଣାନିଧିଙ୍କ ସାନପୁଅ ତଥା ଦଳର ବରିଷ୍ଠ ନେତା ଏମ୍‌. କେ. ଷ୍ଟାଲିନ୍। ତେଣେ ପୂର୍ବରୁ ଦଳରୁ ନିଲମ୍ବିତ ହୋଇଥିବା ବଡପୁଅ ଏମ କେ ଆଲାଗିରି ମଧ୍ୟ ଏହି ସର୍ବୋଚ୍ଚ ପଦ ଉପରେ ରଖିଛନ୍ତି ନଜର।

କରୁଣାନିଧିଙ୍କ ବିୟୋଗ ପରେ ଡିଏମ୍‌କେ ସଭାପତି ପଦ ଖାଲି ପଡ଼ିଛି ଓ ତାକୁ ଦଖଲ କରିବା ନେଇ କୁହୁଳୁଛି ଦୁଇ ଭାଇଙ୍କ ମଧ୍ୟରେ ବିବାଦ।

ତେବେ ପିତାଙ୍କ ଘନିଷ୍ଠ ରାଜନୀତିକ ସହଯୋଗୀ ଭାବେ ଦୀର୍ଘ ବର୍ଷ କାର୍ଯ୍ୟ କରିଥିବା ଷ୍ଟାଲିନଙ୍କୁ ଅଧିକ ଯୋଗ୍ୟ ଉତ୍ତରାଧିକାରୀ ବୋଲି ବିଚାର କରାଯାଉଛି । ତେଣୁ ତାଙ୍କୁ ହିଁ ସଭାପତି ପଦ ମିଳିବାର ଯଥେଷ୍ଟ ସମ୍ଭାବନା ରହିଛି । ହେଲେ ଷ୍ଟାଲିନଙ୍କ ବଡ଼ଭାଇ ଏମ୍‌.କେ ଆଲାଗିରି ଦଳର ସଭାପତି ଚୟନ ନେଇ ଅସନ୍ତୁଷ୍ଟ ଥିବା ଜଣାପଡିଛି।

ପୂର୍ବରୁ ଦଳର ଅନେକ ସଦସ୍ୟଙ୍କ ସମର୍ଥନ ତାଙ୍କ ସପକ୍ଷରେ ରହିଥିବା ଆଲାଗିରି କହି ଉତ୍ତରାଧିକାରୀ ଚୟନ ନେଇ ଗୃହକଳି ଆରମ୍ଭ ହୋଇଥିବାର ସୂଚନା ଦେଇଥିଲେ।

ସୂଚନାଯୋଗ୍ୟ, ଏମ୍‌.କେ. କରୁଣାନିଧି ନିଜ ଜୀବଦ୍ଦଶାରେ ହିଁ ପୁତ୍ର ଷ୍ଟାଲିନ୍‌ଙ୍କୁ ହିଁ ଦଳର ଉତ୍ତରାଧିକାରୀ ଭାବେ ଘୋଷଣା କରି ସାରିଥିଲେ। ଏପରିକି ଷ୍ଟାଲିନ୍‌ ରାଜନୀତିରେ ବେଶ୍‌ ସକ୍ରିୟ ମଧ୍ୟ ଥିଲେ। ହେଲେ ବଡ଼ ଭାଇ ଆଲାଗିରୀ ଓ ଷ୍ଟାଲିନ୍‌ଙ୍କ ମଧ୍ୟରେ କ୍ଷମତା ପାଇଁ ପୂର୍ବରୁ ହିଁ ମତଭେଦ ରହି ଆସିଥିଲା। ପିତାଙ୍କ ନିଧନ ପରେ ଏହି ବିବାଦ ତୀବ୍ର ହୋଇଛି। ପୂର୍ବରୁ ରାଜ୍ୟ ମନ୍ତ୍ରିମଣ୍ଡଳରେ ମନ୍ତ୍ରୀପଦ ହାତେଇଥିବା ଆଲାଗିରି  ପୂର୍ବରୁ ଦଳରେ ବିବାଦୀୟ ସ୍ଥିତିରେ ରହିଥିଲେ। ଏପରିକି ୨୦୧୪ରେ ତାଙ୍କୁ ଦଳରୁ ବହିଷ୍କାର ମଧ୍ୟ କରାଯାଇଥିଲା।

ଗୁରୁବାର ଗଣମାଧ୍ୟମକୁ ବିବୃତି ଦେବା ବେଳେ ସାନଭାଇ ଷ୍ଟାଲିନ୍‌ଙ୍କ ବିରୋଧରେ ବିଷୋଦ୍‌ଗାର କରିଥିଲେ ଆଲାଗିରି। ତାଙ୍କ ସହ ଦଳର ବହୁ କର୍ମୀ ରହିଥିବା ସେ ଦୃଢୋକ୍ତି ପ୍ରକାଶ କରିଥିଲେ।



from Odisha Reporter https://ift.tt/2PEdLn2

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages