ଏ ସ୍ଥାନକୁ ଭାଇ-ଭଉଣୀଙ୍କୁ ଏକାଠି ଯିବା ମନା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, August 26, 2018

ଏ ସ୍ଥାନକୁ ଭାଇ-ଭଉଣୀଙ୍କୁ ଏକାଠି ଯିବା ମନା

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶର ଜାଲୋନ୍‌ ଜିଲ୍ଲାର କାଲପୀ ନାମକ ଏକ ସ୍ଥାନ ଅଛି ଯେଉଁଠିକୁ ଭାଇ-ଭଉଣୀ ସାଙ୍ଗ ହୋଇ ଯାଇପାରିବେ ନାହିଁ। ଏହା ଏକ ତୀର୍ଥ ସ୍ଥାନ। ହେଲେ ଏଠାରେ ଏମିତି ବିଶ୍ୱାସ୍‌ କରିଛି, ଯେଉଁ କାରଣରୁ ଭାଇଭଉଣୀଙ୍କୁ ଏକାଠି ଯିବାକୁ ମନା କରାଯାଇଥାଏ।

କାଲପୀରେ ଲଙ୍କା ମିନାର୍‌ ନାମରେ ଏକ ମିନାର୍‌ ରହିଛି। ଏଠାରେ ରାବଣ ଓ ତାଙ୍କ ପରିବାରର ସମସ୍ତ ସଦସ୍ୟଙ୍କ ପ୍ରତିମା ରହିଛି। ୨୧୦ ଫୁଟ୍‌ ଉଚ୍ଚ ଏହି ମିନାର୍‌କୁ ମଥୁରା ପ୍ରସାଦ ନିର୍ମାଣ କରାଇଛନ୍ତି।

୧୮୫୭ ମସିହାରେ ଏହି ମିନାର୍‌ ନିର୍ମାଣ ପାଇଁ ସେ ସମୟରେ ୧ ଲକ୍ଷ ୭୫ ହଜାର ଟଙ୍କା ଖର୍ଚ୍ଚ କରାଯାଇଥିଲା।

ମିନାର୍‌ ପରିସରରେ ଏକ ଶିବ ମନ୍ଦିର ରହିଛି। ଏହା ଏପରି ସ୍ଥାନରେ ନିର୍ମାଣ କରାଯାଇଛି ଯେପରି ସବୁବେଳେ ରାବଣ ମହାଦେବଙ୍କ ଦର୍ଶନ କରିପାରିବେ।

minarଏଠାରେ ୧୦୦ ଫୁଟ୍‌ ଉଚ୍ଚ କୁମ୍ଭକର୍ଣ୍ଣ ଏବଂ ୬୫ ଫୁଟ୍‌ ଉଚ୍ଚତା ବିଶିଷ୍ଟ ମେଘନାଦଙ୍କ ପ୍ରତିମା ରହିଛି।

ମିନାର୍‌ ଉପରକୁ ଯିବାକୁ ୭ ଥର ପରିକ୍ରମା କରିବାକୁ ପଡ଼ିଥାଏ। ଏହା ବିବାହ ସମୟରେ ନିଆଯାଉଥିବା ସାତ୍‌ ଫେରା ଭଳି ପବିତ୍ର ବୋଲି ବିଶ୍ୱାସ କରାଯାଏ। ଏହି କାରଣରୁ ଏଠାକୁ ଭାଇଉଭଣୀ ଏକାଠି ଯାଇ ନଥାନ୍ତି।

ସୂଚନାଯୋଗ୍ୟ, ମଥୁରା ପ୍ରସାଦ ସ୍ଥାନୀୟ ରାମ୍‌ଲୀଳାରେ ରାବଣ ଭୂମିକାରେ ଅଭିନୟ କରୁଥିଲେ। ଦୀର୍ଘ ବର୍ଷ ଧରି ଏହି ଭୂମିକାରେ ଅଭିନୟ କରିବା କାରଣରୁ ସେ ବହୁତ ସମଗ୍ର ଆଞ୍ଚଳରେ ଅତି ଲୋକପ୍ରିୟ ହୋଇଯାଇଥିଲେ। ଏହି କାରଣରୁ ସେ ଲଙ୍କା ମିନାର୍‌ ନିର୍ମାଣ କରିବାକୁ ନିଷ୍ପତ୍ତି ନେଇଥିଲେ।

ଫଟୋ ସୌଜନ୍ୟ: ଅମର୍‌ ଉଜ୍ଜାଲା



from Odisha Reporter https://ift.tt/2PFSnxG

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages