ଆପଣଙ୍କ ଭାଗ୍ୟ ବଦଳାଇଦେବ ରୁପା ମୁଦି, ଜାଣନ୍ତୁ କେମିତି ? - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, August 23, 2018

ଆପଣଙ୍କ ଭାଗ୍ୟ ବଦଳାଇଦେବ ରୁପା ମୁଦି, ଜାଣନ୍ତୁ କେମିତି ?

ring

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଭିନ୍ନ ପ୍ରକାରର ଧାତୁନିର୍ମିତ ମୁଦି ପିନ୍ଧିବାକୁ ପ୍ରାୟ ସମସ୍ତେ ଭଲ ପାଇଥା’ନ୍ତି। ସୁନା, ରୁପା, ହୀରା ଓ ଅନ୍ୟ ଧାତୁନିର୍ମିତ ମୁଦି ସହ ଆଜିକାଲି ବହୁ ଷ୍ଟାଇଲିସ୍‌ ମୁଦି ମଧ୍ୟ ବଜାରରେ ମିଳୁଛି। ତେବେ ମୁଦି ପିନ୍ଧିବାବେଳେ କିଛି ଦିଗ ଉପରେ ନଜର ଦେଲେ, ଆପଣଙ୍କ ଭାଗ୍ୟ ବଦଳିଯିବାର ସମ୍ଭାବନା ମଧ୍ୟ ରହିଛି।

ସବୁପ୍ରକାର ମୁଦିରୁ ଆପଣଙ୍କୁ ଶୁଭଫଳ ପ୍ରାପ୍ତି ହେବ ନାହିଁ। ଶାସ୍ତ୍ର ଅନୁସାରେ, ରୁପା ମୁଦି ପିନ୍ଧିବା ଦ୍ୱାରା ଆପଣଙ୍କୁ ସଫଳତା ମିଳିପାରିବ। କେବଳ ରୁପା ମୁଦି ନୁହେଁ, ବରଂ ରୁପା ପାତ୍ରର ବ୍ୟବହାରରୁ ମଧ୍ୟ ବହୁ ଫାଇଦା ମିଳିଥାଏ।

ଆସନ୍ତୁ ଜାଣିବା, ରୁପା ମୁଦି ପିନ୍ଧିବା ଓ ରୁପା ପାତ୍ର ବ୍ୟବହାର ଦ୍ୱାରା କିପରି ଭାଗ୍ୟ ବଦଳିଯାଏ।

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ରୁପା’ର ସମ୍ପର୍କ ବୃହସ୍ପତି ଏବଂ ଚନ୍ଦ୍ରଙ୍କ ସହ ରହିଛି । ଏହା ଆମ ଶରୀରରେ ଥିବା ଜଳ ଓ କଫକୁ ନିୟନ୍ତ୍ରଣ କରିଥାଏ।

ଶାସ୍ତ୍ର ଅନୁସାରେ, ରୁପା ଧନବୃଦ୍ଧି ସହ ଭାଗ୍ୟ ପରିବର୍ତ୍ତନରେ ମଧ୍ୟ ସହାୟକ ହୋଇଥାଏ।

କୁହାଯାଏ, ରୁପା ମୁଦି ପିନ୍ଧିଲେ,ଏହା ଆପଣଙ୍କ ଶରୀରରେ ଥିବା ବିଷାକ୍ତ ପଦାର୍ଥକୁ ନଷ୍ଟ କରିଦିଏ। ଏହାଦ୍ୱାରା ସ୍ୱାସ୍ଥ୍ୟାଗତ ସମସ୍ୟା ମଧ୍ୟ ଦୂର ହୋଇଥାଏ।

ଘରେ ରୁପାନିର୍ମିତ ପାତ୍ର ବ୍ୟବହାର କରୁଥିଲେ, ଏଥିରୁ ଫାଇଦା ମଧ୍ୟ ମିଳେ। ରୋଷେଇ ଘରେ ଅବା ଘରସଜ୍ଜାରେ ରୁପା ସାମଗ୍ରୀ ବ୍ୟବହାର କଲେ, ଏହା ଆପଣଙ୍କ ଜୀବନରେ ସକାରାତ୍ମକ ଭାବ ଭରିଦେଇଥାଏ।

ring1ହାତର ଛୋଟ ଅଙ୍ଗୁଳିରେ ରୁପା ମୁଦି ପିନ୍ଧିଲେ, ଆପଣଙ୍କ ଜୀବନରେ ସକାରାତ୍ମକ ଭାବନା ମଧ୍ୟ ଜାଗ୍ରତ ହେବ। ଏହାର ପ୍ରଭାବରେ ଆପଣଙ୍କ ବ୍ୟକ୍ତିତ୍ୱର ବିକାଶ ଘଟିବ। ଏହଇ ମୁଦି ପିନ୍ଧିବା ଦ୍ୱାରା ନିଜ ରାଗ ଉପରେ ମଧ୍ୟ ଆପଣଙ୍କ ନିୟନ୍ତ୍ରଣ ରହିବ।

ଯଦି ଆପଣଙ୍କ ରାଶିରେ ଚନ୍ଦ୍ର ଦୁର୍ବଳ ଅଛନ୍ତି, ତେବେ ଜ୍ୟୋତିଶ ଶାସ୍ତ୍ର ଅନୁସାରେ, ରୁପାର ମୁଦି ପିନ୍ଧିବା ଦ୍ୱାରା ଚନ୍ଦ୍ର ଦୋଷରେ ସୁଧାର ଆସିଥାଏ। ଏହାଦ୍ୱାରା କଫ, ଥଣ୍ଡା ଓ ଶରୀରକୁ ପୀଡ଼ା ସମସ୍ୟାରୁ ମୁକ୍ତି ମିଳିଥାଏ।

ଦୋକାନରୁ ରୁପା ମୁଦି କିଣିବା ପରେ କୌଣସି ଏକ ଗୁରୁବାର ଗୋଟିଏ ରାତି ପାଇଁ ଏହାକୁ ପାଣିରେ ପକାଇ ରଖନ୍ତୁ। ପରେ ଏହାକୁ ଆପଣ ନିଜ ଠାକୁର ଘରେ ରଖିବା ପରେ ନିଜ ଛୋଟ ଅଙ୍ଗୁଳିରେ ପିନ୍ଧି ନିଅନ୍ତୁ। ଦେଖିବେ, ଆପଣଙ୍କ ଭାଗ୍ୟ ବଦଳିଯିବ।



from Odisha Reporter https://ift.tt/2LqqFlc

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages