ଡାଇବେଟିସ୍‌ ରୋଗୀଙ୍କ ପାଇଁ ବ୍ରେକ୍‌ଫାଷ୍ଟ୍‌ରେ କ୍ଷୀର କେତେ ଜରୁରୀ, ଜାଣନ୍ତୁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, August 23, 2018

ଡାଇବେଟିସ୍‌ ରୋଗୀଙ୍କ ପାଇଁ ବ୍ରେକ୍‌ଫାଷ୍ଟ୍‌ରେ କ୍ଷୀର କେତେ ଜରୁରୀ, ଜାଣନ୍ତୁ

cowmilk

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବର୍ତ୍ତମାନ ସମୟରେ ଡାଇବେଟିସ୍‌ ରୋଗୀଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି।ଡାଇବେଟିସ୍‌ ରୋଗୀଙ୍କୁ ନିଜ ଖାଇବା ପିଇବା ପ୍ରତି ବିଶେଷ ଧ୍ୟାନ ଦେବାକୁ ପଡ଼ିଥାଏ।

ଗବେଷଣାରୁ ମିଳିଥିବା ତଥ୍ୟ ଅନୁସାରେ, ଗୋଟିଏ କପ୍‌ କ୍ଷୀରରେ ୮ ଗ୍ରାମ୍‌ ପ୍ରୋଟିନ୍‌ ଥାଏ। ଏଥିପାଇଁ କ୍ଷୀର ପିଇବା ପରେ ଶରୀରକୁ ଆବଶ୍ୟକ ପରିମାଣର ପୁଷ୍ଟି ମିଳିଥାଏ। ଆଉ ସକାଳ ଜଳଖିଆରେ କ୍ଷୀର ପିଇଲେ, ରକ୍ତରେ ଶର୍କରା ପରିମାଣ କମ୍‌ ହୋଇଥାଏ ଏବଂ ଏହା ଟାଇପ୍‌-୨ ଡାଇବେଟିସ୍‌ ରୋଗୀଙ୍କ ପାଇଁ ଲାଭଦାୟକ।

ଜର୍ଣ୍ଣାଲ୍‌ ଅଫ୍‌ ଡେରୀ ସାଇନ୍ସରେ ପ୍ରକାଶିତ ତଥ୍ୟ ଅନୁସାରେ, କ୍ଷୀରକୁ ଜଳଖିଆରେ ପିଇବା ଦ୍ୱାରା ଓଜନ ବଢ଼ିବା ସମସ୍ୟା କମ୍‌ ରହିଥାଏ। ସକାଳେ କ୍ଷୀର ପିଇଲେ, ପେଟ ଭାରି ଲାଗିବା ସହିତ ଭୋକ ମଧ୍ୟ କମ୍‌ ଲାଗିଥାଏ।

ଏ ସମ୍ପର୍କରେ ଗବେଷଣା କରିଥିବା ଡାକ୍ତର ଡଗ୍‌ଲସ୍ ଗୌଫ୍‌ କହିଛନ୍ତି, ଗବେଷଣାରୁ ମିଳିଥିବା ଏହି ନିଷ୍କର୍ସ ଡାଏଟ୍‌ରୁ ହେଉଥିବା ରୋଗରୁ ରକ୍ଷା ପାଇବା ପାଇଁ ସହାୟକ ହେବ। ଡାକ୍ତର୍ ଡଗ୍‌ଲସ୍‌ ଏବଂ ତାଙ୍କ ଟିମ୍‌ ଜଳଖିଆରେ କ୍ଷୀର ସହିତ ଅଧିକ କାର୍ବୋହାଇଡ୍ରେଡ୍‌ ଥିବା କନ୍‌ଫ୍ଲେକ୍ସ୍‌କୁ ସାମିଲ୍‌ କରିଥିଲେ।

ଗବେଷଣାରୁ ଏହା ପ୍ରମାଣିତ ହୋଇଛି ଯେ, ଡାଇବେଟିସ୍‌ ରୋଗୀଙ୍କ ପାଇଁ ସକାଳ ଜଳଖିଆରେ କ୍ଷୀର ପିଇବା ଜରୁରୀ।

ଗବେଷଣାରେ ସାମିଲ୍ ହୋଇଥିବା ରୋଗୀଙ୍କୁ କ୍ଷୀରରେ କନ୍‌ଫ୍ଲେକ୍ସ୍‌ ଖାଇବାକୁ ଦିଆଯାଇଥିଲା। ପରେ ସେମାନଙ୍କ ରକ୍ତରେ ଗ୍ଲୁକୋଜ୍‌ର ସ୍ତର, ଭୋକ ଏବଂ ଖାଇବାର ମାତ୍ରା ଉପରେ ଏହାର କ’ଣ ପ୍ରଭାବ ପଡ଼ୁଛି, ତାହା ବିଶେଷଜ୍ଞମାନେ ଯାଞ୍ଚ୍‌ କରିଥିଲେ।

ଏହି ଗବେଷଣା ପରେ ବିଶେଷଜ୍ଞମାନେ କ୍ଷୀରରେ କାସେଇନ୍‌ ପ୍ରୋଟିନ୍‌ ଥିବା ଜାଣିବାକୁ ପାଇଥିଲେ। ଏହି ପ୍ରୋଟିନ୍‌ କାରଣରୁ ଶରୀରରେ ଗ୍ୟାଷ୍ଟିକ୍‌ ହର୍‌ମୋନ୍‌ ରିଲିଜ୍‌ ହୋଇଥାଏ ଏବଂ ଏଥିପାଇଁ ହଜମ ପ୍ରକ୍ରିୟା ମନ୍ଥର ହୋଇ ଭୋକ କମ୍‌ ଲାଗିଥାଏ।

ଡା. ଡଗ୍‌ଲସ୍‌ କହିଛନ୍ତି, ଗବେଷଣାରୁ ଏହା ପ୍ରମାଣିତ ହୋଇଛି ଯେ, ଡାଇବେଟିସ୍‌ ରୋଗୀଙ୍କ ପାଇଁ ସକାଳ ଜଳଖିଆରେ କ୍ଷୀର ପିଇବା ଜରୁରୀ।



from Odisha Reporter https://ift.tt/2wlwfA2

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages