୩୯୬ ରନ୍‌ରେ ଇଂଲଣ୍ଡର ପାଳି ଘୋଷଣା, ଇନିଂସ୍‌ ପରାଜୟ ଏଡ଼ାଇବାକୁ ଭାରତର ସଂଘର୍ଷ ଜାରି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, August 12, 2018

୩୯୬ ରନ୍‌ରେ ଇଂଲଣ୍ଡର ପାଳି ଘୋଷଣା, ଇନିଂସ୍‌ ପରାଜୟ ଏଡ଼ାଇବାକୁ ଭାରତର ସଂଘର୍ଷ ଜାରି

ଲର୍ଡସ୍( ଓଡ଼ିଶା ରିପୋର୍ଟର୍): ପ୍ରଥମ ଇନିଂସ୍‌ରେ ଘରୋଇ ଇଂଲଣ୍ଡ୍ ୨୮୯ ରନ୍‌ର  ବୃହତ୍ ଅଗ୍ରଣୀ ନେବା ପରେ ଏବେ ଐତିହାସିକ ଲର୍ଡସ୍‌ରେ ଚାଲିଥିବା ଗସ୍ତର ଦ୍ୱିତୀୟ ଟେଷ୍ଟ୍ ମ୍ୟାଚ୍‌ରେ ଇନିଂସ ପରାଜୟ ଏଡ଼ାଇବାକୁ ସଂଘର୍ଷ କରୁଛି ଟିମ୍ ଇଣ୍ଡିଆ। ପ୍ରଥମ ଇନିଂସ୍‌ରେ ୭ ୱିକେଟ୍ ହରାଇ ୩୯୬ ରନ୍‌ରେ ଇଂଲଣ୍ଡ ପାଳି ଘୋଷଣା କରିଛି। ଏହାର ଜବାବରେ ଦଳୀୟ ସ୍କୋର୍ ‘ଶୂନ’ରେ ଓପନର୍ ମୂରଲୀ ବିଜୟଙ୍କ ହରାଇଥିବା ଭାରତ ଶେଷ ଖବର ସୁଦ୍ଧା ୨ ୱିକେଟ୍ ହରାଇ କରିଛି  ମାତ୍ର ୧୭ ରନ୍‌।

ପୂର୍ବଦିନର ୩୫୭ରୁ ଖେଳ ଆରମ୍ଭ କରିଥିବା ଇଂଲଣ୍ଡ ବ୍ୟାଟ୍‌ସମ୍ୟାନଙ୍କ ଉପରେ ଚତୁର୍ଥ ଦିନ ସକାଳୁ ମଧ୍ୟ ଭାରତୀୟ ବୋଲିଂ କୌଣସି ପ୍ରଭାବ ପକାଇ ପାରି ନଥିଲା। ଦୁଇ ଅପରାଜିତ ବ୍ୟାଟ୍‌ସମ୍ୟାନ୍, ଅଲ୍‌ରାଉଣ୍ଡର୍ କ୍ରିସ୍ ୱକ୍ସ ଓ ସାମ୍ କରନ୍‌ ଟିମ୍ ଇଣ୍ଡିଆ ବୋଲରଙ୍କୁ ସଫଳତାର ସହ ମୁକାବିଲା କରି ସପ୍ତମ ୱିକେଟ୍ ଯୋଡ଼ିରେ ୭୬ ରନ୍‌ ସଂଗ୍ରହ କରିଥିଲେ।

ସାମ୍ କରନ୍‌ଙ୍କୁ ମହମ୍ମଦ ସାମି ପାଣ୍ଡ୍ୟାଙ୍କ ହାତରେ କ୍ୟାଚ୍‌ କରାଇ ପ୍ୟାଭିଲିୟନ୍ ଫେରାଇ ଦେବା ପୂର୍ବରୁ ଏହି ଯୁବ ବ୍ୟାଟ୍‌ସ୍‌ମ୍ୟାନ୍ ଦଳ ପାଇଁ ୪୦ ରନ୍‌ର ଉପଯୋଗୀ ଇନିଂସ ଖେଳିଥିଲେ।  ତେବେ ଅନ୍ୟତମ ଅଲ୍‌ରାଉଣ୍ଡର୍ ୱକ୍ସ ଶେଷ ଯାଏ ୧୩୭ ରନ୍‌ରେ ଅପରାଜିତ ରହି ଇଂଲିଶ୍ ଟେଷ୍ଟ୍‌ ଦଳକୁ ତାଙ୍କ ପ୍ରତ୍ୟାବର୍ତ୍ତନର ମ୍ୟାଚ୍‌କୁ ସ୍ମରଣୀୟ କରିଥିଲେ।

ପ୍ରଥମ ଇନିଂସ୍‌ରେ ୨୮୯ ରନ୍‌ରେ ପଛୁଆ ଥିବା ଟିମ୍ ଇଣ୍ଡିଆ ଦ୍ୱିତୀୟ ଇନିଂସ ଆରମ୍ଭରୁ ହିଁ ବ୍ୟାଟିଂ ବିପର୍ଯ୍ୟୟର ସାମ୍ନା କରିଛି । ଦଳୀୟ ଖାତା ଖୋଲିବା ପୂର୍ବରୁ ଇନିଂସ୍‌ର ତୃତୀୟ ଓଭର୍‌ରେ ମୂରଲୀ ବିଜୟ ଖାତା ଖୋଲି ନପାରି ଜେମ୍‌ସ ଆଣ୍ଡର୍‌ସନ୍‌ଙ୍କ ଶିକାର ହୋଇଥିଲେ। ପରେ ଦଳୀୟ ସ୍କୋର ୧୩ରେ ଅନ୍ୟତମ ଓପନର୍ ଲୋକେଶ୍ ରାହୁଲ୍‌ଙ୍କୁ ମଧ୍ୟ ଆଣ୍ଡର୍‌ସନ୍‌ ପ୍ୟାଭିଲିୟନ୍ ରାସ୍ତା ଦେଖାଇଥିଲେ। ରାହୁଲ୍ ମାତ୍ର ୧୦ ରନ୍ କରିଥିଲେ। ଶେଷ ଖବର ସୁଦ୍ଧା ଚେତେଶ୍ୱର ପୂଜାରା ୫ ଓ ଉପଧିନାୟକ ଆଜିଙ୍କ୍ୟା ରାହାନେ ୧ ରନ୍ କରି ଖେଳୁଛନ୍ତି।



from OdishaReporter https://ift.tt/2MCD3Qp

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages