ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ଶପଥ ନେଲେ ଜଷ୍ଟିସ୍ କଳ୍ପେଶ ସତ୍ୟେନ୍ଦ୍ର ଜାଭେରୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, August 12, 2018

ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ଶପଥ ନେଲେ ଜଷ୍ଟିସ୍ କଳ୍ପେଶ ସତ୍ୟେନ୍ଦ୍ର ଜାଭେରୀ

କଟକ (ଓଡ଼ିଶା ରିପୋର୍ଟର): ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ଶପଥ ନେଇଛନ୍ତି ଜଷ୍ଟିସ୍ କଳ୍ପେଶ ସତ୍ୟେନ୍ଦ୍ର ଜାଭେରୀ। ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଜଷ୍ଟିସ୍‌ ଜାଭେରୀଙ୍କୁ ଶପଥ ପାଠ କରାଇଛନ୍ତି।

ହାଇକୋର୍ଟ ପୂର୍ବତନ ମୁଖ୍ୟ ବିଚାରପତି ଜଷ୍ଟିସ୍ ବିନୀତ ଶରଣ ପଦନ୍ନୋତି ପାଇ ସୁପ୍ରିମକୋର୍ଟର ବିଚାରପତି ଭାବେ ଯୋଗ ଦେଇଛନ୍ତି। ଜଷ୍ଟିସ୍‌ ଶରଣଙ୍କ ସ୍ଥାନରେ ଜଷ୍ଟିସ ଜାଭେରୀଙ୍କୁ ଓଡ଼ିଶା ହାଇକୋର୍ଟର ନୂଆ ମୁଖ୍ୟ ବିଚାରପତି ଭାବେ ନିଯୁକ୍ତି ନେଇ ଆଇନ୍‌ ମନ୍ତ୍ରାଳୟ ପକ୍ଷରୁ ଗତ ୪ ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା।

ଶନିବାର ଜଷ୍ଟିସ ଜାଭେରୀ ପୁରୀ ଶ୍ରୀମନ୍ଦିର ଯାଇ ଜଗନ୍ନାଥଙ୍କ ଦର୍ଶନ କରିଥିଲେ।

ଆଇନ୍‌ ଶିକ୍ଷା ପରେ ସେ ଗୁଜରାଟ୍‌ ହାଇକୋର୍ଟରେ ଆଇନ୍‌ଜୀବୀ ଭାବେ କ୍ୟାରିୟର ଆରମ୍ଭ କରିଥିବା ଜଷ୍ଟିସ୍‌ ଜାଭେରୀ ସେଠାକାର ବାର୍‌ ଆସୋସିସଏସନ୍‌ର ବିଭିନ୍ନ ପଦପଦବୀରେ ମଧ୍ୟ ରହିଥିଲେ।

୨୦୦୪ ମସିହା ମାର୍ଚ୍ଚ ମାସରେ ତାଙ୍କୁ ଗୁଜରାଟ୍‌ ହାଇକୋର୍ଟର ବିଚାରପତି ଭାବେ ନିଯୁକ୍ତ କରାଯାଇଥିଲା।  ୨୦୧୬ ମସିହା ଅଗଷ୍ଟରେ ଜଷ୍ଟିସ ଜାଭେରୀ ରାଜସ୍ଥାନ ହାଇକୋର୍ଟକୁ ବଦଳି ହୋଇଥିଲେ। ବିଚାରପତି ହେବା ପୂର୍ବରୁ ଜଷ୍ଟିସ ଜାଭେରୀ ଭାରତ ସ୍କାଉଟ୍ସ ଓ ଗାଇଡ୍ସର ବିଭିନ୍ନ ପଦପଦବୀରେ ମଧ୍ୟ ରହିଥିଲେ।



from OdishaReporter https://ift.tt/2KL9mez

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages