ମୋତେ ଜବରଦସ୍ତ ପର୍ଣ୍ଣ ଫିଲ୍ମ ଦେଖାଇ… - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, August 12, 2018

ମୋତେ ଜବରଦସ୍ତ ପର୍ଣ୍ଣ ଫିଲ୍ମ ଦେଖାଇ…

ଭୋପାଳ: ମୋତେ ଗୋଟିଏ କୋଠରୀରେ ୬ ମାସ ଧରି ବନ୍ଦ କରି ରଖିଲେ। ଆଉ ପର୍ଣ୍ଣ ଭିଡିଓ ଦେଖାଇ ବଳାତ୍କାର କଲେ। ଏମିତି ଏକ ସାଂଘାତିକ ଅଭିଯୋଗ ଜଣେ ହଷ୍ଟେଲ ସୁପରିଟେଣ୍ଡେଣ୍ଟଙ୍କ ନାମରେ ଆସିଛି। ମଧ୍ୟପ୍ରଦେଶର ରାଜଧାନୀ ଭୋପାଳର ଅବଧପୁରୀସ୍ଥିତ ଜଣେ ହଷ୍ଟେଲ ସୁପରିଟେଣ୍ଡେଣଙ୍କ ନାମରେ ଏଭଳି ଅଭିଯୋଗ ଆସିଛି।  ଇଣ୍ଡୋର ହୀରାନଗର ପୁଲିସ ଷ୍ଟେଶନରେ ଏନେଇ ଏକ ମାମଲା ରୁଜୁ ହୋଇଛି। ଅଭିଯୁକ୍ତ ଅଶ୍ୱିନି କୁମାରଙ୍କୁ ଗିରଫ କରିଛି ପୁଲିସ। ଜଣେ ୨୩ ବର୍ଷୀୟ ଛାତ୍ରୀଙ୍କ ଅଭିଯୋଗ ଅନୁଯାୟୀ ତାଙ୍କୁ ଗୋଟିଏ କୋଠରୀରେ ବନ୍ଧକ ରଖି  ଲଗାତାର ୬ ମାସ ଧରି ଦୁଷ୍କର୍ମ କରିଥିଲେ।

ଅନେକଥର ଜବରଦସ୍ତ ପର୍ଣ୍ଣ ଭିଡିଓ ଦେଖାଇ ବଳାତ୍କାର କରିଥିଲେ। ଏହି ମାମଲାରେ ପୁଲିସ  ଆଇପିସି ଧାରା ୩୭୬, ୩୭୭, ୩୫୪, ୫୦୬ରେ ମାମଲା ରୁଜୁ କରିଛି। ଏହି ସବୁ ଦଫାରେ ବଳାତ୍କାର, ଅପ୍ରାକୃତିକ ଯୌନ ସମ୍ପର୍କ ଏବଂ ଶାରିରୀକ ନିର୍ଯାତନା ଆଦି  ଅନ୍ତର୍ଭୃକ୍ତ ରହିଛି। ଏନେଇ ଭୋପାଳ ଡିଆଇଜି ଧର୍ମେନ୍ଦ୍ର ଚୌଧୁରୀ କହିଛନ୍ତି ଯେ, ସେ ଏହି ମାମଲାରେ ଇଣ୍ଡୋର ପୁଲିସ ସହ ସମ୍ପର୍କରେ ଅଛନ୍ତି।

ସମ୍ପୃକ୍ତ ସୁରିଟେଣ୍ଡେଣ୍ଟ  ଏମିତି ୪ ଜଣଙ୍କୁ ବଳାତ୍କାର କରିଥିବା ଅଭିଯୋଗ ଆସିଛି।   ଅନ୍ୟପଟେ କଂଗ୍ରେସର ଜଣେ ପ୍ରବକ୍ତା ଏନେଇ ସାଂଘାତିକ୍‌ ଅଭିଯୋଗ ଆଣିଛନ୍ତି। ସେ କହିଛନ୍ତି ଯେ, ଅଭିଯୁକ୍ତ ଅଶ୍ୱିନି କୁମାରଙ୍କ ସହ ଆରଏସ୍‌ଏସ୍‌ର ସମ୍ପର୍କ ରହିଛି। ମଧ୍ୟପ୍ରଦେଶର ବିଜେପି ସରକାର ଥିବା ବେଳେ ରାଜନୈତିକ ଛତ୍ରଛାୟା ତଳେ ଅଭିଯୁକ୍ତ ଅଶ୍ୱିନି କୁମାର ଏଭଳି ହୀନ କାମ କରି ଆସୁଥିବା ସେ ଅଭିଯୋଗ କରିଛନ୍ତି।

 

 



from OdishaReporter https://ift.tt/2OriJCj

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages