
ଆଳି (ବନମାଳି ସାହୁ): ପୁଣି ଜଣେ ନାବାଳିକାକୁ ଗଣ ଦୁଷ୍କର୍ମ କରାଯାଇଥିବାର ଅଭିଯୋଗ ଆସିଛି। ତିନି ଦିନ ତଳେ ଜଣେ ନାବାଳିକାଙ୍କୁ ଉଠାଇ ନେଇ ତିନି ଦିନ ଧରି ଜଣେ ପରେ ଜଣେ ଗଣ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି।
ଆଜି ଏପରି ଅଭିଯୋଗ ଆସିଛି କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଥାନା ଅଞ୍ଚଳରୁ। ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।
ପୂରା ଘଟଣା ଏମିତି। ଗତ ଶନିବାର ସନ୍ଧ୍ୟା ବେଳେ ୧୬ ବର୍ଷୀୟ ନାବାଳିକା ଘରେ ଏକାକୀ ଥିଲେ। ଏହି ସମୟରେ ୩ ଜଣ ଯୁବକ ଏକ ଗାଡ଼ିରେ ଆସି ନାବାଳିକାଙ୍କୁ ଉଠାଇ ନେଇଥିଲେ। ପରିବାର ଲୋକେ ଘରକୁ ଫେରି ଝିଅକୁ ନପାଇ ଥାନାରେ ଅଭିଯୋଗ କରିଥିଲେ।
ଗତକାଲି ୩ ଜଣ ଯୁବକ ନାବାଳିକାଙ୍କୁ ଯାଜପୁର ଜିଲ୍ଲା ସିଂହପୁର ବଜାରରେ ଫିଙ୍ଗି ଦେଇ ଚମ୍ପଟ ମାରିଥିଲେ। ନାବାଳିକା ଜଣକ ସେଠାରୁ ଘରକୁ ଫେରି ପରିବାର ଲୋକଙ୍କୁ ଘଟଣା ସମ୍ପର୍କରେ ସବୁକଥା କହିଥିଲେ।
ଆଜି ପରିବାର ଲୋକଙ୍କ ସହ ନାବାଳିକା ଥାନାକୁ ଯାଇ ପୂରା ଘଟଣା ବର୍ଣ୍ଣନା କରିଥିଲେ। ମାତ୍ର ନାବାଳିକାଙ୍କୁ ଅପହରଣ କରିଥିବା ୩ ଜଣ ଯୁବକଙ୍କ ସମ୍ପର୍କରେ ଏଯାଏ କୌଣସି ପତ୍ତା ମିଳିନାହିଁ। ଅନୁସନ୍ଧାନ ଚାଲିଛି।
from Odisha Reporter https://ift.tt/2NrVV56
No comments:
Post a Comment