ପିଏମଓରେ ମଧ୍ୟସ୍ଥି ସାଜିଛନ୍ତି ତୃତୀୟ ମହଲା ବାବୁ ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, August 28, 2018

ପିଏମଓରେ ମଧ୍ୟସ୍ଥି ସାଜିଛନ୍ତି ତୃତୀୟ ମହଲା ବାବୁ !

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର):ବିଜେଡି-ବିଜେପି ମଧ୍ୟରେ ଆରମ୍ଭ ହୋଇଥିବା ଗୋପନ ପ୍ରୀତିର ନୂଆ ଇନିଂସକୁ ନେଇ ରାଜ୍ୟ ରାଜନୀତିରେ ଦ୍ୱନ୍ଦ୍ୱାତ୍ମକ ପରିସ୍ଥିତି ସୃଷ୍ଟି ହୋଇଥିବାବେଳେ ଉଭୟ ଦଳ ପରସ୍ପରକୁ ସୁହାଇବା ଭଳି ପଦକ୍ଷେପ ନେବାରେ କିଏ ମୁଖ୍ୟ ବିନ୍ଧାଣୀ ସାଜିଛି ତାକୁ ନେଇ ଚର୍ଚ୍ଚା।

ଶୁଣିବାକୁ ମିଳୁଛି,ରାଜ୍ୟରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ (ତୃତୀୟ ମହଲା)ର ବିନା ଇଙ୍ଗିତରେ ଉଭୟ ପ୍ରଶାସନିକ ଓ ବିଜେଡି ସାଂଗଠନିକ କାର୍ଯ୍ୟ ସମ୍ଭବ ହୁଏନା। ଅଫିସରଙ୍କ ଉପରେ ମୁଖ୍ୟମନ୍ତ୍ରୀଙ୍କ ମାତ୍ରାଧିକ ନିର୍ଭରଶୀଳତାର ଫାଇଦା ଉଠାଇ ତୃତୀୟ ମହଲାର ସର୍ବେସର୍ବା ବୋଲାଉଥିବା ବାବୁଜଣକ କୁଆଡ଼େ ଏବେ ଉଭୟ ଦଳ ଓ ପ୍ରଶାସନ ଉପରେ ନିଜର ଏକଚାଟିଆ ପ୍ରଭାବ ବିସ୍ତାର କରିବାରେ ଲାଗିଛନ୍ତି। ଆଉ ଓଡ଼ିଶାରେ ବିଜେଡି ସରକାର ଓ ଦଳ ଯେଭଳି ଅସୁବିଧା ନପଡ଼ିବ ସେଥିପାଇଁ ମଧ୍ୟ ସିଏ କୁଆଡ଼େ ବ୍ୟକ୍ତିଗତସ୍ତରରେ ମୂଲଚାଲ କରୁଛନ୍ତି।

ଚର୍ଚ୍ଚା ହେଉଛି, ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ପୂର୍ବରୁ ଥିବା ଓଡ଼ିଶା କ୍ୟାଡରର ଦୁଇଜଣ ଅଫିସରଙ୍କ ସହ ମୂଲଚାଲ୍ କରି ବେଶ୍ କିଛିବର୍ଷ ସୁରୁଖୁରୁରେ କାର୍ଯ୍ୟ ସମ୍ପାଦନ କରିଥିବା ଏହି ତୃତୀୟ ମହଲା ବାବୁ କୁଆଡ଼େ ନିିଜ ରାଜ୍ୟର ଜଣେ ସରକାରୀ ଅଫିସର୍ଙ୍କ ସହ ଏବେ ଯୋଗସୂତ୍ରରେ ରହିଛନ୍ତି।

ଓଡ଼ିଆ କ୍ୟାଡରର ଅଫିସରମାନେ ଆଉ ସେଠାରେ ନଥିବାବେଳେ ଏହି ଅଣଓଡ଼ିଆ ଅଫିସର୍ ହିଁ ତାଙ୍କ ପାଇଁ ମୁଖ୍ୟ ସୂତ୍ରଧର ସାଜିଛନ୍ତି। ଆଉ ତାଙ୍କର ପରାମର୍ଶରେ ସେ କୁଆଡ଼େ ଓଡ଼ିଶା ସଂକ୍ରାନ୍ତ ଅନେକ ଗୁରୁତ୍ୱପୂର୍ଣ୍ଣ ସରକାରୀ ଓ ରାଜନୀତିକ ନିଷ୍ପତ୍ତି ନେଉଛନ୍ତି।

ପୂର୍ବରୁ ଏହି ଅଫିସରଙ୍କ କଥାରେ ତୃତୀୟ ମହଲା ବାବୁ କୁଆଡ଼େ ଜଣେ ଅଣଓଡ଼ିଆ ବ୍ୟକ୍ତିଙ୍କୁ ‘ରାଷ୍ଟ୍ରମନ୍ତ୍ରୀ’ ପାହ୍ୟା ଟେକି ଦେଇଛନ୍ତି। ପିଏମ୍ଓରେ ଥିବା ଅଫିସରଜଣକ କୁଆଡ଼େ ଏହି ରାଷ୍ଟ୍ରମନ୍ତ୍ରୀ ପାହ୍ୟାଧାରୀ ବ୍ୟକ୍ତିଙ୍କର ସମ୍ପର୍କୀୟ।

ସେହିପରି ବିଜେପୁର ଉପନିର୍ବାଚନବେଳେ ‘ଟଲମ୍ୟାନ୍’ ପୁସ୍ତକ ଉପହାର ଦେବା ଆଳରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ବିଜେଡି ସୁପ୍ରିମୋ ଭେଟିବା କୁଆଡ଼େ ଏହି ତୃତୀୟ ମହଲା ବାବୁଙ୍କ ରଣନୀତିର ଅଂଶବିଶେଷ ଥିଲା। ଏପରିକି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମ୍ପର୍କରେ ଗଣମାଧ୍ୟମରେ ବିଜେଡିର କୌଣସି ନେତା ଯେଭଳି ପ୍ରତିକୂଳ ମନ୍ତବ୍ୟ ଦେବେ ନାହିଁ ସେଥିପାଇଁ ବି ନେତାମାନଙ୍କୁ ଏହି ତୃତୀୟ ମହଲା ବାବୁଜଣକ ତାଗିଦ୍ କରିବାକୁ ପଛାଉ ନାହାନ୍ତି।

ପିଏମ୍ଓର ସମ୍ପୃକ୍ତ ଅଫିସର୍ଙ୍କ କଥାରେ ତୃତୀୟ ମହଲା ବାବୁଜଣକ ଡିସେମ୍ବରରେ ସାଧାରଣ ନିର୍ବାଚନ ପାଇଁ ଉଭୟ ଦଳ ଓ ସରକାରକୁ ପ୍ରସ୍ତୁତ କରାଉଛନ୍ତି ।ରାଜ୍ୟ ସରକାର କୁଆଡ଼େ ନିର୍ବାଚନଭିତ୍ତିକ ସମସ୍ତ କାର୍ଯ୍ୟକ୍ରମ ଓ ଯୋଜନାକୁ ଅକ୍ଟୋବର ୧୫ତାରିଖ ମଧ୍ୟରେ ବାସ୍ତବରୂପ ଦେବା ଦିଗରେ କାମ କରୁଛନ୍ତି।

କେବଳ ସେତିକି ନୁହେଁ, ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ସ୍ଵାସ୍ଥ୍ୟାବସ୍ଥା ବୁଝିବା ପାଇଁ ମେଡିକାଲ ଯିବା ଓ ତାଙ୍କର ଶେଷକୃତ୍ୟ କାର୍ଯ୍ୟରେ ନୂଆଦିଲ୍ଲୀରେ ଉପସ୍ଥିତ ରହିବା ଭଳି ବିଜେଡି ସୁପ୍ରିମୋଙ୍କ ନିଷ୍ପତ୍ତି କୁଆଡ଼େ ଏହି ତୃତୀୟ ମହଲା ବାବୁଙ୍କ ଦ୍ୱାରା ପ୍ରସ୍ତୁତ ଡ୍ରାଫ୍ଟ ଅନୁସାରେ ହୋଇଥିଲା।

ଚର୍ଚ୍ଚା ହେଉଛି, ଏମିତି କରିତକର୍ମା ବାବୁ କୁଆଡ଼େ ନବୀନଙ୍କ ରାଜନୀତିକ ଉତ୍ତରାଧିକାରୀ ହେବେ। ଓଡ଼ିଆ ନ ହୋଇଥିଲେ କ’ଣ ହେଲା? ଏବେକାର ମୁଖିଆ କୋଉ ଓଡ଼ିଆ ଯେ !

 

 



from Odisha Reporter https://ift.tt/2Ns8VI4

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages