ଶିକ୍ଷକଙ୍କ ପରେ ଆନ୍ଦୋଳନରେ ବସିଲାଣି ଅମଲା ଓ ସେକ୍ସନ ଅଫିସର ସଂଘ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, August 28, 2018

ଶିକ୍ଷକଙ୍କ ପରେ ଆନ୍ଦୋଳନରେ ବସିଲାଣି ଅମଲା ଓ ସେକ୍ସନ ଅଫିସର ସଂଘ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସମାନ ଦରମା ଦାବିରେ ଶିକ୍ଷକମାନେ ଆନ୍ଦୋଳନ କରି ରାଜରାସ୍ତାକୁ ଓହ୍ଲାଇଥିବା ବେଳେ, ଏବେ ତାଙ୍କ ପଛେ ପଛେ ଆନ୍ଦୋଳନ ଆରମ୍ଭ କରିଛନ୍ତି ଅମଲାମାନେ। ଭୁବନେଶ୍ୱରସ୍ଥିତ ବିଭାଗୀୟ ମୁଖ୍ୟ କାର୍ଯ୍ୟାଳୟରେ କାର୍ଯ୍ୟରତ ଅମଲା ଓ ସେକ୍ସନ ଅଫିସରମାନଙ୍କର ଦରମା ସଚିବାଳୟର କର୍ମଚାରୀଙ୍କ ତୁଳନାରେ କମ୍‌ ଥିବାରୁ ଏହାକୁ ବିରୋଧ କରି ଏହି ଆନ୍ଦୋଳନ ଆରମ୍ଭ ହୋଇଛି। ଫଳରେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଧାରଣାରେ ବସିଛନ୍ତି ଭୁବନେଶ୍ୱରସ୍ଥିତ ବିଭାଗୀୟ ମୁଖ୍ୟ କାର୍ଯ୍ୟାଳୟର ଅମଲା ଓ ସେକ୍ସନ ଅଫିସରମାନେ।

ସେକ୍ସନ ଅଫିସର ସଂଘ ଓ ବିଭାଗୀୟ ମୁଖ୍ୟ ଅମଲା ସଂଘ ପକ୍ଷରୁ ଧାରଣା ଦିଆଯାଇଛି। ସଂଘ ଅଭିଯୋଗ କରିଛି ଯେ, ସଚିବାଳୟରେ କାର୍ଯ୍ୟରତ ଅମଲା ତଥା ସେକ୍ସନ ଅଫିସରମାନଙ୍କ ଭଳି ସମାନ ପଦ ମର୍ଯ୍ୟାଦା ଥିବା ବିଭାଗୀୟ ମୁଖ୍ୟ କାର୍ଯ୍ୟାଳୟର କର୍ମଚାରୀ କମ୍‌ ଦରମା ପାଉଛନ୍ତି। ଯାହାକି ସମ୍ପୁର୍ଣ୍ଣ ଅନ୍ୟାୟ।

ସୂଚନା ଯୋଗ୍ୟ, ୨୦୦୮ରେ ଇ-ପ୍ରଶାସନ ଦ୍ୱାହି ଦେଇ ସରକାର ସଚିବାଳୟ କ୍ୟାଡର ପୁନର୍ଗଠନ କରିଥିଲେ। ଫଳରେ ଏଠାରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କ ଦରମା ବୃଦ୍ଧି ହୋଇଥିଲା। ହେଲେ ଏହି ଉପକ୍ରମରେ ବିଭାଗୀୟ ମୁଖ୍ୟ କାର୍ଯ୍ୟାଳୟର କର୍ମଚାରୀଙ୍କୁ ସାମିଲ କରାଗଲା ନାହିଁ। ଯାହାକୁ ନେଇ ଅସନ୍ତୋଷ ଦେଖା ଦେଇଥିଲା। ପରବର୍ତ୍ତୀ ସମୟରେ ଏ ସମ୍ପର୍କରେ ସଂଘ ପକ୍ଷରୁ ଅଭିଯୋଗ ହେବାରୁ ୨୦୧୬ ଏପ୍ରିଲ ମାସରେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ଦାବି ସମ୍ପର୍କରେ ବିଚାର କରାଯାଇ ନ୍ୟାୟ ପ୍ରଦାନ କରାଯିବ ବୋଲି ପ୍ରତିଶୃତି ମିଳିଥିଲା।

ଫଳସ୍ୱରୂପ ବିଭାଗୀୟ ମୁଖ୍ୟ ଅମଲା ଓ ସେକ୍ସନ ଅଫିସର କ୍ୟାଡର ପୁନର୍ଗଠନ କରାଯିବ ବୋଲି ମୁଖ୍ୟମନ୍ତ୍ରୀଙ୍କ ଦପ୍ତରରୁ ଗ୍ରୀନ୍‌ ସିଗନାଲ୍‌ ମିଳିଥିଲା। ଏପରିକି ଏ ନେଇ ମୁଖ୍ୟମନ୍ତ୍ରୀ ନିଜ ଟୁଇଟ୍‌ର ଆକାଉଣ୍ଟରେ ଏ ସମ୍ପର୍କରେ ସର୍ବସାଧାରଣଙ୍କୁ ଅବଗତ କରିଥିଲେ। ମାତ୍ର ଏହି ନିଷ୍ପତ୍ତି ଏ ଯାଏଁ କାର୍ଯ୍ୟକାରୀ ହେଲାନି। ପ୍ରଶାସନିକ ଅଧିକାରୀ ଚଞ୍ଚକତା କରି ଏହାକୁ ନାଲିଫିତା ତଳେ ଚାପି ଦେଇଛନ୍ତି।

ଫଳରେ ଏହାକୁ ବିରୋଧ କରି ଚଳିତ ମାସ ୧୭ ତାରିଖଠାରୁ ବିଭାଗୀୟ ମୁଖ୍ୟ କାର୍ଯ୍ୟାଳୟର ଏହି କ୍ୟାଡରଭୁକ୍ତ କର୍ମଚାରୀ ଅନିର୍ଦ୍ଦିଷ୍ଟ ସମୟ ଯାଏଁ ଆନ୍ଦୋଳନରେ ବସିଛନ୍ତି। ଆନ୍ଦୋଳନ ଯୋଗୁଁ ସରକାରୀ କାର୍ଯ୍ୟ ପ୍ରଭାବିତ ହେଉଛି।



from Odisha Reporter https://ift.tt/2Lzt8K7

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages