ଗୋଟିଏ ମେସେଜ୍‌ ଏବେ କେବଳ ୫ ଥର ହିଁ ଫରୱାର୍ଡ ହୋଇପାରିବ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, August 9, 2018

ଗୋଟିଏ ମେସେଜ୍‌ ଏବେ କେବଳ ୫ ଥର ହିଁ ଫରୱାର୍ଡ ହୋଇପାରିବ

ଭୁବନେଶ୍ୱର: ଇନ୍‌ଷ୍ଟାଣ୍ଟ ମେସେଜିଂ ଆପ୍‌, ହ୍ୱାଟ୍‌ସ୍‌ଆପ୍‌ ମେସେଜ୍ ଫରୱାର୍ଡିଂ ଉପରେ ଅଙ୍କୁଶ ଲଗାଇଛି। କମ୍ପାନୀର ନୂଆ ନିୟମ ଅନୁସାରେ, ଭାରତରେ ୨୦ କୋଟିରୁ ଅଧିକ ୟୁଜରଙ୍କ ପାଇଁ ମେସେଜ୍ ଫରୱାର୍ଡ କରିବାର ସୀମା ନିର୍ଦ୍ଧାରିତ ହୋଇଛି। ଏଣିକି ଗୋଟିଏ ମେସେଜ୍‌ କେବଳ ୫ ଥର ହିଁ ଫରୱାର୍ଡ ହୋଇପାରିବ।

ନକଲି ଏବଂ ଉତ୍ତେଜକ ସାମଗ୍ରୀର ପ୍ରସାରଣ ଉପରେ ରୋକ୍‌ ଲଗାଇବାରେ ବିଫଳ ହେବା ପରେ ସରକାରଙ୍କ ପକ୍ଷରୁ କମ୍ପାନୀକୁ ଚେତାବନୀ ଦିଆଯାଇଥିଲା। ଏହା ପରେ କମ୍ପାନୀ ଏପରି ପଦକ୍ଷେପ ନେଇଛି।

ଗତ ମାସରେ ହ୍ୱାଟ୍ସଆପ୍ ମେସେଜ୍‌ ଫରୱାର୍ଡ କରିବା ଉପରେ କମ୍ପାନୀ ସୀମା ଧାର୍ଯ୍ୟ କରିବା ପାଇଁ ଟେଷ୍ଟିଂ ଆରମ୍ଭ କରିଥିବା ଘୋଷଣା କରିଥିଲା। କମ୍ପାନୀ ଏକ ଭିଡ଼ିଓ ମଧ୍ୟ ପବ୍ଲିସ୍‌ କରିଛି, ଯେଉଁଥିରେ ନକଲି ଓ ଉଡ଼ା ଖବରକୁ ଚିହ୍ନିବାର ପଦ୍ଧତି ସମ୍ପର୍କରେ କୁହାଯାଇଛି। ଭାରତରେ ଏହାର ସୀମା ୫ଟି ଚାଟ୍ ଯାଏ ଧାର୍ଯ୍ୟ କରାଯାଇଥିବାବେଳେ ଅନ୍ୟ ଦେଶରେ ଏହାର ସୀମା ୨୦ଟି ଚାଟ୍‌ ଯାଏ ରହିଛି।

ଏହା ବ୍ୟତୀତ କମ୍ପାନୀ ଆଣ୍ଡ୍ରଏଡ୍‌ ହ୍ୱାଟ୍ସଆପ୍‌ ୟୁଜରଙ୍କ ପାଇଁ  ବହୁ ପ୍ରତୀକ୍ଷିତ ପିକ୍ଚର-ଇନ୍‌-ପିକ୍ଚର ମୋଡ୍‌ ଉପରେ କାମ କରୁଛି। ଏହାର ଫିଚର ଜାରି ହେବା ପରେ ୟୁଜର ମିନିମାଇଜ୍ ସ୍କ୍ରିନ୍‌ରେ ଭିଡିଓ କଲ୍‌ ଜାରି ରଖି ଅନ୍ୟ ଜାଗାରେ ବ୍ରାଉଜିଂ ମଧ୍ୟ କରିପାରିବେ। ସୂଚନା ଅନୁଯାୟୀ, ହ୍ୱାଟ୍ସଆପ୍‌ ନିକଟରେ ‘ଗୁଗଲ ପ୍ଲେ ଭିଟା ପ୍ରୋଗ୍ରାମ’ ଜରିଆରେ ନୂଆ ଅପଡେଟ୍‌ ଆଣିଛି । ଏହା କେବଳ 2.12.234 ଭର୍ସନରେ ଦିଆଯାଇଛି।



from OdishaReporter https://ift.tt/2OTDQ19

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages