
ଚେନ୍ନାଇ: ତାମିଲନାଡ଼ୁ ରାଜନୀତିର ଷ୍ଟଲୱାଟ୍ ନେତା ତଥା ଡିଏମ୍କେ ସୁପ୍ରିମୋ ଏମ୍ କରୁଣାନିଧିଙ୍କ ମୃତ୍ୟୁ ପରେ ଗତକାଲି ଚେନ୍ନାଇର ମରୀନା ବିଚ୍ରେ ତାଙ୍କର ଶେଷକୃତ୍ୟ ହୋଇଛି। ତାଙ୍କ ଶେଷଦର୍ଶନ ପାଇଁ ମରୀନା ବିଚ୍ ଲୋକାରଣ୍ୟ ହୋଇପଡ଼ିଥିଲା। ଲକ୍ଷ ଲକ୍ଷ ଲୋକଙ୍କ ସମର୍ଥକଙ୍କ ଗହଣରେ ଏକ ଶୋକାକୂଳ ପରିବେଶରେ ମରୀନା ବିଚ୍ସ୍ଥିତ ଆନ୍ନା ଦୁରାଇଙ୍କ ସ୍ମୃତିସ୍ଥଳ ନିକଟରେ ସମ୍ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ କରୁଣାନିଧିଙ୍କ ଶେଷକୃତ୍ୟ ସଂପନ୍ନ ହୋଇଛି। ତାଙ୍କ ଅନ୍ତିମ ଦର୍ଶନ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଦେଶର ବିଭିନ୍ନ ରାଜ୍ୟରୁ ବିଶିଷ୍ଟ ନେତାଙ୍କ ସୁଅ ଛୁଟିଥିଲା। ତେବେ ମୁଖ୍ୟ କଥା ହେଉଛି କରୁଣାନିଧିଙ୍କ ପାର୍ଥିବ ଶରୀରକୁ ଦାହ କରା ନ ଯାଇ କବର ଦିଆଯାଇଥିଲା।
ମରିନା ବିଚ୍ ମଧ୍ୟରେ ଥିବା ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କରୁଣାନିଧିଙ୍କ ରାଜନୈତିକ ଗୁରୁ ସି ଏନ୍ ଆନ୍ନାଦୁରାଇଙ୍କ ସମାଧି ନିକଟରେ କରୁଣାନିଧିଙ୍କୁ କବର ଦିଆଯାଇଛି। କରୁଣାନିଧିଙ୍କ କବରର ଗୋଟିଏ ପାର୍ଶ୍ୱରେ ଆନ୍ନାଙ୍କ ସମାଧି ଓ ଅନ୍ୟ ପାର୍ଶ୍ୱରେ ତାଙ୍କର ରାଜନୈତିକ ଶତ୍ରୁ ତଥା ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ଜୟଲଳିତାଙ୍କ ସମାଧି ରହିଛି। ତେବେ ପ୍ରଶ୍ନ ଉଠୁଛି କରୁଣାନିଧି ଜଣେ ହିନ୍ଦୁ ହୋଇ ମଧ୍ୟ ଅନ୍ତିମ ସଂସ୍କାର ସ୍ୱରୂପ ତାଙ୍କ ମୃତ ଦେହକୁ ଦାହ କରା ନଯାଇ କାହିଁକି କବର ଦିଆଗଲା? ଏହାର କାରଣ ହେଉଛି ଖୋଦ ନିଜେ କରୁଣାନିଧି । କରୁଣାନିଧି ନିଜକୁ ଜଣେ ନାସ୍ତିକ ବୋଲି ଘୋଷଣା କରିଥିଲେ। କିଛି ଲୋକଙ୍କ କହିବା ଅନୁଯାୟୀ ଯେଉଁମାନେ ଭଗବାନଙ୍କୁ ବିଶ୍ୱାସ କରନ୍ତି ନାହିଁ ସମ୍ପୃକ୍ତ ବ୍ୟକ୍ତିମାନଙ୍କ ଅନ୍ତିମ ସଂସ୍କାର ନିଜସ୍ୱ ବିଶ୍ୱାସ ଓ ବିଚାରାଧାରା ଅନୁଯାୟୀ ନିର୍ଭର କରେ ।
ଏପରିକି କେଉଁ ପରମ୍ପରାରେ ସମ୍ପୃକ୍ତ ବ୍ୟକ୍ତିଙ୍କ ଅନ୍ତିମ ସଂସ୍କାର କରାଯିବ ତାହା ତାଙ୍କ ପରିବାର ସଦସ୍ୟଙ୍କ ନିର୍ଣ୍ଣୟ ଉପରେ ମଧ୍ୟ ନିର୍ଭର କରେ। ନିଜେ କରୁଣାନିଧି ସ୍ୱୀକାର କରିଥିଲେ ଯେ, ସେ ହେଉଛନ୍ତି ଇସାଇ ଭେଲାର (Isai Vellalar ) ଜାତିର। ଇସାଇ ଅର୍ଥ ସଙ୍ଗୀତ ଏବଂ ଭେଲାର ଅର୍ଥ କୃଷି ସମ୍ପର୍କିତ ଶବ୍ଦ ସହ ସାମଞ୍ଜସ୍ୟ ରଖେ। ଏବେକାର ସମୟରେ ଇସାଇ ଭେଲାରଙ୍କୁ ତାମିଲନାଡ଼ୁରେ ପଛୁଆ ବର୍ଗ ବୋଲି ବିବେଚନା କରାଯାଉଛି।
କିନ୍ତୁ ଇତିହାସ କୁହେ ଇସାଇ ଭେଲାର କହିଲେ ଯେଉଁମାନନେ କାନ୍ଧରେ ପଇତା ପକାନ୍ତି ଆଉ ଏମାନଙ୍କର ବ୍ରାହ୍ମଣ ଜାତି ସହ ସମ୍ପର୍କ ଥିଲା। କିନ୍ତୁ ତାମିଲ ଇତିହାସରେ ଦ୍ରାବିଡ଼ଙ୍କ ପ୍ରତିଷ୍ଠାତା ଥିଲେ ଇ.ଭି. ରାମସ୍ୱାମୀ। ଇ.ଭି. ରାମ ସ୍ୱାମୀ ପେରିୟାର ନାମରେ ଜଣାଶୁଣା ଥିଲେ। ଯିଏ ବ୍ରାହ୍ମଣବିରୋଧୀ ଆନ୍ଦୋଳନରେ ନେତୃତ୍ୱ ନେଇଥିଲେ। ସେ ନିଜକୁ ଜଣେ ନାସ୍ଥିକ ଭାବେ ଘୋଷଣା କରିଥିଲେ। କରୁଣାନିଧିଙ୍କୁ ଯେତେବେଳେ ୧୪ ବର୍ଷ ହୋଇଥିଲା ସେ ଏହି ବ୍ରାହ୍ମଣ ବିରୋଧି ଆନ୍ଦୋଳନରେ ସାମିଲ ହୋଇଥିଲେ। ତେବେ ମୃତ୍ୟୁ ବେଳକୁ ଇଭି ରାମ ସ୍ୱାମୀ ଏବଂ ଏହି ଆନ୍ଦୋଳନକୁ ସମର୍ଥନ କରିଥିବା ପୂର୍ବତନ ମୁଖ୍ୟମନ୍ତ୍ରୀ ସି ଏନ୍ ଆନ୍ନାଦୁରାଇଙ୍କୁ ସଂସ୍କାର ସ୍ୱରୂପ ଉଭୟଙ୍କ ମୃତ ଦେହକୁ ପୋଡ଼ା ନ ଯାଇ କବର ଦିଆଯାଇଥିଲା।
କରୁଣାନିଧିଙ୍କ ରାଜନୈତିକ ଗୁରୁ ସି ଏନ୍ ଆନ୍ନାଦୁରାଇ। ସେହିପରି ବହୁ ଦ୍ରାବିଡ଼ ନେତାଙ୍କ ମୃତ ଦେହକୁ ଏହି ମରିନା ବିଚ୍ରେ କବର ଦିଆଯାଇଛି। ସେମାନଙ୍କ ମଧ୍ୟରେ ଏମଜି ରାମଚନ୍ଦ୍ରନ୍, ପୂର୍ବତନ ମୁଖ୍ୟମନ୍ତ୍ରୀ ଜେ.ଜୟଲଳିଥା ଅଛନ୍ତି। ସେହିପରି ଦ୍ରାବିଡ଼ିଆନଙ୍କ ମତରେ ଯେଉଁମାନଙ୍କ ମୃତ ଦେହକୁ ପୋଡ଼ି ଦିଆଯାଏ ସେମାନଙ୍କ ପ୍ରତି ଏହା ଏକ ପ୍ରକାର ଅନ୍ୟାୟ ବୋଲି ଧରିନିଆଯିବ। ତେଣୁ ଏହି କାରଣରୁ କରୁଣାନିଧଙ୍କ ସମେତ ବହୁ ନେତାଙ୍କୁ ଏଠାରେ ଦାହ ବଦଳରେ କବର ଦିଆଯାଇଛି।
from OdishaReporter https://ift.tt/2M48VkR
No comments:
Post a Comment