କେନ୍ଦୁଝର ଡିଗ୍ରୀ ଇଞ୍ଜିନିୟରିଂ କଲେଜରେ ଛାତ୍ରୀଙ୍କୁ ରାଗିଂ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, August 9, 2018

କେନ୍ଦୁଝର ଡିଗ୍ରୀ ଇଞ୍ଜିନିୟରିଂ କଲେଜରେ ଛାତ୍ରୀଙ୍କୁ ରାଗିଂ!

କେନ୍ଦୁଝର (ପ୍ରଣୟ ପାଣି): ଆଜି ଏକ ରାଗିଂ ଘଟଣା ଗଣ ଶିକ୍ଷାମନ୍ତ୍ରୀଙ୍କ ଜିଲ୍ଲା ଘଟିଛି। କେନ୍ଦୁଝର ଡିଗ୍ରୀ ଇଞ୍ଜିନିୟରିଂ କଲେଜର ତୃତୀୟ ବର୍ଷ ଛାତ୍ରୀଙ୍କୁ ୪ର୍ଥ ବର୍ଷର ଛାତ୍ରୀମାନେ ରାଗିଂ କରିଥିବା ଅଭିଯୋଗ ହୋଇଛି। ଫଳରେ ଜଣେ ଛାତ୍ରୀ ଗୁରୁତର ଅସୁସ୍ଥ ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି।

ପୂରା ଘଟଣା ଏମିତି। ଗତକାଲି ସନ୍ଧ୍ୟା ବେଳେ କେନ୍ଦୁଝର ଡିଗ୍ରୀ ଇଞ୍ଜିନିୟରିଂ କଲେଜ ତୃତୀୟ ବର୍ଷ ଛାତ୍ରୀ ନିବାସରେ ବିଜୁଳି ନଥିଲା। ଏ ସମ୍ପର୍କରେ ଅଭିଯୋଗ କରିବା ପାଇଁ ୮ରୁ ୧୦ ଜଣ ଛାତ୍ରୀ ହଷ୍ଟେଲ୍‌ ସୁପରିଣ୍ଟେଣ୍ଡେଣ୍ଟ୍‌ ପାଖକୁ ଯାଇଥିଲେ।

ସୁପରିଣ୍ଟେଣ୍ଡେଣ୍ଟ୍‌କୁ ଅଭିଯୋଗ କରି ଫେରୁଥିବା ବେଳେ ୪ର୍ଥ ବର୍ଷ ଛାତ୍ରୀମାନେ ହଷ୍ଟେଲ୍‌ କ୍ୟାମ୍ପସ୍‌ ପରିସରରେ ସେମାନଙ୍କୁ ଠିଆ କରାଇ ରାଗିଂ କରିଥିଲେ। ବିଜୁଳି କଟିବା ନେଇ କାହିଁକି ଅଭିଯୋଗ କରିବାକୁ ଯାଇଥିଲ ବୋଲି ବାରମ୍ୱାର ପ୍ରଶ୍ନ କରିଥିଲେ ୪ର୍ଥ ବର୍ଷ ଛାତ୍ରୀମାନେ।

ରାତି ୮ଟାରୁ ୧୧ ପର୍ଯ୍ୟନ୍ତ ସେମାନଙ୍କୁ ବାହାରେ ଛିଡ଼ା କରାଇ ଦିଆଯାଇଥିବା ଅଭିଯୋଗ ହୋଇଛି। ଯାହାଫଳରେ ସେମାନେ ରାତିରେ ଖାଇପାରି ନ ଥିଲେ। ଆଜି ସକାଳେ ଜଣେ ଛାତ୍ରୀ ଅସୁସ୍ଥ ହୋଇ ପଡ଼ିଥିଲେ। ତାଙ୍କୁ ସଙ୍ଗେ ସଙ୍ଗେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା।

ଅନ୍ୟପକ୍ଷରେ କିଛି ଛାତ୍ରୀ ଏନେଇ ଆଜି କଲେଜ ଅଧ୍ୟକ୍ଷଙ୍କ ପାଖରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗକୁ ଗୁରୁତ୍ୱର ସହ ନେଇ କଲେଜ ଅଧ୍ୟକ୍ଷ ଆଣ୍ଟି ରାଗିଂ ସ୍କ୍ୱାର୍ଡକୁ ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ତାକାଲି ସୁଦ୍ଧା ରିପୋର୍ଟ ଦେବାକୁ କୁହାଯାଇଛି।

ଶିକ୍ଷାନୁଷ୍ଠାନରେ ରାଗିଂ ରୋକିବା ପାଇଁ ବ୍ୟାପକ ସଚେତନତା ସୃଷ୍ଟି କରାଯାଉଛି। ଏହା ସତ୍ତ୍ୱେ ରାଜ୍ୟରେ ବଢ଼ି ଚାଲିଛି ରାଗିଂ। ୨୦୧୭ ମସିହାରେ ଓଡ଼ିଶାରୁ ୪୬ଟି ରାଗିଂ ସମ୍ପର୍କିତ ମାମଲା ୟୁଜିସି ନିକଟକୁ ଯାଇଥିଲା। ଯାହାକୁ ଖଣ୍ଡନ କରିଥିଲେ ଉଚ୍ଚ ଶିକ୍ଷାମନ୍ତ୍ରୀ।



from OdishaReporter https://ift.tt/2AUPIgf

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages