ବିଜେଡି ଖେଳିଲା ଆଦିବାସୀ କାର୍ଡ: ୯ ତାରିଖରେ ବିଶାଳ ଜନଜାତି ସମାବେଶ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, August 6, 2018

ବିଜେଡି ଖେଳିଲା ଆଦିବାସୀ କାର୍ଡ: ୯ ତାରିଖରେ ବିଶାଳ ଜନଜାତି ସମାବେଶ

ଭୁବନେଶ୍ୱର (ପ୍ରକାଶ ସେଠୀ): ଓଡ଼ିଶାରେ ଅନୁସୂଚିତ ଜନଜାତିଙ୍କ ସମସ୍ୟାକୁ ନେଇ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୋଶାଲ ମିଡିଆରେ ରାଜ୍ୟ ସରକାରଙ୍କୁ ତୀବ୍ର ସମାଲୋଚନା କରିବା ପରେ ବିଜେଡି ପ୍ରତିକ୍ରିୟାଶୀଳ ହୋଇପଡିଛି ଓ ଏହାର ପାଲଟା ଜବାବ ରଖିଛି।

ଅନୁସୂଚିତ ଜନଜାତିଙ୍କୁ ରାଜ୍ୟ ସରକାର ଅଣଦେଖା ଓ ଅବହେଳା କରୁଥିବା ସମ୍ପର୍କରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନଙ୍କ କଟୁ ସମାଲୋଚନା ପରେ ବିଜେଡି ଏହାର ଜବାବ ରଖିଛି। ଆସନ୍ତା ୯ ତାରିଖରେ ଦଳ ରାଜଧାନୀରେ ଆଦିବାସୀଙ୍କ ଏକ ବିରାଟ ସମାବେଶ ଆୟୋଜନ କରି ନିଜର ଶକ୍ତି ପ୍ରଦର୍ଶନ କରିବାକୁ ଯୋଜନା କରିଛି।

ଏହା ସହିତ ବିଜେଡି ଜନଜାତିବହୁଳ ୯ଟି ଜିଲ୍ଲାରେ ଜିଲ୍ଲାସ୍ତରୀୟ ସମାବେଶ କରିବ। ଆଦିବାସୀ ଭୋଟବ୍ୟାଙ୍କ ହାତଛଡ଼ା ହେବା ଭୟରେ ବିଜେଡି ତରବରିଆ ଭାବେ ୯ ତାରିଖରେ ଏହି ରାଜ୍ୟସ୍ତରୀୟ ସମାବେଶ କରିବାକୁ ଆଗଭର ହୋଇଥିବା ଜଣାପଡ଼ିଛି।

ଆଜି ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଦଳର ଜନଜାତି ସାମ୍ମୁଖ୍ୟ ଆବାହକ ସୁଦାମ ମାର୍ଣ୍ଡି କହିଛନ୍ତି ଯେ,  ଜନଜାତିଙ୍କ ସଂସ୍କୃତି, ପରମ୍ପରା, ଐତିହ୍ୟ ଓ ପରିଚୟର ସୁରକ୍ଷା ସହିତ ସାମଗ୍ରିକ ବିକାଶ ଲକ୍ଷ୍ୟରେ ନବୀନ ପଟ୍ଟନାୟକ ସରକାର ୯ଟି ଜନଜାତିବହୁଳ ଜିଲ୍ଲାରେ ସ୍ୱତନ୍ତ୍ର ବିକାଶ ପରିଷଦ ଗଠନ କରି ସମଗ୍ର ଦେଶରେ ଉଦାହରଣ ସୃଷ୍ଟି କରିଛନ୍ତି। ଏହା ଫଳରେ ଜନଜାତି ବର୍ଗର ଲୋକମାନେ ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବା ସମ୍ଭବପର ହୋଇଛି।

ଅଗଷ୍ଟ ୯ ତାରିଖରେ ‘ବିଶ୍ୱ ଆଦିବାସୀ ଦିବସ’ ଅବସରରେ ବିଜେଡି ଜନଜାତି ସାମ୍ମୁଖ୍ୟ ପକ୍ଷରୁ ରାଜ୍ୟସ୍ତରୀୟ ଆଦବାସୀ ପ୍ରତିନିଧି ସମାବେଶ ୟୁନିଟ୍-୧ସ୍ଥିତ ଆଦିବାସୀ ପଡ଼ିଆରେ ଅନୁଷ୍ଠିତ ହେବ।

ଏହି ସମାବେଶରେ ଆଦିବାସୀବହୁଳ ୯ଜିଲ୍ଲା ସମେତ ରାଜ୍ୟର ବିଭିନ୍ନ ଭାଗରୁ ଆଦିବାସୀ ପ୍ରତିନିଧିମାନେ ଯୋଗ ଦେବେ। ମୁଖ୍ୟମନ୍ତ୍ରୀ ଏହି ସମାବେଶକୁ ଉଦଘାଟନ  କରିବେ।

ସେହିପରି ପରବର୍ତୀ ସମୟରେ ୯ଟି ଆଦିବାସୀ ବହୁଳ ଜିଲ୍ଲା ମୟୂରଭଞ୍ଜ, କେଉଁଝର, ସୁନ୍ଦରଗଡ଼, କନ୍ଧମାଳ, କୋରାପୁଟ, ଗଜପତି, ରାୟଗଡ଼ା, ନବରଙ୍ଗପୁର ଓ ମାଲକାନଗିରିରେ ମଧ୍ୟ ଅନୁରୂପ ଆଦିବାସୀ ସମାବେଶ ଅନୁଷ୍ଠିତ ହେବ।

ସୂଚନାଯୋଗ୍ୟ, ଆଜି ସୋଶାଲ ମିଡିଆରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଥିଲେ ଯେ, ରାଜ୍ୟର ୪୦ ପ୍ରତିଶତ ଅନୁସୂଚିତ ଜାତି ଓ ଜନଜାତି ଲୋକଙ୍କ ଭାଗ୍ୟକୁ ଜଣେ ଅତିରିକ୍ତ ଦାୟିତ୍ୱରେ ଥିବା ସଚିବଙ୍କ ହାତରେ ବାନ୍ଧି ଦିଆଯାଇଛି। ଜଣେ ପୂର୍ଣ୍ଣକାଳୀନ ସଚିବ ଏହି ବିଭାଗରେ ନିଯୁକ୍ତି ଦିଆଯାଇନି।

ସେହିପରି, ଆଦିବାସୀ ପରାମର୍ଶଦାତା ବୈଠକ ନିୟମିତ ହେଉନଥିବା, ମାଲକାନଗିରି ସେବାଶ୍ରମ ସ୍କୁଲରେ ଦୁଷ୍କର୍ମ ପୀଡ଼ିତା ଛାତ୍ରୀଙ୍କ ଆତ୍ମହତ୍ୟା, ଜନଜାତି ଅଞ୍ଚଳରେ ମୌଳିକ ସୁବିଧା ଉପଲବ୍ଧ ହେଉନଥିବା ଦର୍ଶାଇ ରାଜ୍ୟ ସରକାରଙ୍କୁ ଶ୍ରୀ ପ୍ରଧାନ କଡ଼ା ସମାଲୋଚନା କରିଛନ୍ତି।



from OdishaReporter https://ift.tt/2KxiEL4

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages