
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ୟୂଟ୍ୟୁବ୍ରେ ବିଭିନ୍ନ ଖେଳଣାର ରିଭ୍ୟୁ କରି ଗତ ବର୍ଷ ପାଖାପାଖି ୭୫ କୋଟି ଟଙ୍କା ଆୟ କରିଥିଲେ ୬ ବର୍ଷ ବୟସର ରିଆନ୍। ଆମେରୀକିୟ ବାଳକଙ୍କ ଏହି ସଫଳତା ପରେ ପ୍ରଖ୍ୟାତ ରିଟେଲ୍ କମ୍ପାନୀ ୱାଲ୍ମାର୍ଟ୍ ତାଙ୍କ ସହ ଏକ ଡିଲ୍ ସାଇନ୍ କରିଛି । ଏଣିକି ଆମେରିକାରେ ଥିବା ୱାଲ୍ମାର୍ଟ୍ର ୨,୫୦୦ ଷ୍ଟୋରରେ ରିଆନ୍ଙ୍କ ବ୍ରାଣ୍ଡର ଖେଳଣା ବିକ୍ରି କରାଯିବ । ଆଉ ଏହିସବୁ ଖେଳଣାରେ ବ୍ରାଣ୍ଡ ନେମ୍ ରହିବ “Riyn World”।
ରିଆନ୍ ୟୁଟ୍ୟୁବ୍ରେ ଖୁବ୍ ଲୋକପ୍ରିୟ। ତାଙ୍କ ୟୁଟ୍ୟୁବ୍ ଚ୍ୟାନେଲ୍ ‘ରିୟାନ୍ ଟଏ ରିଭ୍ୟୁ’ର ୧.୫ କୋଟି ସବ୍ସ୍କ୍ରାଇବର୍ ଅଛନ୍ତି। ରିଆନ୍ଙ୍କ ଗୋଟିଏ ଗୋଟିଏ ଭିଡିଓକୁ କୋଟି କୋଟି ଭ୍ୟୁ ମିଳି ସାରିଛି। ଏହି କାରଣରୁ ଗତବର୍ଷ ରିୟାନ୍ଙ୍କୁ ସବୁଠାରୁ ଅଧିକ ଆୟ କରୁଥିବା ୟୁଟ୍ୟୁବର୍ ଭାବେ ୮ମ ସ୍ଥାନ ମିଳିଛି।
ସୂଚନାଯୋଗ୍ୟ, ରିଆନ୍ଙ୍କ ପ୍ରଥମ ୟୁଟ୍ୟୁବ୍ ଭିଡିଓ ୨୦୧୫ରେ ପ୍ରସାରିତ ହୋଇଥିଲା।
from OdishaReporter https://ift.tt/2M305mx
No comments:
Post a Comment