ଇଣ୍ଡୋନେସିଆ ଭୂକମ୍ପ ମୃତ୍ୟୁସଂଖ୍ୟା ୯୮ ଛୁଇଁଲା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, August 6, 2018

ଇଣ୍ଡୋନେସିଆ ଭୂକମ୍ପ ମୃତ୍ୟୁସଂଖ୍ୟା ୯୮ ଛୁଇଁଲା

ଜାକର୍ତ୍ତା: ଇଣ୍ଡୋନେସିଆର ଲୋମ୍ବକ ଦ୍ୱୀପପୁଞ୍ଜ ଓ ବାଲି ନିକଟବର୍ତ୍ତୀ ଅଞ୍ଚଳରେ ଗତକାଲି ଘଟିଥିବା ପ୍ରଳୟଙ୍କରୀ ଭୂକମ୍ପରେ ମୃତ୍ୟୁସଂଖ୍ୟା  ୯୮ରେ ପହଞ୍ଚିଛି। ଗୁରୁତର ଅବସ୍ଥାରେ ୨୦୦ ଜଣଙ୍କୁ ସ୍ଥାନୀୟ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି।

ରିକ୍ଟର ସ୍କେଲ୍‌ରେ ଏହି ଭୂକମ୍ପର ତୀବ୍ରତା ୭.୦ ରହିଥିଲା।  ଏଥିଯୋଗୁ ହଜାର ହଜାର ଘର ଭାଙ୍ଗି ଯାଇଛି।

ବିଦ୍ୟୁତ୍‌ ଖୁଣ୍ଟ ଭାଙ୍ଗି ଯାଇଥିବା ବେଳେ ବିଭିନ୍ନ ସ୍ଥାନରେ ତାର ଛିଡ଼ିଯିବାରୁ ବିଜୁଳି ଯୋଗାଣ ବନ୍ଦ ରହିଛି।  ଏବେ ବି ଉଦ୍ଧାର କାର୍ଯ୍ୟ ଜାରି ରହିଥିବାରୁ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବାର ଆଶଙ୍କା ସୃଷ୍ଟି ହୋଇଛି।

ରାଷ୍ଟ୍ରପତି ଜୋକୋ ୱିଡୋଡୋ କ୍ଷତିଗ୍ରସ୍ତ ଅଞ୍ଚଳକୁ ଅଧିକ ବିମାନ ପଠାଇ ଉଦ୍ଧାର କାର୍ଯ୍ୟ ତୁରନ୍ତ ଶେଷ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଦ୍ୱୀପପୁଞ୍ଜରେ ଫଶି ରହିଥିବା ହଜାର ହଜାର ପର୍ଯ୍ୟଟକଙ୍କୁ ଡଙ୍ଗାରେ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ତଥାପି ଆହୁରି ପର୍ଯ୍ୟଟକ ଉଦ୍ଧାର ଅପେକ୍ଷାରେ ରହିଛନ୍ତି। ଭୂକମ୍ପରେ ଏକାଧିକ ବ୍ରିଜ୍‌ ଭୁଶୁଡ଼ି ପଡ଼ିବାରୁ ଯାତାୟାତ ଗୁରୁତର ଭାବେ ପ୍ରଭାବିତ ହୋଇଛି।

୩ଟି ସି-୧୩୦ ହରକ୍ୟୁଲେସ୍‌ ବିମାନ ଓ ୨ଟି ହେଲିକପ୍ଟର ଦ୍ୱାରା କ୍ଷତିଗ୍ରସ୍ତ ଲୋକଙ୍କୁ ଆବଶ୍ୟକ ଔଷଧ, ଖାଦ୍ୟ ଓ ପାଣି ଯୋଗାଯାଉଛି। କିଛି ସ୍ଥାନରେ ପାଗ ଖରାପ ଥିବାରୁ ଉଦ୍ଧାର କାର୍ଯ୍ୟରେ ବାଧା ଉପୁଜୁଥିବା ବୋଲି ଜଣାପଡ଼ିଛି।

୨୦ ହଜାର ଲୋକଙ୍କୁ ଆଶ୍ରୟ ସ୍ଥଳରେ ରଖାଯାଇଛି ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି।



from OdishaReporter https://ift.tt/2OcOa38

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages