ମେଳାକୁ ଯାଇ ଫସିଗଲେ, ବନ୍ୟାପାଣିରେ ଭାସିଗଲା ପରିଶ୍ରମ ଓ ପାରିଶ୍ରମିକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, August 21, 2018

ମେଳାକୁ ଯାଇ ଫସିଗଲେ, ବନ୍ୟାପାଣିରେ ଭାସିଗଲା ପରିଶ୍ରମ ଓ ପାରିଶ୍ରମିକ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କେରଳ ବନ୍ୟା ବିଭୀଷିକାରେ ଫସିଥିବା ଓଡ଼ିଆମାନେ କେଉଁଠି ଓ କେମିତି ଅବସ୍ଥାରେ ଅଛନ୍ତି ତାକୁ ନେଇ ଓଡ଼ିଶାରେ ସେମାନଙ୍କ ପରିବାର ଲୋକେ ଚିନ୍ତାରେ ପଡ଼ିଛନ୍ତି। ମିଳିଥିବା ଖବର ଅନୁଯାୟୀ, ଏବେ ଅନେକ ଓଡ଼ିଆ ଶ୍ରମିକ ତ୍ରିଭେନ୍ଦ୍ରମ୍‌ରେ ଅଛନ୍ତି।

କାମ କରିବାକୁ ଯାଇଥିବା ଶହ ଶହ ଓଡ଼ିଆ ସେଠାରେ ବିଭିନ୍ନ ରିଲିଫ୍ କ୍ୟାମ୍ପରେ ରହିଛନ୍ତି। ଓଡ଼ିଶାର ୧୧ଟି ଜିଲ୍ଲାରୁ ଓର୍‌ମାସ୍‌ ମେଳାକୁ ଯାଇ ସର୍ବସ୍ୱାନ୍ତ ହୋଇଥିବା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟ ବି ଅଛନ୍ତି ଏମାନଙ୍କ ଭିତରେ। ୧୦ ଦିନ ଧରି ସେମାନେ ଦୁଃଖରେ ଜୀବନ କାଟୁଛନ୍ତି।

ପ୍ରଳୟ ପଞ୍ଝାରୁ ଜୀବନ ସିନା ବଞ୍ଚି ଯାଇଛି, ହେଲେ ବନ୍ୟା ପାଣି ଛଡ଼ାଇ ନେଇଛି ସେମାନଙ୍କର ପରିଶ୍ରମର ମୂଲ୍ୟ ଓ ମୁହଁର ହସ। ଏବେ ଗୋଟିଏ ଚିନ୍ତା, କେମିତି ଓ କେତେ ଶୀଘ୍ର ଘରେ ପହଞ୍ଚିବେ।

ସୂଚନାଯୋଗ୍ୟ ଯେ, ତ୍ରିଭେନ୍ଦ୍ରମ୍‌ରେ ଚାଲିଥିବା ମେଳାକୁ ଓଡ଼ିଶାର ୧୧ଟି ଜିଲ୍ଲାର ବୁଣାକାର ଓ ବ୍ୟବସାୟୀ ନିଜ ଉତ୍ପାଦିତ ଦ୍ରବ୍ୟ ବିକ୍ରୟ କରିବାକୁ ଯାଇଥିଲେ। ହେଲେ ମେଳା ପଡ଼ିଆ ସହ ସେମାନଙ୍କ କଳାକୃତି ବନ୍ୟାପାଣିରେ ବୋହିଗଲା। ଫଳରେ ସେମାନଙ୍କର ପରିଶ୍ରମ ଓ ପାରିଶ୍ରମିକ ଉଭୟ ବେକାର ଯାଇଛି। ଏବେ ଜୀବନ ବଞ୍ଚାଇ ଘରକୁ ଫେରିବା ସେମାନଙ୍କ ପାଇଁ ଏକମାତ୍ର ଚିନ୍ତା ପାଲଟିଛି।

ଏବେ ତ୍ରିଭେନ୍ଦ୍ରମ୍‌ର ‘ଅଲ୍ ସେଣ୍ଟ କଲେଜ’ରେ ଏକ ରିଲିଫ୍ କ୍ୟାମ୍ପରେ ଏହି ଲୋକମାନେ ରହିଛନ୍ତି। ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶା ସରକାରଙ୍କ ଉଦାସୀନତାକୁ ନେଇ ସେମାନେ କ୍ଷୋଭ ପ୍ରକାଶ କରିଛନ୍ତି।

ସୂଚନାଯୋଗ୍ୟ ଯେ, କେରଳ ବନ୍ୟା ବିପନ୍ନଙ୍କୁ ଉଦ୍ଧାର ସହ ରିଲିଫ୍ ଅପରେସନ୍‌ରେ ଲାଗିଛି ଓଡ଼ିଶାରୁ ଯାଇଥିବା ଅଗ୍ନିଶମ ବାହିନୀ ଟିମ୍। ୨୪୪ ଆଗ୍ନିକ ଚେଙ୍ଗନସୁରି, ବିକେନ, କୋଲାୟମ, ଆଲାପୂଜା, ଅଟ୍ଟାଗନ ଭଳି ପ୍ରଭାବିତ ଜିଲ୍ଲାରେ ରାତି ଦିନ କାମରେ ଲାଗିଛନ୍ତି।

କେରଳ ଡିଜିପି ତଥା ଓଡ଼ିଆ ଆଇପିଏସ୍ ଲୋକନାଥ ବେହେରା ମଧ୍ୟ ନିଜେ ଏୟାର ଡ୍ରପିଂରେ ସାମିଲ ହୋଇଛନ୍ତି। ସେପଟେ ଆଜି ଓଡ଼ିଶା ସରକାରଙ୍କ ପକ୍ଷରୁ ଧାନମଣ୍ଡଳ ଷ୍ଟେସନରୁ ଏକ ସ୍ୱତନ୍ତ୍ର ଟ୍ରେନରେ ୨୦ଟି ଓ୍ୱାଗନରେ ପଲିଥିନ୍ ପଠାଯାଇଛି।



from Odisha Reporter https://ift.tt/2MI0Ul7

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages