
ବଲାଙ୍ଗିର (ସସ୍ମିତା ସାହୁ): ରାଜଧାନୀ ଭୁବନେଶ୍ୱରରେ ଜଣେ ଦାୟିତ୍ୱବାନ୍ ମହିଳା ଟ୍ରାଫିକ୍ କନ୍ଷ୍ଟେବଳ ନିଜର କର୍ତ୍ତବ୍ୟ ସମ୍ପାଦନ କରୁଥିବା ବେଳେ ପୁଲିସ ବିଭାଗର ଜଣେ ବଡ଼ ବାବୁଆଣୀଙ୍କ ହାବୁଡ଼ରେ ପଡ଼ିଥିଲେ। ଏଥିପାଇଁ ସେ ବିଚ୍ ରାସ୍ତାରେ ବହେ ଗାଳି ଖାଇଥିଲେ। ସମଗ୍ର ରାଜ୍ୟରେ ଏହି ଘଟଣା ଆଲୋଡ଼ନ ଖେଳାଇ ଦେଇଥିଲା।
ଏହି ଘଟଣାକୁ ୨୪ ଘଣ୍ଟା ପୂରିଛି କି ନାହିଁ ବଲାଙ୍ଗିରିରେ ଜଣେ ମଦ୍ୟପ ପୁରୁଷ କନ୍ଷ୍ଟେବଳ, ଆଜି ସ୍ଥାନୀୟ ଲୋକଙ୍କୁ ନାକେଦମ୍ କରିଛି। ନିଶାରେ ଟଳମଳ ହେଉଥିବା କନ୍ଷ୍ଟେବଳ ଜଣକ ରାସ୍ତାରେ ଯାଉଥିବା ଲୋକଙ୍କୁ ବେଲ୍ଟ ଖୋଲି, ମାଡ଼ ମାରିବାକୁ ଗୋଡ଼ାଉଥିବା ଦେଖିବାକୁ ମିଳିଛି।
ସଦର ଥାନାର ସହରାଞ୍ଚଳ ଫାଣ୍ଡିର ଗିରୀଶ କୁଅଁର। ପ୍ରତିଦିନ ରାତିରେ ତାଙ୍କର ଡ୍ୟୁଟି ଥାଏ। ମାତ୍ର ସେ ଆଜି ଦିନବେଳେ ୟୁନିଫର୍ମ ପିନ୍ଧି ପାଟଣା ଛକରେ ବୋବାଲ୍ କରୁଥିଲେ। ବେକରେ ଗାମୁଛା ପକେଇ ଓ ହାତରେ ବେଲ୍ଟ ଧରି ଯିବାଆସିବା କରୁଥିବା ଲୋକଙ୍କୁ ପିଟିବା ପାଇଁ ଗୋଡ଼ାଉଥିବା ଦେଖିବାକୁ ମିଳିଥିଲା।
ପାଖାପାଖି ଅଧ ଘଣ୍ଟା ଧରି ଛକରେ ହରକତ କରିଥିଲେ ଗିରୀଶ। ଫଳରେ କିଛି ସମୟ ପାଇଁ ଟ୍ରାଫିକ୍ ଜାମ୍ ହୋଇଥିଲା। ଖବର ପାଇ ପିସିଆର୍ ଭ୍ୟାନ୍ ଘଟଣା ସ୍ଥଳରେ ପହଞ୍ଚି ତାଙ୍କୁ କାବୁ କରି ଥାନାକୁ ଆଣିଥିଲା।
from OdishaReporter https://ift.tt/2OF7eYR
No comments:
Post a Comment