କାହିଁକି ଇସ୍ତଫା ଦେଲେ ABP ନ୍ୟୁଜ୍ ଚ୍ୟାନେଲ୍‌ର ଏ ଦୁଇ ବରିଷ୍ଠ ସାମ୍ବାଦିକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, August 3, 2018

କାହିଁକି ଇସ୍ତଫା ଦେଲେ ABP ନ୍ୟୁଜ୍ ଚ୍ୟାନେଲ୍‌ର ଏ ଦୁଇ ବରିଷ୍ଠ ସାମ୍ବାଦିକ

ନୂଆଦିଲ୍ଲୀ: ଏବିପି ନ୍ୟୁଜ୍‌ ନେଟ୍‌ୱର୍କରେ ଏବେ ଇସ୍ତଫାର ସୁଅ ଛୁଟିଛି। ବୁଧବାର ଚ୍ୟାନେଲ୍‌ର ମ୍ୟାନେଜିଂ ଏଡିଟର୍‌ ମିଲିନ୍ଦ ଖାଣ୍ଡେକରଙ୍କ ଇସ୍ତଫାର ଦିନକ ପରେ ଏବିପିକୁ ବାଏବାଏ କରିଛନ୍ତି ‘ମାଷ୍ଟରଷ୍ଟ୍ରୋକ୍‌’ ଉପସ୍ଥାପକ ‘ପୂଣ୍ୟ ପ୍ରସୂନ୍ ବାଜପାୟୀ’। ସେହିଭଳି ବରିଷ୍ଠ ସାମ୍ବାଦିକ ରଞ୍ଜନ ସିଂହଙ୍କୁ ମଧ୍ୟ ନିଜ ପଦରୁ ଇସ୍ତଫା ଦେବାକୁ କୁହାଯାଇଥିବା ସୂଚନା ମିଳିଛି। ଅନ୍ୟପଟେ ସବୁବେଳେ ମୋଦି ସରକାରଙ୍କୁ ଟାର୍ଗେଟ କରୁଥିବା ଏବିପି ନ୍ୟୁଜ୍‌ ନେଟ୍‌ୱର୍କର ଲୋକପ୍ରିୟ ଚେହେରା ତଥା ବରିଷ୍ଠ ଉପସ୍ଥାପକ ‘ଅଭିସାର ଶର୍ମା’ ୧୫ ଦିନ ପାଇଁ ଛୁଟିରେ ଯାଇଛନ୍ତି।

ମିଲିନ୍ଦ୍ ଖାଣ୍ଡେକର ଓ ପୂଣ୍ୟ ପ୍ରସୂନ୍ ବାଜପାୟୀଙ୍କ ଇସ୍ତଫା ସ୍ୱେଚ୍ଛାକୃତ ନା ସେମାନଙ୍କୁ ନିଜ ପଦରୁ ଇସ୍ତଫା ପାଇଁ ନିର୍ଦ୍ଦେଶ ଦିଆଯାଇଛି, ତାହା ସ୍ପଷ୍ଟ ହୋଇନାହିଁ। ସେହିଭଳି ଅଭିସାର ଶର୍ମାଙ୍କ ଦୀର୍ଘ ମିଆଦୀ ଛୁଟିର କାରଣ ସମ୍ପର୍କରେ ମଧ୍ୟ ଚ୍ୟାନେଲ୍‌ ପକ୍ଷରୁ କିଛି କୁହାଯାଇ ନାହିଁ। ଜାତୀୟ ବୈଦ୍ୟୁତିକ ଗଣମାଧ୍ୟମ ସଂସ୍ଥା ‘ଏବିପି ନ୍ୟୁଜ୍‌ ନେଟ୍‌ୱର୍କ’ରୁ ଦୁଇଦିନ ଭିତରେ ଦୁଇ ବରିଷ୍ଠ ସାମ୍ବାଦିକଙ୍କ ଇସ୍ତଫା ପଛରେ ରାଜନୀତିର ହସ୍ତକ୍ଷେପ ଥିବା କୁହାଯାଉଛି। କୁହାଯାଉଛି, ମୋଦି ସରକାରଙ୍କ ବିରୋଧରେ ଆକ୍ଷେପମୂଳକ ଖବର ପ୍ରସାରଣ କରିବା ମିଲିନ୍ଦ୍ ଖାଣ୍ଡେକର ଓ ପୂଣ୍ୟ ପ୍ରସୂନ୍‌ଙ୍କ ପାଇଁ ମହଙ୍ଗା ପଡ଼ିଛି।

ଜୁନ୍‌ ୨୦ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଛତିଶଗଡ଼ର କିଛି ସରକାରୀ ଯୋଜନାର ଉପଭୋକ୍ତାଙ୍କ ସହ ଆଲୋଚନା କରିଥିଲେ। ଏହି ଆଲୋଚନା ବେଳେ ଚନ୍ଦ୍ରମଣି କୌଶିକ ନାମକ ଜଣେ ହିତାଧିକାରୀ ଚାଷ କାମ କରିବାରୁ ତାଙ୍କର ଆୟ ଦୁଇଗୁଣ ହୋଇଥିବା ମୋଦିଙ୍କୁ କହିବା ସହ ପ୍ରଧାନମନ୍ତ୍ରୀଙ୍କ ଉଚ୍ଚ ପ୍ରଶଂସା କରିଥିଲେ। କିନ୍ତୁ ଏବିପି ନ୍ୟୁଜ୍‌ ଚ୍ୟାନେଲ୍‌ରର ‘ମାଷ୍ଟରଷ୍ଟ୍ରୋକ୍‌’ କାର୍ଯ୍ୟକ୍ରମରେ ସାମ୍ବାଦିକ ପୂଣ୍ୟ ପ୍ରସୂନ୍ ନେଇଥିବା ସାକ୍ଷାତକାରରେ ଚନ୍ଦ୍ରମଣି କିନ୍ତୁ ଭିନ୍ନ କଥା କହିଥିଲେ।

ସାକ୍ଷାତକାରରେ ଚନ୍ଦ୍ରମଣି ଅଭିଯୋଗ କରିଥିଲେ ଯେ, ପ୍ରଧାନମନ୍ତ୍ରୀଙ୍କ ସହ କଥା ହେବା ପୂର୍ବରୁ ଦିଲ୍ଲୀରୁ କିଛି ଅଧିକାରୀ ତାଙ୍କ ଘରକୁ ଆସି କିଭଳି ଏବଂ କ’ଣ କଥା ହେବେ, ସେକଥା ବୁଝାଇଥିଲେ।

ଚନ୍ଦ୍ରମଣିଙ୍କ ସହ ପୂଣ୍ୟ ପ୍ରସୂନ୍‌ଙ୍କ ଏହି ସାକ୍ଷତକାର ପ୍ରସାରଣ ହେବା ପରେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ ଏବଂ ସୂଚନା ଓ ପ୍ରଯୁକ୍ତି ମନ୍ତ୍ରୀ ରାଜ୍ୟବର୍ଦ୍ଧନ ରାଠୋର୍ ତୀବ୍ର ସମାଲୋଚନା କରିଥିଲେ। କିଛି ସାମ୍ବାଦିକ ଓ ଖବର ପ୍ରସାରଣ ସଂସ୍ଥା ନିଜର ନୈତିକତା ଭୁଲି ଯାଉଛନ୍ତି ବୋଲି ଶ୍ରୀ ରାଠୋର କହିଥିଲେ।

ତେବେ ଏବିପି ନ୍ୟୁଜ୍‌ ଚ୍ୟାନେଲରୁ ଦୁଇ ବରିଷ୍ଠ ସାମ୍ବାଦିକଙ୍କ ଇସ୍ତଫା ପ୍ରସଙ୍ଗରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ମୋଦି ସରକାରଙ୍କୁ ତୀବ୍ର ସମାଲୋଚନା କରିଛନ୍ତି। ମୋଦି ସରକାର ଗଣମାଧ୍ୟମା ସ୍ୱାଧୀନତା ହ୍ରାସ କରିବାକୁ ଚାହୁଁଥିବା ସେ କହିଛନ୍ତି। ସେପଟେ ଏହି ପ୍ରସଙ୍ଗ ଆଜି ଲୋକସବାରେ ବି ଉଠିଥିଲା। କଂଗ୍ରେସ ସଂସଦୀୟ ଦଳ ନେତା ମଲ୍ଲିକାର୍ଜୁନ ଖାଡ୍‌ଗେ କହିଛନ୍ତି, ମୋଦି ସରକାରକୁ ସମାଲୋଚନା କରିବାରୁ ସେମାନଙ୍କୁ ଏ ଦଶା ଭୋଗିବାକୁ ପଡ଼ିଛି।



from OdishaReporter https://ift.tt/2KpZ5UH

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages