ଭାରତରେ ଲଞ୍ଚ୍‌ ହେଲା ଭେସ୍‌ପାର ଷ୍ଟାଇଲିସ୍ ସ୍କୁଟର୍‌, ଦାମ୍ ରହିଛି… - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, August 3, 2018

ଭାରତରେ ଲଞ୍ଚ୍‌ ହେଲା ଭେସ୍‌ପାର ଷ୍ଟାଇଲିସ୍ ସ୍କୁଟର୍‌, ଦାମ୍ ରହିଛି…

ନୂଆଦିଲ୍ଲୀ: ଷ୍ଟାଇଲିସ୍ ସ୍କୁଟର୍‌ ନିର୍ମାତା କମ୍ପାନୀ ‘ପିଆଜିଓ’ ଭାରତରେ ନିଜର ନୂଆ ସ୍କୁଟର୍‌ ‘ଭେସ୍‌ପା-ନୋଟି’ ଲଞ୍ଚ୍‌ କରିଛି। ଯାହାର ମୂଲ୍ୟ ୬୮ ହଜାର ୬୪୫ ଟଙ୍କା ରଖାଯାଇଛି। ଗ୍ରାହକଙ୍କୁ ସୁହାଇଲା ଭଳି ଏହାର ରେଟ୍‌ ରଖାଯାଇଥିବା ବେଳେ ବ୍ଲାକ୍‌ ଥିମ୍‌ ସହିତ ସ୍କୁଟରଟିକୁ ବଜାରକୁ ଛଡ଼ାଯାଇଛି।

ପିଆଜିଓ ଭେସ୍‌ପା-ନୋଟି ସ୍କୁଟର୍‌କୁ ୟୁନିକ୍‌ ଡିଜାଇନ୍‌ ଓ ଭେସ୍‌ପା ବ୍ରାଣ୍ଡ୍‌ କଟିଂ ଏଜ୍‌ ଟେକ୍ନୋଲୋଜିର ମିଶ୍ରଣରେ ତିଆରି କରାଯାଇଛି ବୋଲି ପିଆଜିଓ ଇଣ୍ଡିଆର ସିଇଓ ଡିଏଗୋ ଗ୍ରାଫିଙ୍କ କହିଛନ୍ତି। ଏଥିସହିତ ଗ୍ରାହକ ମାତ୍ର ୮,୯୯୯ ଟଙ୍କା ଡାଉନ୍‌ ପେମେଣ୍ଟ୍‌ ଦେଇ ଏହାକୁ କିଣିପାରିବେ ବୋଲି କମ୍ପାନୀ କହିଛି।

ଇଟାଲିୟନ୍‌ ଭାଷାରେ ‘ନୋଟି’ ଶବ୍ଦର ଅର୍ଥ ହେଉଛି ରାତି। ତେଣୁ ଏହାକୁ ନଜରରେ ରଖି ସ୍କୁଟର୍‌ଟିକୁ ସମ୍ପୂର୍ଣ୍ଣ କଳା ରଙ୍ଗରେ ବଜାରକୁ ଛଡ଼ାଯାଇଛି। ସ୍କୁଟର୍‌ର ଇଞ୍ଜିନ୍‌ରେ ସିବିଟି ଗିୟର୍‌ ବକ୍ସ ଲାଗିଛି। ଏଥିସହିତ ଏଥିରେ ଷ୍ଟାଣ୍ଡାର୍ଡ୍ ଆନାଲଗ୍‌ କଂସୋଲ୍‌ ଟ୍ୟୁବ୍‌ଲେସ୍‌ ଟାୟର୍ସ ସହିତ ଉନ୍ନତମାନର ସିଟ୍‌ ଲାଗିଛି।



from OdishaReporter https://ift.tt/2M5omZu

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages