ଲଞ୍ଚ ସୁଦ୍ଧା ଟିମ୍‌ ଇଣ୍ଡିଆ ୧୦୦/୨, ୬ ହଜାର ରନ୍‌ କ୍ଲବ୍‌ରେ ବିରାଟ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, August 31, 2018

ଲଞ୍ଚ ସୁଦ୍ଧା ଟିମ୍‌ ଇଣ୍ଡିଆ ୧୦୦/୨, ୬ ହଜାର ରନ୍‌ କ୍ଲବ୍‌ରେ ବିରାଟ୍‌

ସାଉଥାମ୍ପଟନ୍‌: ରୋଜ୍‌ ବାଉଲ୍‌ର ୪ର୍ଥ ଟେଷ୍ଟ୍‌ରେ ଘରୋଇ ଇଂଲଣ୍ଡକୁ ପ୍ରଥମ ଇଂନିସ୍‌ରେ ୨୪୬ ରନ୍‌ରେ ଅଲଆଉଟ୍‌ କରିଥିବା ଟିମ୍‌ ଇଣ୍ଡିଆ ବେଶ ସତର୍କତାର ସହ ତା’ର ପ୍ରଥମ ଇନିଂସ୍‌ ଆରମ୍ଭ କରିଛି। ଦ୍ୱିତୀୟ ଦିନର ଲଞ୍ଚ୍‌ ସୁଦ୍ଧା ଭାରତ ମାତ୍ର ଦୁଇ ୱିକେଟ୍‌ ହରାଇ ୧୦୦ ରନ୍‌ ସଂଗ୍ରହ କରିଛି। ଭାରତ ହାତରେ ୮ଟି ୱିକେଟ୍‌ ଥିବା ବେଳେ ଦଳ ଇଂଲଣ୍ଡର ପ୍ରଥମ ଇଂନିସ୍‌ଠାରୁ ୧୪୬ ରନ୍‌ ପଛରେ ରହିଛି।

ତେଣୁ ଭାରତ ଏକ ବିଶାଳ ସ୍କୋର କରିବ ବୋଲି ଆଶା କରାଯାଉଛି। ଇଂଲଣ୍ଡ ପକ୍ଷରୁ ଷ୍ଟୁଆର୍ଟ ବ୍ରଡ୍‌ ଦୁଇଟି ଯାକ ୱିକେଟ୍‌ ନେଇଛନ୍ତି।

ଲଞ୍ଚ୍‌ ବେଳକୁ କ୍ରିଜ୍‌ରେ ଅଧିନାୟକ ବିରାଟ୍‌ କୋହଲି ଓ ଟେଷ୍ଟ୍‌ ସ୍ପେଶାଲିଷ୍ଟ୍‌ ଚେତେଶ୍ୱର ପୂଜରା ରହିଛନ୍ତି। ବିରାଟ୍‌ ୨୫ରନ୍‌ କରିଥିବା ବେଳେ ପୂଜାରା ୨୮ ରନ୍‌ କରି ଅପରାଜିତ ରହିଛନ୍ତି।

ଏଥିସହ ବିରାଟ୍‌ ଆଜି ୬ ହଜାର ଟେଷ୍ଟ ରନ୍‌ କ୍ଲବରେ ନିଜ ନାଁକୁ ସାମିଲ କରିବାର କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ସେ ଆଜିର ଇନିଂସ୍‌ରେ ୬ ରନ୍‌ କରିବା ମାତ୍ରେ ଏହି ବିରଳ ରେକର୍ଡର ଅଧିକାରୀ ହୋଇଥିଲେ।

ବିରାଟ୍‌ ଦ୍ୱିତୀୟ ଭାରତୀୟ ଭାବ ସବୁଠାରୁ କମ୍‌ ଇନିଂସ୍‌ରେ ଏଭଳି ସଫଳତା ହାସଲ କରିବାର ରେକର୍ଡ କରିଛନ୍ତି। ସେ ୭୦ଟି ଟେଷ୍ଟ୍‌ର ୧୧୯ଟି ଇନିଂସ୍‌ରେ ୬ ହଜାର ଟେଷ୍ଟ୍‌ ରନ୍ ସଂଗ୍ରହ କରି ବୀରେନ୍ଦର ସେହ୍ୱାଗ, ରାହୁଲ ଦ୍ରାବିଡ ଓ ସଚିନ୍‌ ତେନ୍ଦୁଲକରଙ୍କୁ ପଛରେ ପକାଇ ଦେଇଛନ୍ତି। କିନ୍ତୁ ଏବେ ବି ସୁନୀଲ ଗାଭାସ୍କର ଦ୍ରୁତ ୬ ହଜାର ରନ୍‌ ସଂଗ୍ରହ କରିବା ଭାରତୀୟଙ୍କ ମଧ୍ୟରେ ଏକ ନମ୍ବର ସ୍ଥାନରେ ରହିଛନ୍ତି। ଗାଭାସ୍କର ମାତ୍ର ୬୫ ଟେଷ୍ଟ୍‌ର ୧୧୭ଟି ଇନିଂସ୍‌ରେ ଏହି ସଫଳତା ପାଇଥିଲେ।

ପ୍ରଥମ ଦିନର ଖେଳ ଶେଷ ବେଳକୁ ୧୯ ରନ୍‌ କରି ଅପରାଜିତ ଥିବା ଟିମ୍‌ ଇଣ୍ଡିଆ ଦୁଇ ଓପନର୍‌ ଶିଖର ଧୱନ ଓ କେଏଲ୍‌ ରାହୁଲ ଆଜି ବେଶ ସତର୍କତାର ସହ ଇନିଂସ୍‌ ଓପନ୍‌ କରିଥିଲେ।

ଦଳୀୟ ସ୍କୋର ୩୭ ଥିବା ବେଳେ ଇଂଲଣ୍ଡର ଦ୍ରୁତ ବୋଲ୍‌ର ଷ୍ଟୁଆର୍ଟ ବ୍ରଡ୍‌ଙ୍କ ଏକ ଇନ୍‌ସୁଇଂକୁ ରାହୁଲ ବୁଝି ନପାରି ଏଲ୍‌ବିଡବ୍ଲ୍ୟୁ ହୋଇଯାଇଥିଲେ। ରାହୁଲ ବ୍ୟକ୍ତିଗତ ୧୯ ରନ୍‌ କରି ପ୍ୟାଭିଲିୟନ୍‌ ଫେରିଛନ୍ତି।

ଏହାପରେ ଅନ୍ୟତମ ଓପନର ଶିଖର ଧୱନ୍‌ ପୁଣିଥରେ ଭଲ ଆରମ୍ଭକୁ ବଡ଼ ସ୍କୋରରେ ପରିଣତ କରିବାରେ ବିଫଳ ହୋଇଛନ୍ତି। ଦଳୀୟ ସ୍କୋର ୫୦ ଥିବା ବେଳେ ବ୍ରଡ୍‌ ପୁଣିଥରେ ଧୱନ(୨୩)ଙ୍କୁ ଆଉଟ୍‌ କରି ଭାରତକୁ ଦ୍ୱିତୀୟ ଝଟ୍‌କା ଦେଇଥିଲେ।

ଲଗାତର ଦୁଇଟି ୱିକେଟ୍‌ ହରାଇ ସଙ୍କଟରେ ପଡ଼ିଥିବା ଟିମ୍‌ ଇଣ୍ଡିଆକୁ ବିରାଟ୍‌ ଓ ପୂଜାରା ଯୋଡ଼ି ସମ୍ଭାଳିଥିଲେ। ଉଭୟ ଇଂଲଣ୍ଡ ବୋଲରଙ୍କ କଡ଼ା ମୁକାବିଲା କରି ଲଞ୍ଚ୍‌ ପୂର୍ବରୁ ଆଉ କ୍ଷତି ଘଟାଇବାକୁ ସୁଯୋଗ ଦେଇ ନଥିଲେ।

ଟସ୍‌ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିବା ଟିମ୍‌ ଇଂଲଣ୍ଡ ଏହାର ଫାଇଦା ଉଠାଇ ପାରି ନଥିଲା। ଘରରୋଇ ଟିମ୍‌ର ବ୍ୟାଟସ୍‌ମ୍ୟାନ୍‌ମାନେ ଭାରତୀୟ ବୋଲର୍‌ଙ୍କ ମୁକାବିଲା କରିପାରି ମାତ୍ର ୭୬.୪ ଓଭରରେ ୨୪୬ ରନ୍‌ରେ ଅଲ୍‌ ଆଉଟ୍‌ ହୋଇଯାଇଥିଲା। ଭାରତ ପକ୍ଷରୁ ଯଶପ୍ରୀତ୍‌ ବୁମ୍‌ରା ସର୍ବାଧିକ ୩ଟି ୱିକେଟ୍‌ ନେଇଥିବା ବେଳେ ମହମ୍ମନ ଶାମି, ଇଶାନ୍ତ ଶର୍ମା ଏବଂ ରବିଚନ୍ଦ୍ରନ ଅଶ୍ୱିନ ୨ଟି ଲେଖାଏ ଓ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଗୋଟିଏ ୱିକେଟ୍‌ ମିଳିଥିଲା।



from Odisha Reporter https://ift.tt/2orsvJH

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages