
କୁଚିଣ୍ଡା (ଦେବେନ୍ଦ୍ର ବେହେରା): କଲେଜ କ୍ୟାମ୍ପସ ଭିତରେ ଜଣେ ଛାତ୍ରୀଙ୍କୁ ବ୍ଲେଡ୍ ମାଡ଼ ହୋଇଛି। ଜଣେ ଅଣଛାତ୍ର ବ୍ଲେଡ୍ ମାଡ଼ କରିଥିବା ଅଭିଯୋଗ ହୋଇଛି। ଏପରି ଅଭିଯୋଗ ସମ୍ୱଲପୁର ଜିଲ୍ଲା କୁଚିଣ୍ଡା ଉପଖଣ୍ଡରୁ ଆସିଛି।
କୁନ୍ତରା ମହାବିଦ୍ୟାଳୟରେ ଯୁକ୍ତ ୩ ପ୍ରଥମ ବର୍ଷରେ ପଢ଼ନ୍ତି ସୁସ୍ମିତା (ଛଦ୍ମନାମ)। ସବୁଦିନ ପରି ଆଜି ମଧ୍ୟ ସେ କଲେଜ ଆସିଥିଲେ। କ୍ଲାସ୍ ସରିବା ପରେ ସେ କ୍ୟାମ୍ପସ ଭିତରେ ବୁଲୁଥିଲେ। ଏହି ସମୟରେ ଜଣେ ଅଣଛାତ୍ର ତାଙ୍କୁ ଡାକିଥିଲେ। ସେ ଆସିବା ପରେ ତାଙ୍କ ସହିତ କିଛି ସମୟ କଥା ହୋଇଥିଲେ ସମ୍ପୃକ୍ତ ଯୁବକ। ପରେ ସେ ସୁସ୍ମିତାଙ୍କ ବେକରେ ବ୍ଲେଡ୍ ମାରି ଚମ୍ପଟ ମାରିଥିଲେ।
ସୁସ୍ମିତାଙ୍କ ଚିତ୍କାର ଶୁଣି ସାଥୀମାନେ ସେଠାକୁ ଦୌଡ଼ିଆସି ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି କୁନ୍ତରା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଛନ୍ତି।
ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଏବେ ମଧ୍ୟ ସଙ୍କଟାପନ୍ନ ରହିଛି।
ଏନେଇ କୁଶୁମୀ ଫାଣ୍ଡିରେ ଅଭିଯୋଗ ହେବା ପରେ ପୁଲିସ ମାମଲା ରୁଜୁ କରି ଅଭିଯୁକ୍ତ ଅଣ ଛାତ୍ରକୁ ଅଟକ ରଖି ଘଟଣାର ତଦନ୍ତ ଆରମ୍ଭ କରିଛି। ତଦନ୍ତରେ ବ୍ୟାଘାତ ହେବା ଆଶଙ୍କା କରି ସମ୍ପୃକ୍ତ ଛାତ୍ରଙ୍କ ନାଁ ପୁଲିସ ପ୍ରକାଶ କରୁନାହିଁ।
from Odisha Reporter https://ift.tt/2C5Bhqs
No comments:
Post a Comment