“ମୋଦି ରାଜ୍’କୁ ହିଂସା ଜରିଆରେ ଖତମ୍‌ କରିବାକୁ ଚାଲିଥିଲା ଯୋଜନା” - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, August 31, 2018

“ମୋଦି ରାଜ୍’କୁ ହିଂସା ଜରିଆରେ ଖତମ୍‌ କରିବାକୁ ଚାଲିଥିଲା ଯୋଜନା”

ନୂଆଦିଲ୍ଲୀ: ଦେଶର ପ୍ରତିଷ୍ଠିତ ୫ ଜଣ ସାମାଜିକ କର୍ମୀଙ୍କ ଘରେ ଚଢ଼ଉ ପରେ ସେମାନଙ୍କୁ ଗିରଫ କରି କାଠଗଡ଼ାରେ ଛିଡ଼ା ହୋଇଥିବା ମହାରାଷ୍ଟ୍ର ପୁଲିସ୍‌ ଆଜି ସେମାନଙ୍କ ବିରୋଧରେ ସାଂଘାତିକ ଅଭିଯୋଗ  କରିଛି। ଦେଶରେ ‘ମୋଦି ରାଜ’କୁ ହିଂସାତ୍ମକ ଉପାୟରେ ଖତମ୍‌ କରିବା ଓ ଦେଶରେ ବଡ଼ଧରଣ ହମ୍‌ଲା କରିବାକୁ ଏହି ସାମାଜିକ କର୍ମୀମାନେ ଯୋଜନା କରୁଥିଲେ ବୋଲି ପୁଲିସ୍ କହିଛି।

ଏପରି କି ସେମାନେ ଦେଶରେ ଗ୍ରେନେଡ୍‌ ଲଞ୍ଚର୍ ବ୍ୟବହାର କରି ହିଂସା ସୃଷ୍ଟି କରିବାକୁ ମଧ୍ୟ ବିଭିନ୍ନ ସଂଗଠନ ସହ କଥାବାର୍ତ୍ତା କରୁଥିଲେ। ଏ ସଂକ୍ରାନ୍ତ ହଜାର ହଜାର ପୃଷ୍ଠାର ଦସ୍ତାବିଜ୍‌ ଜବତ କରାଯାଇଛି ବୋଲି ମହାରାଷ୍ଟ୍ର ପୁଲିସ୍‌ ପକ୍ଷରୁ କୁହାଯାଇଛି।

ମହାରାଷ୍ଟ୍ର ପୁଲିସ୍‌ର ଏଡିଜି ପରମବୀର ସିଂହ ଆଜି ଏକ ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି, “ ଆମ ପାଖରେ ଏମିତି କିଛି ଦସ୍ତାବିଜ୍‌ ରହିଛି, ଯାହା ପ୍ରମାଣ କରୁଛି କି ଏହି ସାମାଜିକ କର୍ମୀମାନେ ଅଣ୍ଡରଗ୍ରାଉଣ୍ଡ ଭାବେ ବଡ଼ଧରଣ ଅଘଟଣ ଘଟାଇବାକୁ କାର୍ଯ୍ୟ କରୁଥିଲେ। ଦେଶରେ କ୍ଷମତାସୀନ ସରକାରଙ୍କୁ ଖତମ୍‌ କରିବାକୁ ଏହି ସାମାଜିକ କର୍ମୀମାନେ ଜବାହରଲାଲ ନେହରୁ ବିଶ୍ୱବିଦ୍ୟାଳୟରେ ଛାତ୍ରମାନଙ୍କୁ ବ୍ୟବହାର କରୁଥିଲେ। ଏମାନଙ୍କ ସମ୍ପର୍କ ମାଓବାଦୀଙ୍କ ସହ ରହିଛି ବୋଲି ଜବତ ଦସ୍ତାବିଜ୍‌ରୁ ସ୍ପଷ୍ଟ ହୋଇଛି।”

ରାଜୀବ ଗାନ୍ଧିଙ୍କୁ ହତ୍ୟା ଭଳି ଆଉ ଏକ ଘଟଣା ଘଟାଇ ମୋଦି ରାଜ୍‌କୁ ଅନ୍ତ କରିବାକୁ ସାମାଜିକ କର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ହୋଇଥିବା ଚିଠି ବିନିମୟ ପୁଲିସ୍‌ ହାତରେ ଧରାପଡ଼ିଛି। ଏପରି କି କିଛି ବଡ଼ କାମ କରି ଲୋକଙ୍କ ଧ୍ୟାନ ଆକର୍ଷିତ କରିବାକୁ ମଧ୍ୟ ଯୋଜନା ଚାଲିଥିବା ପ୍ରମାଣିତ ହୋଇଛି। ଜବତ ହୋଇଥିବା ସାମଗ୍ରୀ ମଧ୍ୟରେ ରକେଟ୍‌ ଲଞ୍ଚର୍ ସମ୍ପର୍କିତ ପାମ୍‌ଫ୍ଲେଟ୍‌ ମଧ୍ୟ ରହିଛି ବୋଲି ଶ୍ରୀ ସିଂହ କହିଛନ୍ତି।

ସେ କହିଛନ୍ତି ଦିଲ୍ଲୀରେ ଥିବା ସାମାଜିକ କର୍ମୀ ରୋନା ୱିଲସନ୍‌ ଜୁଲାଇ ୩୦ରେ ମାଓବାଦୀ ନେତା ପ୍ରକାଶଙ୍କୁ ଚିଠି ଲେଖିଥିଲେ। ଏଥିରେ ଗ୍ରେନେଡ୍‌ ଲଞ୍ଚର୍ ଓ ୪ ଲକ୍ଷ ରାଉଣ୍ଡ ପାଇଁ ୮ ଲକ୍ଷ ଟଙ୍କା ଦରକାର ବୋଲି ସେ ଉଲ୍ଲେଖ କରିଥିଲେ।

ଏସବୁକୁ ଆଧାର କରି ଫରିଦାବାଦରୁ ସାମାଜିକ କର୍ମୀ ତଥା ଓକିଲ ସୁଧା ଭରଦ୍ୱାଜ, ହାଇଦ୍ରାବାଦରୁ ଭର୍ଭରା ରାଓ, ଦିଲ୍ଲୀରୁ ଗୌତମ ନଭଲଖା, ମୁମ୍ବାଇରୁ ଅରୁଣ ପେରିୟାର ଓ ଭେନନ୍‌ ଗନ୍‌ସାଲଭେଜଙ୍କୁ ମୁମ୍ବାଇରୁ ଗିରଫ କରିଥିଲା। କିନ୍ତୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ସେମାନଙ୍କୁ ଜେଲ ପଠାଇବା ବଦଳରେ ସେପ୍ଟେମ୍ବର ୬ ଯାଏ ଗୃହବନ୍ଦୀ କରି ରଖାଯାଇଛି ବୋଲି ସେ କହିଛନ୍ତି।



from Odisha Reporter https://ift.tt/2C2FUBo

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages