
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱରର ସହିଦ ନଗର ଅଞ୍ଚଳର ଏକ ଘରୁ ଜଣେ ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର କରାଯାଇଛି। ତାଙ୍କ ନାଁ ଚିତ୍ରଲେଖା ପାତ୍ର।
ଆଜି ସକାଳେ ଚିତ୍ରଲେଖାଙ୍କ ସ୍ୱାମୀ ନିରଞ୍ଜନ ପାତ୍ର ମର୍ଣ୍ଣିଂଓ୍ୱାକ୍ରୁ ଫେରି ଦେଖିଲେ ଯେ ସେ ପୋଡ଼ି ଯାଇଛନ୍ତି। ତେବେ ଚିତ୍ରଲେଖା ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ କେହି ହତ୍ୟା କରିଛି ତାହା ଜଣାପଡ଼ି ନାହିଁ।
ଘର ମାଲିକଙ୍କ ସହିତ ତାଙ୍କର ଗଣ୍ଡଗୋଳ ହୋଇଥିବା ଜଣାପଡ଼ିଛି। ହେଲେ ଘର ମାଲିକ କହିଛନ୍ତି,“ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା।”
ସହିଦ ନଗର ଥାନା ପୁଲିସ୍ ମହିଳାଙ୍କ ସ୍ୱାମୀଙ୍କୁ ଅଟକ ରଖି ତଦନ୍ତ କରୁଛି।
from Odisha Reporter https://ift.tt/2LwutSg
No comments:
Post a Comment