
ଜାକର୍ତ୍ତା: ଚଳିତ ଏସିଆନ୍ ଗେମ୍ସର ଅଷ୍ଟମ ଦିନରେ ଆଜି ଭାରତକୁ ଅଶ୍ୱଚାଳନାରେ ଦୁଇଟି ରୌପ୍ୟ ପଦକ ମିଳିଛି।
ଅଶ୍ୱଚାଳନାର ବ୍ୟକ୍ତିଗତ ବର୍ଗରେ ଫଓ୍ୱାଦ ମିର୍ଜାଙ୍କୁ ରୌପ୍ୟ ପଦକ ମିଳିଛି।
ସେହିଭଳି ଅଶ୍ୱଚାଳନାର ଟିମ୍ ଇଭେଣ୍ଟରେ ମଧ୍ୟ ଭାରତକୁ ରୌପ୍ୟ ପଦକ ମିଳିଛି। ଟିମ୍ ଇଭେଣ୍ଟରେ ଭାରତ ପକ୍ଷରୁ ରାକେଶ କୁମାର, ଆଶିଷ ମଲ୍ଲିକ, ଜିତେନ୍ଦ୍ର ସିଂହ ଫୱାଦ ମିର୍ଜା ଭାଗ ନେଇଥିଲେ।
ଏହା ସହିତ ଭାରତକୁ ଏଯାବତ୍ ମୋଟ ୩୧ଟି ପଦକ ମିଳିଛି। ସେଥିମଧ୍ୟରେ ରହିଛି ୭ଟି ସ୍ୱର୍ଣ୍ଣ, ୭ଟି ରୌପ୍ୟ ଓ ୧୭ଟି ବ୍ରୋଞ୍ଜ ପଦକ।
from Odisha Reporter https://ift.tt/2MPgyLx
No comments:
Post a Comment